ଆଜାଡ଼ି ଡରମ୍ମନ୍
1ଆସନୁଜ୍ଜେଇଂ, ଏ ବୋଞାଙ୍ ତନାନ୍ଜି, ପ୍ରବୁନ୍ ଆମଙ୍ ସର୍ଡାନାବା; ଆବୟନ୍ ଆ ବର୍ନେ ଅମଙ୍ବେନ୍ ନମିନ୍ ନମିନ୍ ଅନିଡନ୍ ଆସନ୍ ଞେନ୍ ଅଃମ୍ମଙ୍ଗାଇଂ, ବନ୍ଡ ତି ଅଡ଼୍କୋନ୍ ଅଙ୍ନେବେନ୍ ଜୁନେବେନ୍ ଆସନ୍ ଇଡ୍ଲେ ଆପ୍ପାୟ୍ତାୟ୍ ।2କିନ୍ସଡଞ୍ଜି ସିଲଡ୍ ଆବ୍ବୟ୍ଲନ୍ ଡକୋନାବା, ଏର୍ମନଙ୍ କାବ୍ବାଡ଼ାନ୍ ଆର୍ଲୁମ୍ତେଞ୍ଜି ଆ ମନ୍ରାଜି ଆମଙ୍ ସିଲଡ୍ ଆବ୍ବୟ୍ଲନ୍ ଡକୋନାବା, ଗନବ୍ରେଡନ୍ ଆସନ୍ ଆବର୍ତନେଞ୍ଜି ଆ ମନ୍ରାଜି ଆମଙ୍ ସିଲଡ୍ ଆବ୍ବୟ୍ଲନ୍ ଡକୋନାବା;3ଇନିଆସନ୍ଗାମେଣ୍ଡେନ୍ ଇନ୍ଲେଞ୍ଜି ଆଜାଡ଼ିନ୍ ଗବ୍ରେଡ୍ଲନ୍ବୋ, ଆନିଞ୍ଜି ଏର୍ଗନବ୍ରେଡ୍ଜି, ଇନ୍ଲେଞ୍ଜି ଇସ୍ୱରନ୍ ଆ ପୁରାଡ଼ାନ୍ ବାତ୍ତେ ସେନ୍ପୁର୍ତବୋ, ଆରି ଇନ୍ଲେନ୍ ଡଅଙ୍ଲୋଙନ୍ ଏର୍ନାସାନେନ୍ କ୍ରିସ୍ଟ ଜିସୁନ୍ ଆମଙ୍ ଦର୍ପତନ୍ବୋ ।4ଞେନ୍ ଡଅଙ୍ଲୋଙନ୍ ନିୟ୍ ଆସାତନାୟ୍ ବନ୍; ଆନ୍ନିଙ୍ ଡଅଙ୍ଲୋଙନ୍ ଆସାଲନ୍ ରପ୍ତିତାୟ୍ ଗାମ୍ଲେ ବର୍ରନ୍ ଡେନ୍, ଏତ୍ତେଲ୍ଡେନ୍ ଆନିନ୍ ସିଲଡ୍ ଞେନ୍ ଗୋଗୋୟ୍ ଆସାତନାୟ୍;5ଞେନ୍ଆଡଙ୍ ଆତ ଡିନ୍ନାଲୋଙ୍ ଗବ୍ରେଡ୍ଲିଁୟ୍ଜି, ଇସ୍ରାଏଲନ୍ ଆ କେଜ୍ଜାମର୍, ବେଞ୍ଜାମିନନ୍ ଆ କୁତ୍ତମ୍ମା, ଏବ୍ରିମରନ୍ ଆ ମିଞାମ୍ ସିଲଡ୍ ଜନମ୍ମୁ ଡେଲିଁୟ୍, ଞେନ୍ ଅବୟ୍ ଏବ୍ରିମର୍ ମୋସାନ୍ ଆ ବନାଁୟ୍ବର୍ ଆ ଞଣ୍ଡ୍ରମ୍ଲନାୟ୍, ତିଆସନ୍ ଞେନ୍ ଅବୟ୍ ପାରୁସି,6ଅନୁୟୁବନ୍ ବାତ୍ତେ ଞେନ୍ ମଣ୍ଡଡ଼ିନ୍ ଡଣ୍ଡାୟ୍ଲାୟ୍, ଆରି ମୋସାନ୍ ଆ ବନାଁୟ୍ବର୍ ଞଣ୍ଡ୍ରମ୍ଡାଲନ୍ ଡରମ୍ମଗଡନ୍ ଞେନ୍ ଏର୍ଡୋସା ଡକୋଲିଁୟ୍ ।7ବନ୍ଡ ଇନିଜି ଅଡ଼୍କୋନ୍ ଗନିୟ୍ଗିୟ୍ଲୋଙ୍ଞେନ୍ ଲାବଡମ୍ ଗାମ୍ଲେ ଅବ୍ଡିସୟ୍ଲାୟ୍, ତିଆତେଜି ଅଡ଼୍କୋନ୍ ଞେନ୍ କ୍ରିସ୍ଟନ୍ ଆସନ୍ ଲାବ ତଡ୍ ଗାମ୍ଲେ ଅବ୍ଡିସୟ୍ତାୟ୍ ।8ଓଓ, ଆଜାଡ଼ିଡମ୍ ଞେନ୍ ପ୍ରବୁଞେନ୍ କ୍ରିସ୍ଟ ଜିସୁନ୍ଆଡଙ୍ ଜରନାଲାଞନ୍ ଆସନ୍ ଅଡ଼୍କୋନ୍ଆତେ ଇନ୍ନିଙ୍ ଲାବ ତଡ୍ ଗାମ୍ଲେ ଅବ୍ଡିସୟ୍ତାୟ୍; ଆନିନ୍ ଆସନ୍ ଞେନ୍ ଅଡ଼୍କୋନ୍ ମୁର୍ସେଲେ ସଏଲାୟ୍, ଆରି ଏଙ୍ଗାଲ୍ଡେନ୍ ଞେନ୍ କ୍ରିସ୍ଟନ୍ଆଡଙ୍ ଞାଙ୍ଲେ ରପ୍ତିଆୟ୍, ଆରି ଞେନ୍ ଆ ମନ୍ରାନ୍ ଡେଲେ ରପ୍ତିଆୟ୍, ତିଆସନ୍ ତିଆତେଜି ଅଡ଼୍କୋନ୍ ଞେନ୍ କରୋଡ଼େଡନ୍ ଅନ୍ତମ୍ ଅବ୍ଡିସୟ୍ଲାୟ୍ ।9ଆରି, ଞେନ୍ ମୋସାନ୍ ଆ ବନାଁୟ୍ବର୍ ଞଣ୍ଡ୍ରମ୍ଡାଲନ୍ ଡରମ୍ମମର୍ ଗାମ୍ଲେ ଏର୍ଡନିଡିନ୍, ଆର୍ପାୟ୍ କ୍ରିସ୍ଟନ୍ ଆମଙ୍ ଡର୍ନେନ୍ ବାତ୍ତେ ଇସ୍ୱରନ୍ ଞେନ୍ଆଡଙ୍ ଡରମ୍ମମର୍ ଅମ୍ମେଇଁୟ୍ତୋ;10ଆରି, ଞେନ୍ ଆନିନ୍ଆଡଙ୍ ଜନାତାୟ୍, ଆ ୟନର୍ମେଙନ୍ ଆ ବୋର୍ସା ଗିୟ୍ତାୟ୍, ଆରି ଆନିନ୍ଆଡଙ୍ ଆଡ୍ରଣ୍ଡାୟେଞ୍ଜି ଅନ୍ତମ୍ ଡ ଆର୍ରବୁଏନ୍ ଅନ୍ତମ୍ ଞେନ୍ ନିୟ୍ ଏତ୍ତେଲେ ଡେଇଁୟ୍ତୋ;11ଆରି ଆରବୁମରଞ୍ଜି ଆମଙ୍ଲୋଙ୍ ସିଲଡ୍ ୟର୍ମେଙ୍ଲେ ଡୋଲନ୍ ରପ୍ତିତାୟ୍, କେନ୍ ଏନ୍ନେଲେ ଞେନ୍ ଆସାତନାୟ୍ ।ସନେଙ୍ସେଙ୍ଲୋଙନ୍ ତନୁଙନ୍ ଆସନ୍ ଅନିରନ୍
12ଞେନ୍ ନମି ତି ଅଡ଼୍କୋନ୍ ଞାଙ୍ଲାୟ୍ ଅଡ଼େ ସତଙ୍ଲିଁୟ୍ ଗାମ୍ଲେ ଅଃବ୍ବର୍ନାୟ୍, ବନ୍ଡ କ୍ରିସ୍ଟ ଜିସୁନ୍ ଞେନ୍ଆଡଙ୍ ଆଞ୍ରମ୍ଲିଞନ୍ ଆସନ୍, ଞେନ୍ ତିଆତେ ଞନାଙନ୍ ଆସନ୍ ଇର୍ତେ ।13ଏ ବୋଞାଙ୍ ତନାନ୍ଜି, ଞେନ୍ ନମିନ୍ତାନ୍ ତିଆତେ ଆଞମ୍ଞମ୍ ଗାମ୍ଲେ ଅଃନ୍ନବ୍ଡିସୟାୟ୍, ବନ୍ଡ କାବ୍ବାଡ଼ାନ୍ ଞେନ୍ ଲୁମ୍ତାୟ୍,14ଅମ୍ରେଙ୍ଲେ ଆଜିର୍ରାଞନ୍ ଆ କାବ୍ବାଡ଼ାଜି ଅଡ଼୍କୋନ୍ ମନ୍ନଲୋଙ୍ଞେନ୍ ସିଲଡ୍ ସବ୍ଙାୟ୍ଲେ, କ୍ରିସ୍ଟ ଜିସୁନ୍ ଅମ୍ମେଲେ ରୁଆଙ୍ଲୋଙନ୍ ଡକୋନେନ୍ ଆସନ୍ ଇସ୍ୱରନ୍ ଞେନ୍ଆଡଙ୍ ଆରୋଡ୍ଡେଲିଞନ୍ ଆ ପୁରସ୍କାର ଆଞନାଙ୍ ଆସନ୍, ତିଆତେ ଗିୟ୍ଗିୟ୍ଲେ ସନେଙ୍ସେଙ୍ଲୋଙନ୍ ଇର୍ତେ ।15ତିଆସନ୍, ଜିରାୟ୍ବା, ଇନ୍ଲେଞ୍ଜି ଡିଅଙ୍ଗା ମନ୍ରା ସତଙ୍, ଏନ୍ନେଲେ ଏଇଃୟମ୍ବା, ଆରି ଇନ୍ନିଙ୍ ଆ କଡାଡ଼ି ଅନିଃୟମ୍ବେନ୍ ଆନ୍ନା ଅନ୍ତମ୍ ଡକୋଏନ୍ ଡେନ୍, ଏତ୍ତେଲ୍ଡେନ୍ କେନ୍ଆତେ ନିୟ୍ ଇସ୍ୱରନ୍ ଅମଙ୍ବେନ୍ ଅବ୍ଗିୟ୍ତାତେ;16ଇନ୍ଲେଞ୍ଜି ଡିଅଙ୍ଗା ଜାୟ୍ ଅଡ଼ୋଲବୋ, ତିଅନ୍ତମ୍ ଇନ୍ଲେନ୍ ଏଞଣ୍ଡ୍ରମ୍ନେବା ।17ଏ ବୋଞାଙ୍ ତନାନ୍ଜି, ଆମ୍ୱେଞ୍ଜି ଆବରୁକ୍କୁନ୍ ଅମ୍ମେଲନ୍ ସଣ୍ଡୋଙିୟ୍ବା, ଆରି ଅମଙ୍ଲେନ୍ ଅଙ୍ଗା ଞଣ୍ଡ୍ରମ୍ନେଜି ଏଗିୟ୍ତେ, ଆନାଜି ତିଅନ୍ତମ୍ ଞଣ୍ଡ୍ରମ୍ତଞ୍ଜି, ତି ଆନିଞ୍ଜିଆଡଙ୍ ଗିୟ୍ବାଜି ।18କେନ୍ ଆ ବର୍ନେ ଆମ୍ମୁଙ୍ମା ଞେନ୍ ଆମ୍ବେଞ୍ଜିଆଡଙ୍ ବର୍ରବେନ୍, ଆରି ନିୟ୍ ଆମଡ୍ଡାଞେନ୍ ଜବ୍ରଡ୍ଲେ ବର୍ତନାୟ୍, ଲାଙ୍ଲେଡ୍ ମନ୍ରାଞ୍ଜି ଆଅକ୍କାଡଙ୍ଲୋଙନ୍ କ୍ରିସ୍ଟନ୍ ଆ ବନେରାମର୍ଜି ଅନ୍ତମ୍ ଞଣ୍ଡ୍ରମ୍ତଞ୍ଜି;19ଆତନିକ୍କି ଆଡିଡ୍ ଆନିଞ୍ଜି ଗୁରୁଡ୍ଡେତଜି, କିମ୍ପୋଙନ୍ ଆ ଇସ୍ୱରଞ୍ଜି, ଗରନ୍ରୟ୍ଡାନ୍ ଆ କାବ୍ବାଡ଼ା ବାତ୍ତେ ଆନିଞ୍ଜି ଦର୍ପତଞ୍ଜି, ଆରି ଡଅଙ୍ଡାଗୋ ଆ କାବ୍ବାଡ଼ାଲୋଙ୍ ଆନିଞ୍ଜି ମଗାଡ୍ଲେ ଡକୋତଞ୍ଜି ।20ଇନ୍ଲେଞ୍ଜି ରୁଆଙନ୍ ଆ ପର୍ଜାଜି, ରୁଆଙନ୍ ସିଲଡ୍ ଅନୁର୍ମର୍ ପ୍ରବୁ ଜିସୁ କ୍ରିସ୍ଟଲେନ୍ ଜିର୍ତାୟ୍ ଗାମ୍ଲେ ଇନ୍ଲେଞ୍ଜି ଆସାଲନ୍ ଡକୋତନ୍ବୋ ।21ଆନିନ୍ ଆ କାବ୍ବାଡ଼ାନ୍ ଆ ବୋର୍ସା ବାତ୍ତେ ଅଡ଼୍କୋନ୍ ଆ ବର୍ନେଜି ଅବ୍ଡର୍ନେଲେ ଡକ୍କୋଲେ ରପ୍ତିତେ, ତିଆତେ ବୟନ୍ ଡଅଙ୍ଲେଞ୍ଜି ତାଣ୍ଡାଲେ ଗନୁଗୁ ପନେମେଙନ୍ ଆ ଡଅଙ୍ ଅମ୍ମେଲଙ୍ତନ୍ ।