ଜିସୁ ଗଟେକ୍ ଆତ୍ ସୁକ୍ଲା କଲା ଲକ୍କେ ନିକ କଲା
1ପଚେ ଜିସୁ ଆରି ଗଟେକ୍ ତର୍ ଜିଉଦିମନର୍ ପାର୍ତନା ଗରେ ଗାଲା । ତେଇ ଗଟେକ୍ ଲକ୍ ରଇଲା । ତାର୍ ଗଟେକ୍ ଆତ୍ ସୁକିଜାଇରଇଲା ।2ଜିସୁ କେଜାନେ ବିସ୍ରାମ୍ ବାରେ ନିମାନ୍ କର୍ସି ବଲି, ସେମନ୍ ଆଁକି ନ ମରାଇତେ ଦେକ୍ତେରଇଲାଇ, କାଇକେବଇଲେ ଜେନ୍ତିକି ତାର୍ ବିରୁଦେ ଦସ୍ ଦାରିପାର୍ବାଇ ।3ଜନ୍ ଲକର୍ ଆତ୍ ସୁକି ଜାଇରଇଲା, ତାକେ ଜିସୁ କଇଲା, “ଆଉ ମଜାଇ ଟିଆ ଅ ।”4ଆରି ଜିସୁ ଲକ୍ମନ୍କେ ପାଚାର୍ଲା, “ ବିସ୍ରାମ୍ବାରେ କାଇଟା କର୍ବା ନିଅମ୍ ? ନିକ କର୍ବାର୍ କି ଆସାର୍ କର୍ବାର୍ ? ଜିବନ୍ ବଁଚାଇବାର୍ କି ମରାଇଦେବାର୍ ?” ମାତର୍ ସେମନ୍ କାଇଟା ନ କଇ ଚିମ୍ରାଅଇ ରଇଲାଇ ।5ସେବେଲେ ତାକର୍ ମନ୍ ଡାଟ୍ ରଇବାଟା ଦେକିକରି ଜିସୁ ଦୁକ୍ଅଇ ରିସାସଙ୍ଗ୍, ଚାରିବେଡ୍ତି ଦେକ୍ଲା । ଆରି ସେ ଲକ୍କେ କଇଲା, “ଆତ୍ ଲାମା ।” ସେ ଲକ୍ ଆତ୍ ଲାମାଇଲା, ଆରି ତାର୍ ଆତ୍ ନିମାନ୍ ଅଇଗାଲା ।6ତେଇଅନି ପାରୁସିମନ୍ ସେ ଜାଗାଇଅନି ଦାପ୍ରେ ବାରଇ ଜାଇ ଜିସୁକେ ମରାଉ ବଲି ତାର୍ ବିରୁଦେ ଏରଦ୍ ରାଜାର୍ ଲକ୍ମନର୍ସଙ୍ଗ୍ ଉପାଇ ପାଁଚ୍ବାର୍ ଦାର୍ଲାଇ ।7ସେଡ୍କିବେଲେ ଜିସୁ ସିସ୍ମନର୍ ସଙ୍ଗ୍ ଲକ୍ମନର୍ଟାନେଅନି ବେଗ୍ଲି କରି, ସମ୍ଦୁର୍ କଣ୍ଡିବାଟେ ବାରଇ ଗାଲା । ଆରି ଗାଲିଲି ଅନି ବେସି ଲକ୍ ତାର୍ ପଚେ ପଚେ ଆଇଲାଇ, ଆରି ଜିଉଦା,8ଜିରୁସାଲାମ୍, ଇଦମ୍, ଜର୍ଦନ୍ର୍ ଉପର୍ ବାଟେ ରଇବା ସର ଆରି ସିଦନର୍ ଚାରିବେଡ୍ତିର୍ ଲକ୍ ସେ କରିରଇବା ସବୁ କାମର୍ କାତା ସୁନି ତାର୍ ଲଗେ ଆଇଲାଇ ।9ସେଡ୍କିବେଲେ ଚିପାଟେଲା ରଇଲାକେ, ଲକ୍ମନ୍ ଜେନ୍ତିକି ଉପ୍ରେ ଡାବି ନ ଅଅତ୍, ତେବର୍ ପାଇ ଜିସୁ ସିସ୍ମନ୍କେ ତାର୍ପାଇ ଗଟେକ୍ ସାନ୍ଟା ଡଙ୍ଗା ଆନି ଜାଗାଇବାକେ ତିଆର୍ଲା ।10କାଇକେବଇଲେ ସେ ବେସି ଲକ୍ମନ୍କେ ନିମାନ୍ କଲାଜେ ଜର୍ଦୁକା ଅଇରଇବା ଲକ୍ମନ୍ ତାକେ ଚିଉଁ ବଲି ଉପ୍ରେ ଡାବିଅଇ ଜାଇତେରଇଲାଇ ।11ଆରି ଜେଡେବେଲେ ଜିସୁକେ କରାପ୍ ଆତ୍ମାମନ୍ ଦେକ୍ତେ ରଇଲାଇ, ସେ ଆତ୍ମାମନ୍ ତାର୍ ମୁଆଟେ ଅଦ୍ରି ଆଉଲିଅଇ କଇତେରଇଲାଇ, “ତୁଇ ଆକା ପର୍ମେସରର୍ ପଅ ।”12ମାତର୍ ଜିସୁ ଡୁମାମନ୍କେ ତାର୍ ବିସଇନେଇ ବିନ୍ ଲକ୍ମନ୍କେ କାଇ ବଲି ନ କୁଆ ବଲି ଡାଟ୍ସଙ୍ଗ୍ ଆଦେସ୍ ଦେଇତେରଇଲା ।ଜିସୁ ବାର୍ଟା ସିସ୍ମନ୍କେ ବାଚ୍ଲା
13ଜିସୁ ପର୍ବତ୍ ଉପ୍ରେ ଜାଇ, ଜନ୍ ଲକ୍ମନ୍କେ ସେ ମନ୍ କଲା, ସେମନ୍କେ ଲଗେ ଡାକ୍ଲା, ଆରି ସେମନ୍ ତାର୍ ଲଗେ ଆଇଲାଇ ।14ସେ ବାର ଲକ୍କେ ବାଚ୍ଲା ଆରି ସେମନ୍କେ ତାର୍ କବର୍ ନେଉ ବଲି ଡାକ୍ଲା । ଜେନ୍ତି ସେମନ୍ ତାର୍ ସଙ୍ଗ୍ ରଇପାରତ୍ ଆରି ସେମନ୍ ତାର୍ କବର୍ ଜାନାଇବାଇ,15ଆରି ଡୁମାଚାଡାଇବାକେ ଅଦିକାର୍ ଦେଲା ।16ଜିସୁ ବାର ଲକ୍କେ ବାଚ୍ଲା, ଜନ୍ଲକ୍ମନ୍ କି ସିମନ୍, ଜାକେ ସେ ପିତର୍ ବଲି ନାଉଁ ଦେଲା,17ଜେବଦିର୍ ପ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ସେ ବିନେରିଗସ୍ ବଲି ନାଉଁ ଦେଲା, ଆର୍ ଅରତ୍ ଅଇଲାନି ମେଗ୍ନାଦର୍ ପଅମନ୍,18ଆନ୍ଦ୍ରିୟ, ପିଲିପ୍, ବାର୍ତଲମି, ମାତିଉ, ତମା, ଆଲ୍ପିର୍ ପଅ ଜାକୁବ୍, ତଦିୟ, କିଣାନିୟ ସିମନ୍, ଜେ କି ରମିୟ ସର୍କାରର୍ ବିରୁଦେ ଉଟିରଇଲା ।19ଆରି ଇସ୍କାରିୟତିୟ ଜିଉଦା, ଜେ କି ଜିସୁକେ ସତ୍ରୁକେ ସର୍ପି ଦେଇରଇଲା ।20ପଚେ ଜିସୁ ଗଟେକ୍ ଗରେ ପୁର୍ଲା । ସେଡ୍କି ବେଲେ ଲକ୍ମନ୍ ଆରି ତରେକ୍ ଏତେକ୍ ରୁଣ୍ଡ୍ଲାଇ ଜେ, ସେ ଆରି ତାର୍ ସିସ୍ମନ୍ କାଇବାର୍ ମିସା ନାପାର୍ଲାଇ ।21“ ଜିସୁକେ କାଇବାକେ ମିସା ବେଲା ନାଇ ।” ବଲି କଇ ତାକର୍ ଗରର୍ ଲକ୍ ସୁନି, ତାକେ ଗରେ ଡାକିନେବାକେ ଆଇଲାଇ । କାଇକେବଇଲେ ସେମନ୍ କଇଲାଇ, “ତାର୍ ବୁଦି ବାନାଅଇଗାଲାନି ।”ଜିସୁ ଆରି ବାଲ୍ଜିବୁଲ୍
22ଆରି, ଜିରୁସାଲାମ୍ ଅନି ଆସିରଇବା ସାସ୍ତର୍ ସିକାଉମନ୍ କଇଲାଇ, “ଆକେ ଡୁମାମନର୍ ନେତା ବାଲ୍ଜିବୁଲ୍ ଦାରିଆଚେ, ଆରି ଡୁମାମନର୍ ନେତାର୍ ବପୁସଙ୍ଗ୍ ଡୁମା ଚାଡାଇଲାନି ।”23ସେଡ୍କିବେଲେ ଜିସୁ ସାସ୍ତର୍ ସିକାଉମନ୍କେ ଲଗେଡାକି ଉଦାଅରନ୍ ଦେଇ କଇଲା, “ସଇତାନ୍ କେନ୍ତି ସଇତାନ୍କେ ଚାଡାଇ ପାର୍ସି ?24ଜଦି ଗଟେକ୍ ରାଇଜ୍ ଦୁଇ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ରାଜିଅ ବେସିଦିନ୍ ନ ରଏ ।25ଗଟେକ୍ ଗର୍ ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ଗର୍ ବେସି ଦିନ୍ ନ ରଏ ।26ସେନ୍ତାର୍ସେ ସଇତାନ୍ ଜଦି ବାଗ୍ ଅଇ ନିଜର୍ ବିରୁଦେ ଉଟ୍ସି, ତେବେ ସେ ତବିର୍ ଅଇ ରଇ ନାପାରେ, ମାତର୍ ତାର୍ ବିନାସ୍ ଗଟ୍ସି ।27“ମାତର୍ କେ ମିସା ବପୁ ରଇବା ଲକ୍କେ ପର୍ତୁମ୍ ନ ବାନ୍ଦ୍ତେ, ତାର୍ ଗରେ ପୁରିକରି ସେଲକର୍ ନିଜର୍ ସବୁ ଚରାଇ ନେଇ ନାପାରେ, ମାତର୍ ସେ ବପୁ ରଇବା ଲକ୍କେ ଆଗେ ବାନ୍ଦ୍ଲେ ସିନା ସେ ତାର୍ ଗରେ ପୁରି ଚରିପାର୍ସି ।28“ମୁଇ ତମ୍କେ ସତ୍ କଇଲିନି, ଲକ୍ମନର୍ ସବୁ ପାପ୍, ଆରି ସେମନ୍ ଜେତେକ୍ ନିନ୍ଦା କାତା କଇ ପର୍ମେସରର୍ ନିନ୍ଦା କଲେ ମିସା, ସେ ସବୁଜାକ କେମା କରାଅଇସି ।29ଜେକି ସୁକଲ୍ଆତ୍ମାର୍ ବିରୁଦେ ନିନ୍ଦା କାତା କଇସି, ତାକେ କନ୍ କାଲେ ମିସା ପର୍ମେସର୍ କେମା ନ ଦେଏ, ଆରି ସେ ନ ସାର୍ବା ପାପର୍ ଦସି ଅଇସି ।”30ତାକେ କାରାପ୍ ଆତ୍ମା ଲାଗିଆଚେ ବଲି ସାସ୍ତର୍ ସିକାଉମନ୍ କଇଲାଇକେ, ଜିସୁ ଏନ୍ତାରି କଇଲା ।ଜିସୁର୍ ମାଆ ଆରି ବାଇବଇନିମନ୍
31ସେଡ୍କିବେଲେ ଜିସୁର୍ ମା ଆରି ବାଇମନ୍ ଆସି ବାଇରେ ଟିଆ ଅଇ ଜିସୁକେ ଡାକାଇପାଟାଇଲାଇ ।32ତେଇ ତାର୍ ଚାରିବେଡ୍ତି ବସି ରଇବା ଲକ୍ମନ୍ ତାକେ କଇଲାଇ, “ଦେକା, ତମର୍ ମାଆ ଆରି ବାଇ ବଇନି ବାଇରେ ରଇ ତମ୍କେ କଜ୍ଲାଇନି ।”33ଜିସୁ ସେମନ୍କେ କଇଲା, “କେ ମର୍ ମା ଆରି ବାଇବଇନିମନ୍ ?”34ସେ ତାର୍ ଚାରିବେଡ୍ତି ବସିରଇବା ଲକ୍ମନ୍କେ ଦେକିକରି କଇଲା, “ଏମନ୍ ମର୍ ମାଆ ଆରି ମର୍ ବାଇ ବଇନି ।35ଜନ୍ ଲକ୍ମନ୍ ପର୍ମେସର୍ ମନ୍କଲାଟା ପୁରାପୁରୁନ୍ କର୍ବାଇ, ସେ ମର୍ ବାଇ, ବଇନି ଆରି ମା ।”