ସାରାସାରିର୍ ମର୍ଡି
1ଏଦେ ଦେକା ! ତାର୍ପଚେ ଆକାସେ ଆରିଗଟେକ୍ କାବା ଅଇଜିବା ଚିନ୍ ମୁଇ ଦେକ୍ଲି । ତେଇ ସାତ୍ଟା ଦୁତ୍ମନ୍କେ ସାତ୍ଟା ମର୍ଡି ସର୍ପାଇ ଅଇରଇଲା । ଏ ସର୍ତେ ମର୍ଡି ସାରାସାରି ବେଲର୍ଟା । କାଇକେବଇଲେ ଏଟା ଅଇଲାନି ଦର୍ତନି ଉପ୍ରେ ପର୍ମେସର୍ ଆନ୍ବା ସାରାସାରିର୍ ଡଣ୍ଡ୍ ।2ତାର୍ପଚେ କାଁଚ୍ ପାରା ଡିସ୍ବା ସମ୍ଦୁର୍ ସଙ୍ଗ୍ ଜଇ ମିସାଇଲା ପାରାଟା ଗଟେକ୍ ଦେକ୍ଲି । ପସୁ ଆରି ତାର୍ ମୁର୍ତି ଉପ୍ରେ ଜୁଇଦ୍ କରି ଜିତିରଇବା ଲକ୍ମନ୍କେ ମିସା ମୁଇ ଦେକ୍ଲି । ସେ ପସୁର୍ ନାଉଁ ଗଟେକ୍ ଲମରର୍ ବାଦୁଲେ ରଇଲା । ସେମନ୍ କାଁଚର୍ ସମ୍ଦୁର୍ ପାଲିବାଟେ ଟିଆ ଅଇରଇଲାଇ । ପର୍ମେସର୍ ସେମନ୍କେ ଦେଇରଇବା ବିଣା ତାକର୍ ଆତେ ରଇଲା ।3ସେ ଲକ୍ମନ୍ ମସା ଜେ କି ପର୍ମେସରର୍ ଗତିଦାଙ୍ଗ୍ଡା, ତାର୍ ଗିତ୍ ଆରି ମେଣ୍ଡାପିଲାର୍ ଗିତ୍ ଗାଇତେରଇଲାଇ । ମାପ୍ରୁ ପର୍ମେସର୍ ଜେ କି ସବୁର୍ ଉପ୍ରେ ଆଚେ, ତମେ କର୍ବା କାମ୍ ବେସି ବଡ୍ ଆରି କାବାଅଇଜିବାଟା । ତୁଇ ରାଇଜ୍ମନର୍ ରାଜା । ତର୍ ବାଟ୍ ସତ୍ ଆରି ସମାନ୍ ।4ତମ୍କେ ପର୍ମେସର୍ ବଲି ନ ନାମ୍ବା ଲକ୍ କେ ନ ରଅତ୍ । ତମ୍କେ ଡାକ୍ପୁଟା ନ କର୍ବା ଲକ୍ କେ ନ ରଅତ୍ । କାଇକେବଇଲେ ତମେସେ ସୁକଲ୍ । ସବୁ ରାଇଜର୍ ଲକ୍ମନ୍ ତମ୍କେ ଜୁଆର୍ କର୍ବାକେ, ତମର୍ ମୁଆଟେ ରୁଣ୍ଡ୍ବାଇ । କାଇକେବଇଲେ ତମର୍ ଦରମ୍ କାମ୍ମନ୍ ସବୁ ସେମନ୍ ଦେକ୍ଲାଇ ଆଚତ୍ ।5ତାର୍ପଚେ ସୁକଲ୍ ତମୁ ରଇବା ସରଗର୍ ମନ୍ଦିର୍ ଉଗାଡି ଅଇରଇବାଟା ମୁଇ ଦେକ୍ଲି ।6ସାତ୍ଟା ମର୍ଡି ସର୍ପାଇ ଅଇରଇବା ସାତ୍ଟା ଦୁତ୍ମନ୍ ମନ୍ଦିରେ ଅନି ବାରଇଲାଇ । ସେମନ୍ ଦବ୍ ରଇକରି ଜକ୍ଜକି ଜାଇତେରଇବା ବସ୍ତର୍ ପିନ୍ଦି ରଇଲାଇ । ଆରି ସୁନାର୍ ବେଲ୍ଟୁ ବୁକେ ବାନ୍ଦିଅଇରଇଲାଇ ।7ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେ ଗଟେକ୍ ସବୁବେଲର୍ ପର୍ମେସରର୍ ରିସାସଙ୍ଗ୍ ବର୍ତି ଅଇରଇବା ସାତ୍ଟା ସୁନାର୍ ଗିନା, ସେ ସାତ୍ଟା ଦୁତ୍ମନ୍କେ ଦେଲା ।8ପର୍ମେସର୍ ବପୁ ଆରି ତାର୍ ମଇମାର୍ ଲାଗି ମନ୍ଦିର୍ ଦୁଆଁ ସଙ୍ଗ୍ ବର୍ତି ଅଇଲା । ସେ ସାତ୍ଟା ଦୁତ୍ମନ୍ ସାତ୍ଟା ମର୍ଡି ନ ସାରାଇବା ଜାକ, ମନ୍ଦିର୍ ବିତ୍ରେ କେ ପୁରିନାପାର୍ଲାଇ ।