ବିଆନ୍ ବୁଣ୍ତା ଲକାର୍ କଃତା
1ଜିସୁ ଆରେକ୍ ଗାଲିଲି ସଃମ୍ନ୍ଦ୍ କଃଣ୍ଡାୟ୍ ହୁଣି ସିକ୍ୟା ଦେଉଁକେ ଦଃର୍ଲା, ଗାଦେକ୍ ଲକ୍ମଃନ୍ ଆସି ତାର୍ ଚାରିହାକ୍ ରୁଣ୍ଡ୍ଲାୟ୍ ଲାଗି ଜିସୁ ସଃମ୍ନ୍ଦେ ରିଲା ଗଟେକ୍ ଡଙ୍ଗାୟ୍ ଜାୟ୍ ବଃସ୍ଲା, ଆର୍ ଲକ୍ମଃନ୍ ସଃମ୍ନ୍ଦ୍ କଃଣ୍ଡାୟ୍ ରିଲାୟ୍ ।2ସଃଡେବଃଳ୍ ଜିସୁ କଃତା କୟ୍କଃରି ସେମଃନ୍କେ ଗାଦେକ୍ କଃତା କଃଉଁକେ ଦଃର୍ଲା, ଆର୍ ସେମଃନ୍କେ କୟ୍ଲା ।3“ସୁଣା ଗଟେକ୍ ମାନାୟ୍ ତାର୍ ହଃଦାୟ୍ ବିଆନ୍ ବୁଣୁକ୍ ବାରାୟ୍ଲା ।4ସେ ବିଆନ୍ ବୁଣ୍ତା ବଃଳ୍, କଃତେକ୍ ବିଆନ୍ ବାଟ ଲଃଗେ ଅଦୁର୍ଲି, ଆର୍ ଚେଳେମଃନ୍ ଆସି ସେ ସଃବୁ କାୟ୍ଲାୟ୍ ।5ଆର୍ କଃତେକ୍ ବିଆନ୍ ଅଃଳକ୍ ମାଟିରିଲା ଟେଳା ବୁୟେଁ ଅଦୁର୍ଲି, ଆର୍ ଅଃଳକ୍ ମାଟି ରିଲି ଲାଗି ବେଗି ଗଃଜା ଅୟ୍ଲି ।6ମଃତର୍ ବେଳ୍ ଉଦି କଃରା କଃଲାକ୍ ଗଃଜା ସଃବୁ ହଡିଗଃଲି, ଚେର୍ ସଃବୁ ମାଟି ବିତ୍ରେ ଜାୟ୍ ନଃରିଲାକ୍ ଗଃଜାମଃନ୍ ସୁକିଗଃଲି ।7କଃତେକ୍ ବିଆନ୍ କାଟା ବୁଟା ବିତ୍ରେ ଅଦୁର୍ଲି, ଆର୍ କାଟା ବୁଟାମଃନ୍ ବାଡ୍ଲି ଆର୍ ସେ ଗଃଜାମଃନ୍କେ ଚାହ୍ଲି, ତଃବାର୍ଗିନେ ସେ ଗଃଚେ ହଃଳ୍ ନଃଦେର୍ଲି ।8ମଃତର୍ ବିନ୍ କଃତେକ୍ ବିଆନ୍ ନିକ ବୁୟେଁ ଅଦୁର୍ଲି, ଆର୍ ସେରି ଗଃଜା ଅୟ୍ ବାଡିକଃରି ହଃଳ୍ ହଃଳ୍ଲି, କଃତେକ୍ ତିରିସ୍ ଗୁଣ୍, କଃତେକ୍ ସାଟେ ଗୁଣ୍ ଆର୍ ସଏ ଗୁଣ୍ ହଃଳ୍ଲି ।”9ଜିସୁ କୟ୍ଲା, “ଜାର୍ ସୁଣୁକ୍ କାନ୍ ଆଚେ ସେ ସୁଣ ।”ଇ କଃତାର୍ ବାବ୍
10ଜଃଡେବଃଳ୍ ଜିସୁ ଏକ୍ଲା ରିଲା, ବାରଗଟ୍ ଚେଲା ଆର୍ ତାକାର୍ ସଃଙ୍ଗ୍ ରିଲା ଲକ୍ମଃନ୍ ଜିସୁର୍ ଲଃଗେ ଆୟ୍ଲାୟ୍ ଆର୍ ଗଃଉଆରି କଃଲାୟ୍, “ତୁୟ୍ କାୟ୍ତାକ୍ କଃତା କୟ୍ ସିକ୍ୟା ଦେଉଁଲିସ୍ ।”11ଜିସୁ ସେମଃନ୍କେ କୟ୍ଲା, “ତୁମିମଃନ୍କେ ଇସ୍ୱରାର୍ ରାଇଜାର୍ ବିତ୍ରିକଃତା ବୁଜୁକେ ସଃକ୍ତି ଦିଆ ଅୟ୍ଆଚେ, ମଃତର୍ ବିନ୍ ଲକ୍ମଃନ୍କେ କଃତାକୟ୍ ସିକ୍ୟା ଦେଉଁକ୍ ଅଃଉଁଲି ।12ଜଃନ୍କଃରି,ସେମଃନ୍ ଦଃକି ଦଃକି, ଜାଣୁ ନଃହାର୍ତି;ଆର୍ ସୁଣି ସୁଣି, ବୁଜୁ ନଃହାର୍ତି ।ଜଦି ସେମଃନ୍ ଜାଣ୍ତି ଆର୍ ବୁଜ୍ତି ଆର୍ କଃଡେବଃଳ୍ ମାପ୍ରୁ ହାକ୍ ବାଉଳି ଆସ୍ତି,ଆର୍ କେମା ହାଉତି ।”ଜିସୁ ବିଆନ୍ ବୁଣ୍ତା କଃତାର୍ ବାବ୍ ବୁଜାୟ୍ଦିଲା
13ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ଇ କଃତା ତୁମିମଃନ୍ କାୟ୍ ବୁଜୁକ୍ ନଃହାରୁଲାସ୍ ? ତଃବେ ବିନ୍ କଃତା କଃନ୍କଃରି ବୁଜାସ୍ ?14ବୁଣୁ ଇସ୍ୱରାର୍ ବଃଚନ୍ ବୁଣେଦ୍ ।15କଃତେକ୍ ଲକ୍ ବାଟ ଲଃଗାର୍ ବୁୟ୍ଁ ହର୍, ସେମଃନ୍ ଇସ୍ୱରାର୍ ବଃଚନ୍ ସୁଣ୍ତି, ମଃତର୍ ସୁଣ୍ଲା ଦାହ୍ରେ ସୟ୍ତାନ୍ ଆସି ସେମଃନ୍ ସୁଣିରିଲା ବଃଚନ୍କେ ଚରି ନଃୟ୍ଦ୍ ।16କଃତେକ୍ ଲକ୍ ଚଃଚ୍ରା ଉହ୍ରେ ଅଃଳକ୍ ମାଟି ରିଲା ବୁୟ୍ଁ ହର୍, ସେମଃନ୍ ବଃଚନ୍ ସୁଣ୍ଲା ଦାହ୍ରେ, ସଃର୍ଦାଅୟ୍ ମଃନେ ଦଃର୍ତି ।17ମଃତର୍ ସେମଃନାର୍ ଚେର୍ ମାଟି ବିତ୍ରେ ଜାୟ୍ନଃରିଲା ଗିନେ, ସେ ଲକ୍ମଃନ୍ ଚଃନେକ୍ ମଃତର୍ ତିର୍ ଅୟ୍ ରେତି, ଆର୍ ଜଃଡେବଃଳ୍ ମାପ୍ରୁର୍ ବଃଚନାର୍ ଗିନେ ଦୁକ୍କଃସ୍ଟ୍ କି ତାଡ୍ନା ଆୟ୍ଲେକ୍, ସେଦାହ୍ରେ ବିସ୍ୱାସ୍ ଚାଡ୍ତି, ସେମଃନ୍ ବୁଣା ଅୟ୍ରିଲା ଚଃଚ୍ରା ବୁୟ୍ଁ ହର୍ ।18ଆର୍ କଃତେକ୍ ଲକ୍ କାଟାବୁଟା ବିତ୍ରେ ବୁଣ୍ଲା ବିଆନ୍ ହର୍ ବଃଚନ୍ ସୁଣ୍ତି, ଆର୍ ଜଃଗତାର୍ ଚିତା, ଦଃନାର୍ ଲଃବ୍ ଆର୍ ବିନ୍ ସବୁ ରଃକମାର୍ ଲାଳ୍ସା ସେମଃନ୍କେ ଚାହି ହଃକାୟ୍ଦ୍ ଆର୍ ସେମଃନ୍ ହଃଳ୍ ହଃଳୁ ନଃହାର୍ତି ।19ଜିବନେ ଦଃନ୍ଦି, ଜଃଗତାର୍ ମଲ୍ନୟ୍ଲା ଦଃନ୍ ଆର୍ ବିନ୍ ଜିନିସାର୍ ଇଚା ଆସେଦ୍ ଆର୍ ଚାହେଦ୍ ସେତାକ୍ ସେରି ହଃଳ୍ ନଃଦେରେ ।20ମଃତର୍ ଜୁୟ୍ ଲକ୍ମଃନ୍ ମାପ୍ରୁର୍ ବଃଚନ୍ ସୁଣି ସେରି ମଃନେ ଦଃର୍ତି ଆର୍ ତିରିସ୍ ଗୁଣ୍, ସାଟେ ଗୁଣ୍ ଆର୍ ସଏ ଗୁଣ୍ ହଃଳ୍ ହଃଳ୍ତି, ସେମଃନ୍ ବୁଣା ଅୟ୍ରିଲା ନିକ ବୁୟ୍ଁ ହର୍ ।”ମାଣ୍ ତଃଳେ ବଃତି
21ଜିସୁ ଆରେକ୍ ସେମଃନ୍କେ କୟ୍ଲା, “କୁୟ୍ ଲକ୍ କାୟ୍ କୁପି ଲାଗାୟ୍, ମାଣ୍ ତଃଳେ କି କଃଟ୍ ତଃଳେ ସଃଙ୍ଗାଉଁକେ ଆଣେଦ୍ ? ମଃତର୍ ଲକ୍ମଃନ୍ କୁପି ଲାଗାୟ୍ ରୁକା ଉହ୍ରେ ସଃଙ୍ଗାଉଁକେ କାୟ୍ ନାଣ୍ତି ?22କାୟ୍ତାକ୍ବଃଲେକ୍ ଜାଣା ନଃହେଳ୍ତାର୍ କାୟ୍ରି ହେଁ ଲୁକ୍ଣେ ନାୟ୍, ଆର୍ ଜୁୟ୍ରି ଲୁକି ଆଚେ, ସେରି ହଃଦାୟ୍ ବାରାଉଁକ୍ ଲୁକି ଆଚେ ।23ଜଦି ତୁମାର୍ କାନ୍ ଆଚେ, ତଃବେ ସୁଣା !”24ଜିସୁ ଆରେକ୍ ସେମଃନ୍କେ କୟ୍ଲା, “ତୁମି ଜାୟ୍ରି ସୁଣୁଲାସ୍ ସେ କଃତାକ୍ ଜଃଗ୍ରାତ୍, ତୁମିମଃନ୍ ଜୁୟ୍ ନାହେଁ ନାହାସ୍, ସେ ନାହେଁ ତୁମିମଃନ୍କେ ନାହି ଦିଆ ଅୟ୍ଦ୍ ଆର୍ ତୁମିମଃନ୍କେ ଅଃଦିକ୍ ଦିଆ ଅୟ୍ଦ୍ ।25କାୟ୍ତାକ୍ବଃଲେକ୍ ଜାର୍ ଆଚେ, ତାକ୍ ଦିଆ ଅୟ୍ଦ୍, ଆର୍ ଜାର୍ ନାୟ୍ ତାର୍ ତଃୟ୍ ଜାୟ୍ରି ଆଚେ, ସେରି ହେଁ ତାର୍ ତଃୟ୍ହୁଣି ନିଆ ଅୟ୍ଦ୍ ।”ଆକର୍ତା ବିଆନ୍ କଃତା
26ଆରେକ୍ ଜିସୁ କୟ୍ଲା, “ଇସ୍ୱରାର୍ ରାଇଜ୍ ଇରଃକମ୍ । ଜଃନ୍କଃରି ଗଟ୍ଲକ୍ ତାର୍ ବୁୟେଁ ବିଆନ୍ ବୁଣେଦ୍ ।27ଆରେକ୍ ସେଲକ୍ ରାତିବଃଳ୍ ସୟ୍ଦ୍, ଆର୍ ଦିନ୍ ବଃଳ୍ ଉଟେଦ୍; ଆର୍ ବିଆନ୍ କଃନ୍କଃରି ଆକରି ବାଡେଦ୍ ଇରି ସେମାନାୟ୍ ନଃଜାଣେ ।28ବୁୟ୍ଁ ନିଜେ ହଃଳ୍ ହଃଳାୟ୍ଦ୍, ହଃର୍ତୁ ହଃତାର୍, ତାର୍ହଃଚେ କେଡ୍, ଆର୍ କେଡ୍ ବଃର୍ତି ଗଅଁ ଅୟ୍ଦ୍ ।29ମଃତର୍ ସଃର୍ନେ କେଡ୍ ହାକ୍ଲେକ୍ କାଟ୍ତା ବେଳା ଅୟ୍ଲି ବଃଲି ସେ ଲକ୍ ଇଳା ସଃଙ୍ଗ୍ କାଟେଦ୍ ।”ସଃର୍ସୁ ମୁଞ୍ଜିର୍ କଃତା
30ଜିସୁ ଆରେକ୍ କୟ୍ଲା, “ମୁଁୟ୍ କାର୍ ସଃଙ୍ଗ୍ ଇସ୍ୱରାର୍ ରାଇଜ୍ ତୁଳ୍ନା କଃରିନ୍ଦ୍ ? ଆରେକ୍ ମୁଁୟ୍ ତୁମିମଃନ୍କେ କୁୟ୍ କଃତା କୟ୍ ସେରି ବୁଜାୟ୍ନ୍ଦ୍ ?31ଇସ୍ୱରାର୍ ରାଇଜ୍ ଗଟେକ୍ ସାନ୍ ସଃର୍ସୁ ମୁଞ୍ଜି ହର୍; ମାଟାୟ୍ ବୁଣ୍ତା ବଃଳ୍ ଇରି ହୁର୍ତିବିର୍ ସଃବୁ ମୁଞ୍ଜି ତଃୟ୍ହୁଣି ସାନ୍ ।32ମଃତର୍ ବୁଣ୍ଲା ହଃଚେ ଇରି ବାଡିକଃରି ସଃବୁସାଗ୍ ତଃୟ୍ହୁଣି ବଃଡ୍ ଅୟ୍ଦ୍, ଆରେକ୍ ତାର୍ ଇରଃକମ୍ ବଃଡ୍ବଃଡ୍ ଡାଳ୍ ଅୟ୍ଦ୍ ଜେ, ଅଃଗାସ୍ ଉହ୍ରାର୍ ଚେଳେମଃନ୍ ତାର୍ ଚାୟ୍ ଲଃଗେ ଗୁଡା କଃରୁକେ ହାର୍ତି ।”33ଜିସୁ ଇରଃକମ୍ କଃତେକ୍ କଃତା କୟ୍ ସେମଃନାର୍ ବୁଜୁ ହାର୍ତା ହଃତେକ୍ ସେମଃନ୍କେ ସିକ୍ୟା ଦେତିରିଲା ।34ଜିସୁ କଃତା ନଃକୟ୍କଃରି କାୟ୍ ସିକ୍ୟା ହେଁ ନଃଦେତି ରିଲା, ମଃତର୍ ଜିସୁ ଅଃହ୍ଣାର୍ ଚେଲାମଃନ୍କେ ସଃବୁ କଃତା ଲୁକ୍ଣେ ବୁଜାଉତି ରିଲା ।ଜିସୁ ବାଉହାଣିକେ ତିର୍ କଃଲା
35ସେଦିନ୍ ସଃଞ୍ଜ୍ ଅୟ୍ଲାକ୍, ଜିସୁ ତାର୍ ଚେଲାମଃନ୍କେ କୟ୍ଲା, “ଆସା ଅଃମି ସଃମ୍ନ୍ଦାର୍ ସେହାଟି ଜୁଆଁ ।”36ତଃବେ ଚେଲାମଃନ୍ ଲକ୍ମଃନ୍କେ ସେତି ଚାଡି ଜୁୟ୍ ଡଙ୍ଗାୟ୍ ଜିସୁ ବଃସିରିଲା, ଚେଲାମଃନ୍ ହେଁ ଜାୟ୍ ସେତି ବଃସ୍ଲାୟ୍, ଆର୍ ଜିସୁକେ ତାର୍ ସଃଙ୍ଗ୍ ନିଲାୟ୍ । ଆରେକ୍ ସେତି ବିନ୍ ବିନ୍ ଡଙ୍ଗା ହେଁ ତାକାର୍ ସଃଙ୍ଗ୍ ରିଲି ।37ତାର୍ହଃଚେ ତଃତ୍କାଣ୍ ସଃମ୍ନ୍ଦେ ଅଃପର୍ବଳ୍ ବାଉବଃତାସ୍ ଅୟ୍ଲି, ଆର୍ ସଃମ୍ନ୍ଦେ ଉଲାଳ୍ ଉଟି ଡଙ୍ଗା ବଃର୍ତି ହାଣି ଅଃଉଁକେ ଦଃର୍ଲି ।38ସଃଡେବଃଳ୍ ଜିସୁ ଡଙ୍ଗାର୍ ହଃଚ୍ବାଟ୍ ମୁଚ୍ଳା ଉହ୍ରେ ମୁଣ୍ଡ୍ ଲାଦି ସୟ୍ରିଲା; ଆର୍ ଚେଲାମଃନ୍ ଜିସୁକେ ଉଟାୟ୍ କୟ୍ଲାୟ୍, “ଏ ଗୁରୁ, ଅଃମିମଃନ୍ ମଃଲୁ, ଅଃମାର୍ ଗିନେ ତର୍ କାୟ୍ ଚିତା ନାୟ୍ ?”39ଜିସୁ ଉଟିକଃରି ବାଉହାଣିକେ ଦଃକା ଦଃୟ୍ ସଃମ୍ନ୍ଦ୍କେ କୟ୍ଲା, “ତୁନ୍ହାଳ୍, ଚୁପ୍ଅଃଉ ।” ସେତାକ୍ ବାଉ ତେବ୍ଲି ଆର୍ ସଃବୁ ତିର୍ ଅୟ୍ଲି ।40ତାର୍ହଃଚେ ଜିସୁ ଚେଲାମଃନ୍କେ କୟ୍ଲା, “ତୁମିମଃନ୍ କାୟ୍ତାକ୍ ଅଃତେକ୍ ଡିରୁଲାସ୍, ଅଃବେ ହଃତେକ୍ କାୟ୍ ତୁମାର୍ ବିସ୍ୱାସ୍ ନାୟ୍ ?”41ସେତାକ୍ ସେମଃନ୍ ଅଃପର୍ବଳ୍ ଡିରିକଃରି ତାକାର୍ ତାକାର୍ ବିତ୍ରେ କଃଉଆକଇ ଅଃଉଁକେ ଦଃର୍ଲାୟ୍, “ଏ ତଃବେ କେ ଜେ, ବାଉ ଆର୍ ସଃମ୍ନ୍ଦ୍ ହେଁ ଆର୍ କଃତା ମାନୁଲାୟ୍ ।”