ଡୁବନ୍ ଦେଉ ଜଅନର୍ ପର୍ଚାର୍
1ଏଟା ଅଇଲାନି ପର୍ମେସରର୍ ପଅ ଜିସୁ କିରିସ୍ଟର୍ ନିମାନ୍ କବରର୍ ଆରାମ୍ ।2ଏଟା ଏନ୍ତାରି ଆରାମ୍ ଅଇଲା । ଜିସାୟ ବବିସତ୍ବକ୍ତାର୍ ସାସ୍ତରେ ଜେନ୍ତାର୍ ଲେକାଅଇଲା ଆଚେ,ପର୍ମେସର୍ କଇଲା, ଦେକା ମୁଇ ମର୍ କବର୍ ଜାନାଉକେ ତମର୍ ଆଗେ ପାଟାଇଲିନି,ସେ ତମର୍ ବାଟ୍ ତିଆର୍ କର୍ସି ।3ତାର୍ ସର୍ ମରୁବାଲି ବୁଏଁ ଆଉଲିଅଇକରି ସୁନାଇଲାନିମାପ୍ରୁର୍ ବାଟ୍ ତିଆର୍ କରା,ତାର୍ପାଇ ବାଟ୍ ସଲ୍କାଆ ।4ତାର୍ପଚେ ଏ ସବୁ କାତା ପୁରାପୁରୁନ୍ ଅଇଲା, ଜେଡେବେଲେ, ଡୁବନ୍ ଦେଉ ଜଅନ୍ ମରୁବାଲିବୁଏଁ ଆସି ପାପ୍ କେମାର୍ ଲାଗି ବଲି ପାପ୍ଟାନେଅନି ବାଉଡାଇବା ବିସଇ କଇବାର୍ ଦାର୍ଲା । “ତମର୍ ପାପ୍ କେମା ଅଇବାକେ ପାପ୍ଟାନେ ମନ୍ ବାଦ୍ଲାଇ ଡୁବନ୍ ନିଆ । ପର୍ମେସର୍ ତମର୍ ପାପ୍ କେମା କର୍ସି ।”5ସେଡ୍କିବେଲେ ଜିଉଦାଦେସର୍ କେତେକ୍ ଲକ୍ ଆରି ଜିରୁସାଲାମ୍ ରାଇଜର୍ ସବୁ ଲକ୍ମନ୍ ବାରଇକରି ଜଅନର୍ କାତା ସୁନୁ ବଲି ଆଇବାର୍ ଦାର୍ଲାଇ । ଆରି ନିଜର୍ ନିଜର୍ ପାପ୍କଲାଟା ମାନିକରି ଜର୍ଦନ୍ ଗାଡେ ତାର୍ତେଇଅନି ଡୁବନ୍ ନେଲାଇ ।6ଜଅନ୍ ଉଟର୍ ଚେଣ୍ଡିସଙ୍ଗ୍ ତିଆର୍ ଅଇଲା ଲୁଗା ପିନ୍ଦି, ପସୁ ଚାମର୍ ଆଁଟାବେଡା ଆଁଟାଇ ବାନ୍ଦି ଅଇତେରଇଲା । ତାର୍ କାଦି ଅଇଲା ଚିଟ୍କା ଆରି ବନର୍ ମୁ ।7ସେ ଜାନାଇକରି କଇବାର୍ ମୁଲିଆଇଲା, “ମର୍ ପଚେ ଗଟେକ୍ ବେସି ବପୁର୍ ଲକ୍ ଆଇସି, ତାର୍ ଗତିଦାଙ୍ଗ୍ଡା ଅଇକରି ତାର୍ ଗଡର୍ ପାଣ୍ଡଇ ବେଟ୍ବାର୍ ମିସା ମର୍ ଅଦିକାର୍ ନାଇ ।8ମୁଇ ତମ୍କେ ପାନିତେଇ ଡୁବନ୍ ଦେଲିନି, ମାତର୍ ସେ ତମ୍କେ ସୁକଲ୍ଆତ୍ମାଇ ଡୁବନ୍ ଦେଇସି ।”ଜିସୁର୍ ଡୁବନ୍ ଆରି ପରିକା
9ସେଡ୍କିବେଲେ ଜିସୁ ଗାଲିଲି ଜାଗାର୍ ନାଜରିତ୍ ଗଡେ ଅନି ଆସି ଜର୍ଦନ୍ ଗାଡେ ଡୁବନ୍ ଦେଉ ଜଅନର୍ ଟାନେ ଡୁବନ୍ ନେଲା ।10ସେ ପାନିତେଇ ଅନି ବାରଇ ଆଇବାବେଲେ, ସରଗ୍ ଉଗାଡି ଅଇ ପର୍ମେସରର୍ ଆତ୍ମା ପରୁଆ ପାରା ଅଇ ଜିସୁର୍ ଉପ୍ରେ ଉତ୍ରି ଆଇବାଟା ସେ ଦେକ୍ଲା ।11ଆରି ସର୍ଗେଅନି ଗଟେକ୍ ସର୍ ସୁନିଅଇଲା, “ତୁଇ ମର୍ ଆଲାଦର୍ ପିଲା, ତର୍ଟାନେ ମୁଇ ବେସି ସାର୍ଦା ।”12ସେଦାପ୍ରେ ସୁକଲ୍ ଆତ୍ମା ଜିସୁକେ ମରୁବାଲି ବୁଏଁ ପାଟାଇଲା ।13ମରୁବାଲି ବୁଏଁ ଚାଲିସ୍ ଦିନ୍ ରଇଲାବେଲେ, ସଇତାନ୍ ତାକେ ପାପ୍କରାଇବାକେ ଚେସ୍ଟା କର୍ତେରଇଲା । ସେ ଜାଗାଇ ବନର୍ ଜଁତ୍ମନ୍ ରଇଲାଇ, ଆରି ସରଗର୍ ଦୁତ୍ମନ୍ ଆସି ତାର୍ ସେବା କର୍ତେରଇଲାଇ ।ଜିସୁ ଚାରିଟା କେଉଟ୍ମନ୍କେ ଡାକ୍ଲା
14କେତେଦିନ୍ ଗାଲାପଚେ ଏରଦ୍ରାଜା ଡୁବନ୍ ଦେଉ ଜଅନ୍କେ ବନ୍ଦି ଗରେ ସଙ୍ଗଇଲା ପଚେ ଜିସୁ ଗାଲିଲି ଗାଏଁ ବାଉଡିଆସି, ପର୍ମେସରର୍ ନିମାନ୍ କବର୍ ସୁନାଇବାର୍ ଦାର୍ଲା ।15“ସମାନ୍ ବେଲା ଆଇଲା, ପର୍ମେସରର୍ ରାଇଜ୍ ଲଗେ କେଟ୍ଲା ଆଚେ । ତମେ ପାପେ ଅନି ମନ୍ ବାଉଡାଇକରି ନିମାନ୍ କାତାଇ ବିସ୍ବାସ୍ କରା ।”16ଜିସୁ ଗାଲିଲି ସମ୍ଦୁର୍ କଣ୍ଡିବାଟେ ଜିବା ବେଲେ ସିମନ୍ ଆରି ତାର୍ ବାଇ ଆନ୍ଦ୍ରିଅକେ ସମ୍ଦୁରେ ବଇଜାଲ୍ ପାକାଇବାଟା ଦେକ୍ଲା, ସେମନ୍ ମାଚ୍ ଦାରୁ କେଉଟ୍ମନ୍ ରଇଲାଇ ।17ଜିସୁ ସେମନ୍କେ କଇଲା, “ମର୍ ସଙ୍ଗ୍ ଆସା, ମୁଇ ତମ୍କେ ଲକ୍ମନ୍କେ ପର୍ମେସରର୍ ବାଟେ ଆନ୍ବା ବିସଇ ସିକାଇବି ।”18ସେଦାପ୍ରେ ସେମନ୍ ଜାଲ୍ ଚାଡି ଜିସୁର୍ ପଚେ ପଚେ ଗାଲାଇ ।19ପଚେ କଣ୍ଡେକ୍ ଦୁର୍ ଜାଇ ଜେବଦିର୍ ପଅମନ୍ ଜାକୁବ୍ ଆରି ତାର୍ ବାଇ ଜଅନ୍କେ ଡଙ୍ଗାଇ ଜାଲ୍ ସାଜାଡ୍ବାଟା ଦେକ୍ଲା ।20ଜିସୁ ସେମନ୍କେ ଦେକ୍ଲା ଦାପ୍ରେ ଡାକ୍ଲା, ଆରି ସେମନ୍ ତାକର୍ ବାବା ଜେବଦିକେ ଆରି କୁଲିଆର୍ମନ୍କେ ଡଙ୍ଗାଇ ଚାଡି ତାର୍ ସଙ୍ଗ୍ ଗାଲାଇ ।ଜିସୁ ଡୁମା ଦାର୍ଲା ଲକ୍କେ ନିକ କଲା
21ପଚେ ଜିସୁ ଆରି ତାର୍ ସିସ୍ମନ୍ କପର୍ନାଉମେ ଗାଲାଇ, ଆରି ବିସ୍ରାମ୍ବାର୍ କେଟ୍ଲାକେ ସେ ଜିଉଦିମନର୍ ପାର୍ତନା ଗରେ ପୁରି, ଲକ୍ମନ୍କେ ସିକାଇବାର୍ ଦାର୍ଲା ।22ଲକ୍ମନ୍ ତାର୍ ସିକିଆ ସୁନି କାବା ଅଇଗାଲାଇ, ସେ ସାସ୍ତର୍ ସିକାଉପାରା ନ ସିକାଇ, ନିଜର୍ ଅଦିକାର୍ ସଙ୍ଗ୍ ସିକିଆ ଦେଇତେ ରଇଲା ।23ସେ ଦାପ୍ରେ ସେମନର୍ ପାର୍ତନା ଗରେ ଗଟେକ୍ ଡୁମା ଦାର୍ଲା ଲକ୍ କିର୍କିରି କରି ଜିସୁକେ କଇଲା,24“ଏ ନାଜରିତ୍ ଗଡର୍ ଜିସୁ, ତୁଇ କାଇକେ ଆମ୍କେ ଅରିଆନ୍ କଲୁସ୍ନି ? ତୁଇ କାଇ ଆମ୍କେ ବିନାସ୍ କର୍ବାକେ ଆଇଲୁସ୍ କି ? ତୁଇ କେ, ସେଟା ମୁଇ ଜାନି, ତୁଇ ଅଇଲୁସ୍ନି ପର୍ମେସରର୍ ସୁକଲ୍ ଲକ୍ ।”25ଜିସୁ ଡୁମାକେ ଦମ୍କାଇ କରି କଇଲା, “ଚୁପ୍ ଅ, ଆରି ଏ ଲକର୍ତେଇ ଅନି ବାର୍ଇ ଜା ।”26ସେଡ୍କି ବେଲେ ଡୁମା ତାକେ ମଡିପିଙ୍ଗି ବେସି କିର୍କିରି କରି ତାର୍ଲଗେ ଅନି ବାରଇଗାଲା ।27ତେବର୍ପାଇ ପାର୍ତନା ଗରେ ରଇବା ସବୁ ଲକ୍ କାବା ଅଇଗାଲାଇ ଆରି ତାକର୍ ତାକର୍ ବିତ୍ରେ କୁଆବଲା ଅଇଲାଇ । “ଏଟା କେନ୍ତାର୍ ? ଏଟାତା ଅଦିକାର୍ ସଙ୍ଗର୍ ନୁଆ ସିକିଆ । ଡୁମା ଆତ୍ମାମନ୍ ମିସା, ସେ ତିଆର୍ଲାଟା ମାନ୍ଲାଇନି ।”28ସେଡ୍କିବେଲେ ଜିସୁର୍ କାତା ଗାଲିଲିର୍ ଚାରିବେଡ୍ତିର୍ ଗାଉଁମନ୍କେ କେଟିଗାଲା ।ଜିସୁ ବେସି ଲକ୍ମନ୍କେ ନିକ କଲା
29ତାର୍ ପଚେ ଜିସୁ ଆରି ତାର୍ ସିସ୍ମନ୍ ପାର୍ତନା ଗରେ ଅନି ବାରଇ ଜାକୁବ୍ ଆରି ଜଅନର୍ ସଙ୍ଗ୍ ସିମନ୍ ଆରି ଆନ୍ଦ୍ରିୟର୍ ଗରେ ଗାଲାଇ ।30ତେଇ ରଇଲା ଲକ୍ମନ୍ ସିମନର୍ ସାତ୍ରି ଜର୍କେ ସଇରଇଲା ବିସଇ ଜିସୁକେ କଇଲାଇ ।31ସେଟାର୍ପାଇ ଜିସୁ ଜାଇ ସିମନର୍ ସାତ୍ରିର୍ ଆତେ ଦାରି ଉଟାଇଲା, ସେଦାପ୍ରେ ତାର୍ ଜର୍ ଚାଡିଗାଲା, ଆରି ସେ ଜାଇ ସେମନ୍କେ ସେବା କର୍ବାର୍ ଦାର୍ଲା ।32ସଞ୍ଜ୍ ବେଲାଇ ବେଲ୍ ବୁଡିଗାଲା ପଚେ, ଲକ୍ମନ୍ ଜରର୍ ଲକ୍ମନ୍କେ ଆରି ଡୁମାଦାରି ରଇବା ସବୁଲକ୍ମନ୍କେ ଜିସୁର୍ ଲଗେ ଆନ୍ବାର୍ ଦାର୍ଲାଇ,33ଆରି ଗାଉଁର୍ ଲକ୍ମନ୍ ସେ ଗରର୍ ଦୁଆରେ ରୁଣ୍ଡ୍ଲାଇ ।34ସେଡ୍କିବେଲେ ସେ ବିନ୍ ବିନ୍ ରକାମର୍ ରଗ୍ ଅଇରଇବା ଜବର୍ ରଗି ଲକ୍ମନ୍କେ ନିମାନ୍ କଲା ଆରି ଜବର୍ ଡୁମାମନ୍କେ ଚାଡାଇଲା, ମାତର୍ ସେ ଡୁମାମନ୍କେ କାତା କଇବାକେ ଦେଏନାଇ । କାଇକେବଇଲେ ଡୁମାମନ୍ ଜିସୁ ପର୍ମେସରର୍ ଟାନେଅନି ଆଇଲାଆଚେ ବଲିକରି ଜାନି ରଇଲାଇ ।ଜିସୁ ଗାଲିଲି ରାଇଜେ ମାପ୍ରୁର୍ କାତା ସୁନାଇଲା
35ଆର୍କର୍ ସାକାଲେ କୁକ୍ଡା ଡାକ୍ ବେଲାଇ ଜିସୁ ଉଟି ଗରେଅନି ବାରଇ ଜାଇ ଗଟେକ୍ କିନରା ରଇବା ଚିମ୍ରା ଜାଗାଇ, ଜାଇ ପାର୍ତନା କର୍ବାର୍ ଦାର୍ଲା ।36ସେଡ୍କିବେଲେ ସିମନ୍ ଆରି ତାର୍ ସଙ୍ଗର୍ଲକ୍ ତାକେ କଜ୍ବାର୍ ଗାଲାଇ,37ଜେଡେବଲ୍ ସେମନ୍ ଜିସୁକେ ବେଟ୍ ଅଇଲାଇ, ଆରି କାବାଅଇ ତାକେ କଇଲାଇ, “ସବୁ ଲକ୍ ତମ୍କେ କଜ୍ଲାଇନି ।”38ସେଡ୍କିବେଲେ ଜିସୁ ସେମନ୍କେ କଇଲା, “ଆସା, ଆମେ ରଇବା ବିନ୍ ବିନ୍ ଗାଉଁମନ୍କେ ଜୁ, କାଇକେବଇଲେ ସେ ଜାଗାମନ୍କେ ମିସା ମୁଇ ପର୍ମେସରର୍ କାତା କଇବି । କାଇକେବଇଲେ ସେଟାର୍ପାଇସେ ମୁଇ ଆଇଲିଆଚି ।”39ଆରି ଗାଲିଲିର୍ ସବୁଟାନେ ବୁଲି ବୁଲି ସେମନର୍ ସବୁ ପାର୍ତନା ଗରେ, ମାପ୍ରୁର୍ କାତା ସୁନାଇଲା, ଆରି ଡୁମା ଦାର୍ଲା ଲକ୍ମନ୍କେ ଚାଡାଇଲା ।ଜିସୁ ବଡ୍ ରଗିକେ ନିକ କଲା
40ସେଡ୍କି ବେଲେ ଗଟେକ୍ ବଡ୍ ରଗିତାର୍ ଲଗେ ଆସି ମାଣ୍ଡିକଟା ଦେଇ ତାକେ ବାବୁଜିଆ କରି କଇଲା, “ତମେ ଜଦି ମନ୍କଲେ ମକେ ସୁକଲ୍ କରି ପାର୍ସା ।”41ତେଇ ସେ ତାକେ ଜିବନ୍ ଦୁକାଇଲା ଆରି ଆତ୍ ଲାମାଇ କରି ତାକେ ଚିଇକରି କଇଲା, “ମୁଇ ମନ୍ କଲିନି, ତୁଇ ସୁକଲ୍ ଅ ।”42ସେଦାପ୍ରେ ବଡ୍ ରଗ୍ ତାର୍ ଲଗେ ଅନି ଦୁର୍ଅଇଲା ଆରି ସେ ସୁକଲ୍ ଅଇଗାଲା ।43ଆରି, ଜିସୁ ସେ ଲକ୍କେ ଡାଟ୍ସଙ୍ଗ୍ ଆଦେସ୍ ଦେଇ ସେଦାପ୍ରେ କଇ ପାଟାଇଲା ।44“ଜାଗ୍ରତ୍, ମୁଇ ତକେ ସୁକଲ୍ କଲି ବଲି କାକେ ମିସା କ ନାଇ, ମାତର୍ ଜା ଆରି ନିଜେ ପୁଜାରିକେ ଦେକାଇ ଅ ଆରି ମସା ଜନ୍ ଜନ୍ ବିରୁ ପର୍ମେସର୍କେ ଦେବାକେ ଆଦେସ୍ ଦେଲାଆଚେ, ସେ ଇସାବେ ଦେସ୍ । ଏଟାର୍ ଲାଗି ତୁଇ ସୁକଲ୍ ଅଇଜାଇଆଚୁସ୍ ବଲିକରି ପୁଜାରି ସବୁଲକର୍ ମୁଆଟେ ସାକି ଦେଅ ।”45ମାତର୍ ସେଲକ୍ ବାରଇ ଜାଇ ଜିସୁ ସୁକଲ୍ କରିରଇବା କବର୍ ଏତେକ୍ ରାଟୁକରି କଇବୁଲ୍ଲାଇ ଜେ, ଜିସୁ ଲକ୍ମନର୍ ଦେକ୍ତେ ଦେକ୍ତେ କନ୍ ଗାଉଁମନ୍କେ ମିସା ଜାଇ ପୁରି ନାପାର୍ଲା । ମାତର୍ ବାଇରେ ଜାଇ ଚିମ୍ରା ଜାଗାମନ୍କେ ରଇଲା । ଅଇଲେ ମିସା ଲକ୍ମନ୍ ଚାରିଦିଗେ ଅନି ତାର୍ ଲଗେ ଆଇବାର୍ଦାର୍ଲାଇ ।