ବିସାଉଁଣିବାର୍
1ସଃଡେବଃଳ୍ ଜିସୁ ଆର୍ ତାର୍ ଚେଲାମଃନ୍ ବିସାଉଁଣିବାର୍ ଦିନ୍ ତାସ୍ ହଃଦାବାଟ୍ ଅୟ୍ ଗଃଳାୟ୍, ସଃଡେବଃଳ୍ ତାର୍ ଚେଲାମଃନ୍ ବୁକାର୍ ଗିନେ ଗଅଁ କେଡ୍ ଚିଡାୟ୍ କାଉଁକେ ଦଃର୍ଲାୟ୍ ।2ମଃତର୍ ସେରି ଦଃକି ପାରୁସିମଃନ୍ ଜିସୁକେ କୟ୍ଲାୟ୍, “ଦଃକ୍, ବିସାଉଁଣିବାର୍ ଦିନ୍ ଜାୟ୍ରି କଃର୍ତା ବିଦି ନାୟ୍, ସେରି ତର୍ ଚେଲାମଃନ୍ କଃରୁଲାୟ୍ ।”3ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଦାଉଦ୍ ଆର୍ ତାର୍ ସଃଙ୍ଗୁଆଳିମଃନ୍ ବୁକାର୍ ଗିନେ କାୟ୍ କଃରି ରିଲାୟ୍, ସେରି କାୟ୍ ତୁମିମଃନ୍ ନଃହଳାସ୍ ?4ସେମଃନ୍ କଃନ୍କଃରି ଇସ୍ୱରାର୍ ଗଃରେ ହୁରି ଜୁୟ୍ ରୁଟି ମାପ୍ରୁର୍ ତଃୟ୍ ଦିଆ ଅୟ୍ରିଲି, ମସାର୍ ବିଦି ହଃର୍କାରେ ସେ ରୁଟି ଜାଜକ୍ମଃନ୍କେ ଚାଡି ବିନ୍ ଲକ୍ମଃନାର୍ କାଉଁକେ କାର୍ ଅଃଦିକାର୍ ନଃରିଲି, ସେରି କାୟ୍ଲାୟ୍ ।5ଆର୍ ବିସାଉଁଣିବାର୍ ଦିନ୍ ଜାଜକ୍ମଃନ୍ ମନ୍ଦିର୍ ବିତ୍ରେ ହୁରି ବିସାଉଁଣି ଦିନାର୍ ବିଟାଳ୍ କଃଲେକ୍ ହେଁ ଦସି ବଃଲାୟ୍ ନଃଉତି, ମସାର୍ ବିଦି ସାସ୍ତରେ ଇରି କାୟ୍ ତୁମିମଃନ୍ ନଃହଳାସ୍ ?6ମଃତର୍ ମୁଁୟ୍ ତୁମିକେ କଃଉଁଲେ, ଇତି ମନ୍ଦିର୍ ତଃୟ୍ହୁଣି ଗଟେକ୍ ବଃଡ୍ ଲକ୍ ଆଚେ ।7ସାସ୍ତରେ ଲେକା ଆଚେ, ‘ଅଃମି ହୁଜା ମଃନ୍ ନଃକେରୁ, ମଃତର୍ ଦଃୟା ମଃନ୍ କଃରୁନ୍ଦ୍ ।’ ଇ କଃତାର୍ ବାବ୍ ତୁମି ଜାଣି ରିଲେକ୍, ଇ ଦଃସ୍ ନୟ୍ଲା ଲକ୍ମଃନ୍କେ ଦସି ନଃକେଲାସ୍ ହୁଣି ।8କାୟ୍ତାକ୍ବଃଲେକ୍ ନଃରାର୍ ହୟ୍ସି ନିଜେ ବିସାଉଁଣି ବାରାର୍ ମାପ୍ରୁ ।”ସୁକ୍ଲା ଆତ୍ ଉଜୁର୍ଲି
9ଜିସୁ ସେଟାଣେ ହୁଣି ଜାୟ୍ ସେମଃନାର୍ ପାର୍ତ୍ନା ଗଃର୍ ବିତ୍ରେ ହୁର୍ଲା ।10ସେତି ଗଟ୍ ଲକ୍ ରିଲା, ତାର୍ ଗଟେକ୍ ଆତ୍ ସୁକିଜାୟ୍ରିଲି । ଆରେକ୍ ଜିସୁର୍ ବିରଦେ ଦଃସ୍ ଦଃରୁକ୍ କଃତେକ୍ ଲକ୍ ଜାଗି ରିଲାୟ୍, ସେତାର୍ ଗିନେ ଜିସୁକେ ହଃଚାର୍ଲାୟ୍, “ବିସାଉଁଣିବାର୍ ଦିନ୍ ଉଜ୍ କଃର୍ତାର୍ କାୟ୍ ମସାର୍ ବିଦି ବିରଦ୍ ନାୟ୍ ?”11ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଜଦି ତୁମିମଃନାର୍ ବିତ୍ରେ କାର୍ ଗଟେକ୍ ମେଣ୍ଡା ବିସାଉଁଣିବାର୍ ଦିନ୍ କାଲ୍ ବିତ୍ରେ ଅଦ୍ରେଦ୍, ତଃବେ ତାକ୍ କାୟ୍ ଉଟାୟ୍ ନାଣାସ୍ ?”12ତଃବେ ମେଣ୍ଡା ତଃୟ୍ହୁଣି ମାନାୟ୍ କଃତେକ୍ ବଃଡ୍, ମସାର୍ ବିଦି ହଃର୍କାରେ “ବିସାଉଁଣିବାର୍ ଦିନ୍ ବିନ୍ ଲକେ ଉହ୍କାର୍ କଃର୍ତା ବିଦି ।”13ତାର୍ହଃଚେ ଜିସୁ ସେମାନାୟ୍କେ କୟ୍ଲା, “ତର୍ ଆତ୍ ଲାମାଉ ।” ସେ ଆତ୍ ଲାମାୟ୍ଲାକେ ତାର୍ ବିନ୍ ଆତ୍ ହର୍ ଆରେକ୍ ନିକ ଅୟ୍ଲି ।14ସେତାର୍ଗିନେ ପାରୁସିମଃନ୍ ବାରାୟ୍ ଜାୟ୍ କଃନ୍କଃରି ତାକେ ମଃର୍ନେ ମାରୁଆଁ ବଃଲି କୁଟ୍ ହାଚ୍ଲାୟ୍ ।ଇସ୍ୱର୍ ବାଚ୍ଲା ଦଃଙ୍ଗ୍ଳା
15ଜିସୁ ତାକ୍ ମାରୁକ୍ କୁଟ୍ ହାଚୁଲାୟ୍ ବଃଲି ଜାଣି ସେତି ହୁଣି ଅଃଲ୍ଗା ଅୟ୍ ବାରାୟ୍ ଗଃଲା । ଆରେକ୍ ଗାଦେକ୍ ଲକ୍ ତାର୍ ହଃଚେ ହଃଚେ ଗଃଳାୟ୍, ଆର୍ ସେ ସଃବୁ ରଗିମଃନ୍କେ ଉଜ୍ କଃଲା ।16ଆର୍ ତାର୍ କଃତା କାକେ ନଃକଃଉଁକ୍ ସେମଃନ୍କେ କୟ୍ଲା ।17ବାବ୍ବାଦି ଜିସାୟ୍ର୍ ତଃୟ୍ହୁଣି ଇସ୍ୱର୍ ଜୁୟ୍ କଃତା କୟ୍ରିଲା ସେରି ହୁରୁଣ୍ ଅଃଉଁକେ ସେ ଇରି କଃଲା;18“ଅଃମାର୍ ଗତିଦଃଙ୍ଗ୍ଳା, ଜାକେ ଅଃମି ବାଚି ଆଚୁ,ସେ ଅଃମାର୍ ଆତ୍ମାର୍ ବଃଡେ ଲାଡାର୍, ତାର୍ ଉହ୍ରେ ଅଃମାର୍ ବଃଡେ ସଃନ୍ମତ୍;ମର୍ ଜିବନ୍ ତାର୍ ଉହ୍ରେ ଆସେଦ୍,ଆର୍ ସେ ଅଜିଉଦି ସଃବୁ ଦେସାର୍ ଲକ୍ମଃନାର୍ ତଃୟ୍ ମର୍ ନ୍ୟାୟ୍ ବିଚାର୍ ପର୍ଚାର୍ କଃରେଦ୍ ।19ସେ ଗଃଣ୍ଡ୍ଗଳ୍ ନଃକେରେ କି ରାଟୁ ନଃକେରେ,କି ସାୟ୍ ମଃଜାୟ୍ ଟିଆ ନୟ୍, ଆର୍ ବଃଡ୍ ଟଣ୍ଡ୍କଃରି ପର୍ଚାର୍ ନଃକେରେ ।20ସେ ସୁର୍ଲିଡାଙ୍ଗ୍ ନଃବାଙ୍ଗେ ଆର୍ ସେ ଦୁଆଁ ଅଃଉତା ସଃଳିତା ନଃଲିବାୟ୍ ।ସେ ସଃହା ନୟ୍ଲା ଆର୍ ନିଗାଳ୍ ଲକ୍ମଃନାର୍ ନ୍ୟାୟ୍ ବିଚାର୍ ନଃଉତା ହଃତେକ୍,ତାର୍ କାମେ ହୁଣି ତୁନ୍ ନଃହାଳେ ।21ଆର୍ ତାର୍ ନାଉଁଏ ଅଜିଉଦି ସଃବୁ ଲକ୍ମଃନ୍ ଆସା କଃର୍ତି ।”ଜିସୁ ଆର୍ ବାଲ୍ଜିବୁଲ୍
22ସଃଡେବଃଳ୍ ବୁତ୍ ଡଃସ୍ଲାର୍ କାଣା ଆର୍ ଗୁଲା ମାନାୟ୍କେ ଜିସୁର୍ ହାକ୍ ଆଣ୍ଲାୟ୍; ଆର୍ ଜିସୁ ତାକ୍ ଉଜ୍ କଃଲା, ତଃତ୍କାଣ୍ ସେ କଃତା କଃଉ ହାର୍ଲା ଆର୍ ଦଃକୁ ହାର୍ଲା ।23ସେରି ଦଃକି ସଃବୁ ଲକ୍ମଃନ୍ କାବା ଅୟ୍ କୟ୍ଲାୟ୍, “ଏ କାୟ୍ ସେ ଦାଉଦାର୍ ହୟ୍ସି ନାୟ୍ ?”24ମଃତର୍ ପାରୁସିମଃନ୍ ସେରି ସୁଣି କୟ୍ଲାୟ୍, “ଇ ଲକ୍ ବୁତ୍ମଃନାର୍ ମୁଳିକା ବାଲ୍ଜିବୁଲ୍ ତଃୟ୍ହୁଣି ସଃକ୍ତି ହାୟ୍ ବୁତ୍ମଃନ୍କେ ଚାଡାଉଁଲା ।”25ମଃତର୍ ଜିସୁ ସେମଃନାର୍ ମଃନାର୍ କଃତା ଜାଣି ସେମଃନ୍କେ କୟ୍ଲା, “ଜୁୟ୍ ରାଇଜ୍ ବାଗ୍ ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟେଦ୍, ସେରି ନଃସ୍ଟ୍ ଅୟ୍ ଜାୟ୍ଦ୍, ଆରେକ୍ ଜୁୟ୍ ଗଃଳ୍ କି ଗଃର୍ ବାଗ୍ ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟେଦ୍, ସେରି ତିର୍ ଅୟ୍ ରେଉଁ ନାହାରେ ।26ଆର୍ ସୟ୍ତାନ୍ ଜଦି ସୟ୍ତାନ୍କେ ଚାଡାୟ୍ଦ୍, ତଃବେ ସେ ବାଗ୍ ବାଗ୍ ଅୟ୍ ଅଃହ୍ଣାର୍ ବିରଦେ ଉଟ୍ଲିନି; ତଃବେ ସୟ୍ତାନାର୍ ରାଇଜ୍ କଃନ୍କଃରି ତିର୍ ଅୟ୍ ରଃୟ୍ଦ୍ ?27ମୁଁୟ୍ ଜଦି ବାଲ୍ଜିବୁଲାର୍ ସଃକ୍ତିଏ ବୁତ୍ମଃନ୍କେ ଚାଡାଉଁଲେ, ତଃବେ ତୁମିମଃନାର୍ ଚେଲାମଃନ୍ କାର୍ ବଃଳେ ବୁତ୍ମଃନ୍କେ ଚାଡାଉତି, ତୁମାର୍ ଚେଲାମଃନାର୍ ଇ କାମାର୍ ଗିନେ ତୁମାର୍ ବିଚାର୍ ମିଚ୍ ବଃଲି ଜାଣା ହଃଳୁଲି ।28ମଃତର୍ ମୁଁୟ୍ ଜଦି ଇସ୍ୱରାର୍ ଆତ୍ମାର୍ ବଃଳେ ବୁତ୍ମଃନ୍କେ ଚାଡାଉଁଲେ, ତଃବେ ତ ମାପ୍ରୁର୍ ରାଇଜ୍ ତୁମାର୍ ବିତ୍ରେ ଆସି ହଚ୍ଲିବେ ।”29“ଆରେକ୍ କେ ବଃଳ୍ବପୁ ଲକ୍କେ ନଃବାନ୍ଦ୍ଲେକ୍, କଃନ୍କଃରି ତାର୍ ଗଃରେ ହୁରିକଃରି ତାର୍ ଆସ୍ତିବାଡି ଜୁରି ନେଉଁ ହାରେ ? ତାକ୍ ହଃର୍ତୁ ବାନ୍ଦ୍ଲେକ୍ ସିନା ତାର୍ ଗଃର୍ ଜୁରି ନେଉଁ ହାରେ ।”30“ଜେ ମର୍ ସଃଙ୍ଗାର୍ ନାୟ୍, ସେ ମର୍ ବିରଦି, ଆରେକ୍ ଜେ ମର୍ ସଃଙ୍ଗ୍ ନଃରୁଣ୍ଡାୟ୍, ସେ ଜଃତ୍କଃତ୍ କଃରେଦ୍ ।31ତଃବେ ମୁଁୟ୍ ତୁମିମଃନ୍କେ କଃଉଁଲେ, ମାନାୟ୍ମଃନାର୍ ସଃର୍ନେ ହାହ୍ ଆର୍ ଲିନ୍ଦା କଃତା କେମା କଃରା ଅୟ୍ଦ୍, ମଃତର୍ ପବିତ୍ର ଆତ୍ମାର୍ ବିରଦେ ଲିନ୍ଦା କଃତା କୟ୍ଲେକ୍ କେମା କଃରାନୟ୍ ।32ଆର୍ ଜେ ନଃରାର୍ ହୟ୍ସି ବିରଦେ କଃତା କୟ୍ଦ୍ ତାକ୍ କେମା ଦିଆ ଅୟ୍ଦ୍, ମଃତର୍ ଜେ ପବିତ୍ର ଆତ୍ମା ବିରଦେ କଃତା କୟ୍ଦ୍, ତାକ୍ ଇ ଜୁଗେ କି ସେ ଜୁଗେ କେମା ନାୟ୍ ।”ଗଃଚ୍ ଆର୍ ତାର୍ ହଃଳ୍
33“ଗଃଚ୍କେ ନିକ କଃଉଆ ଆର୍ ତାର୍ ହଃଳ୍କେ ନିକ କଃଉଆ, ନୟ୍ଲେକ୍ ଗଃଚ୍କେ କଃରା ବଃଲା ଆର୍ ତାର୍ ହଃଳ୍କେ ହେଁ କଃରାବ୍ ବଃଲା । କାୟ୍ତାକ୍ବଃଲେକ୍ ହଃଳ୍କେ ଦଃକି ଗଃଚ୍ ଚିନା ହଃଳେଦ୍ ।34ରେ ନାଗ୍ ସାହ୍ ଆର୍ ତାର୍ ବଃଉଁସ୍ମଃନ୍, ତୁମିମଃନ୍ ଦୁସ୍ଟ୍ ଅୟ୍କଃରି କଃନ୍କଃରି ସଃତ୍ କଃତା କଃଉ ହାରାସ୍ ? କାୟ୍ତାକ୍ବଃଲେକ୍ ଗଃର୍ବ୍ ବିତ୍ରେ ଜାୟ୍ରି ରଃୟ୍ଦ୍, ସେରି ଟଣ୍ଡ୍ କୟ୍ଦ୍ ।35ସଃତ୍ ମାନାୟ୍ ନିଜାର୍ ଗଃର୍ବ୍ ବିତ୍ରେ ରିଲା ନିକରି ବାର୍ କଃରେଦ୍; ଆର୍ ବାନ୍ୟା ଲକ୍ ଗଃର୍ବେ ହୁଣି ବାନ୍ୟାରି ବାର୍ କଃରେଦ୍ ।”36“ମୁଁୟ୍ ତୁମିକେ କଃଉଁଲେ, ଲକ୍ମଃନ୍ ଜଃତେକ୍ ଅଃଳ୍ସିଆ ଲାବ୍ ନୟ୍ଲା କଃତା କଃଉତି, ବିଚାର୍ ଦିନ୍ ସେମଃନ୍ ସେତିର୍ ଉତୁର୍ ଦେତି ।37ଇତାକ୍ ତୁମାର୍ ଟଣ୍ଡାର୍ କଃତାକ୍ ଦଃରି ତୁମି ନିର୍ଦସି, ଆର୍ ତୁମାର୍ କଃତାକ୍ ଦଃରି ତୁମି ଦସି ବଃଲି ଜାଣା ହଃଳାସ୍ ।”କାବା ଅଃଉତା ଚିନ୍ ଦଃକାଉଁକ୍ କୟ୍ଲାୟ୍
38ସଃଡେବଃଳ୍ ସାସ୍ତ୍ରି ଆର୍ ପାରୁସିମଃନାର୍ ବିତ୍ରେ କଃତି ଲକ୍ ଜିସୁକେ କୟ୍ଲାୟ୍, “ଏ ଗୁରୁ, ଅଃମିମଃନ୍ ତର୍ ତଃୟ୍ହୁଣି ଗଟେକ୍ କାବା ଅଃଉତା ଚିନ୍ ଦଃକୁକେ ମଃନ୍ କଃରୁଲୁ ।”39ମଃତର୍ ଜିସୁ ସେମଃନ୍କେ କୟ୍ଲା, “ଦୁସ୍ଟ୍ ଆର୍ ଇସ୍ୱର୍କେ ବିସ୍ୱାସ୍ ନଃକେର୍ତା ଲକ୍ମଃନ୍ ଚିନ୍ ଲଳ୍ତି,” ମଃତର୍ ବାବ୍ବାଦି ଜୁନସାର୍ ଚିନ୍ ଚାଡି କାୟ୍ ଚିନ୍ ହେଁ ସେମଃନ୍କେ ଦିଆ ନୟେ ।40କାୟ୍ତାକ୍ବଃଲେକ୍ ଜୁନସ୍ ଜଃନ୍କଃରି ତିନି ଦିନ୍ ଆର୍ ତିନି ରାତି ବଃଡ୍ ମାଚାର୍ ହେଟ୍ ବିତ୍ରେ ରିଲା, ସେନ୍କଃରି ନଃରାର୍ ହୟ୍ସି ତିନି ଦିନ୍ ତିନି ରାତି ମାଟି ବିତ୍ରେ ରଃୟ୍ଦ୍ ।41ଜୁୟ୍ ଦିନ୍ ଇସ୍ୱର୍ ଲକ୍ମଃନାର୍ ବିଚାର୍ କଃରେଦ୍, ନିନିବିର୍ ଲକ୍ମଃନ୍ ତୁମାର୍ ବିରଦେ ଲିନ୍ଦା କଃରୁକେ ଉଟ୍ତି, କାୟ୍ତାକ୍ବଃଲେକ୍ ସେମଃନ୍ ଜୁନସ୍ ପର୍ଚାର୍ କଃଲାକ୍ ହାହ୍ ଚାଡି ରିଲାୟ୍, ଆର୍ ଦଃକା, ଇତି ଜୁନସାର୍ ତଃୟ୍ହୁଣି ଗଟେକ୍ ବଃଡ୍ ଲକ୍ ଆଚେ ।42ଆର୍ ବିଚାର୍ ଦିନ୍ ସିବା ଦେସାର୍ ରାଣି ବିଚାରେ ଇ କାଳାର୍ ମାନାୟ୍ମଃନାର୍ ସଃଙ୍ଗ୍ ଉଟି ସେମଃନ୍କେ ଦସି କଃରେଦ୍, କାୟ୍ତାକ୍ବଃଲେକ୍ ସେ ସଲ୍ମନାର୍ ଗ୍ୟାନାର୍ କଃତା ସୁଣୁକ୍ ହୁର୍ତିବି ସଃର୍ଲା କନେହୁଣି ଆସିରିଲି, ଆର୍ ଦଃକା, ଇତି ସଲ୍ମନାର୍ ତଃୟ୍ହୁଣି ବଃଡ୍ କଃତା ଇତି ଆଚେ ।ଦୁସ୍ଟ୍ ଆତ୍ମା ଲେଉଟି ଆସ୍ତାର୍
43“ବିଟାଳ୍ ଆତ୍ମା ଗଟ୍ଲକାର୍ ତଃୟ୍ହୁଣି ବାରାୟ୍ ଗଃଲା ହଃଚେ, ହାଣି ନୟ୍ଲା ଜଃଗା ସଃବୁ ବୁଲିକଃରି ବିସାଉଁକ୍ ଟାଣ୍ ଲଳେଦ୍, ଆର୍ ସେରି ମିଳାଉଁକ୍ ନାହାରେ ।44ସଃଡେବଃଳ୍ ସେ କୟ୍ଦ୍, ମୁଁୟ୍ ଜୁୟ୍ ଗଃରେହୁଣି ବାରାୟ୍ ଆସିରିଲେ, ମର୍ ସେ ଗଃରେ ଲେଉଟି ଜାୟ୍ନ୍ଦ୍ । ଆରେକ୍ ସେଗଃରେ ଆସି ସେରି ନିର୍ମୁଳ୍ ଅୟ୍ ସୁନ୍ଦୁର୍ ଅୟ୍ରିଲାର୍ ଦଃକେଦ୍ ।45ସଃଡେବଃଳ୍ ସେ ଜାୟ୍ ଅଃହ୍ଣାର୍ ତଃୟ୍ହୁଣି ଅଃଦିକ୍ ସାତ୍ଗଟ୍ ଦୁସ୍ଟ୍ ଆତ୍ମା ସଃଙ୍ଗେ ଦଃରି ଆସେଦ୍, ଆରେକ୍ ସେମଃନ୍ ସେ ଗଃରେ ହୁରି ସେତି ବାସା କଃର୍ତି; ଆର୍ ସେଲକାର୍ ହଃର୍ତୁ ଦଃସା ତଃୟ୍ହୁଣି ସେସ୍ ଦଃସା ଅଃଦିକ୍ କଃରାବ୍ ଅୟ୍ଦ୍, ଇ କାଳାର୍ ଦୁସ୍ଟ୍ ମାନାୟ୍ମଃନ୍ ଇରଃକମ୍ ଡଃଣ୍ଡ୍ ହାଉତି ।”ଜିସୁର୍ ଆୟ୍ସି ଆର୍ ବାୟ୍ସିମଃନ୍
46ଜିସୁ ଲକ୍ମଃନ୍କେ ଇ କଃତା କଃଉତା ବଃଳ୍, ତାର୍ ଆୟ୍ସି ଆର୍ ତାର୍ ବାୟ୍ସିମଃନ୍ ତାର୍ ସଃଙ୍ଗ୍ ଟଣ୍ଡ୍ ଅଃଉଁକେ ମଃନ୍କଃରି ହଃଦାୟ୍ ଟିଆ ଅୟ୍ରିଲାୟ୍ ।47ସେତାକ୍ ଗଟ୍ଲକ୍ ଜିସୁକେ କୟ୍ଲା, “ଦଃକ୍, ତର୍ ଆୟ୍ଦି ଆର୍ ବାୟ୍ଦିମଃନ୍ ତର୍ ସଃଙ୍ଗ୍ ଟଣ୍ଡ୍ ଅଃଉଁକେ ହଃଦାୟ୍ ଟିଆ ଅୟ୍ ଆଚ୍ତି ।”48ମଃତର୍ ଜିସୁ ତାକ୍ ଉତୁର୍ ଦିଲା, “କେ ମର୍ ଆୟା, ଆର୍ କୁୟ୍ ଲକ୍ମଃନ୍ ମର୍ ବାୟ୍ମଃନ୍ ?”49ସେ ଚେଲାମଃନାର୍ ବାଟ ଆତ୍ ଦଃକାୟ୍ କୟ୍ଲା, “ଏଦେ ଦଃକା, ଇ ଲକ୍ମଃନ୍ ମର୍ ଆୟା ଆର୍ ମର୍ ବାୟ୍ମଃନ୍ ।50ବଃଲେକ୍ ଜୁୟ୍ଲକ୍ ମର୍ ସଃର୍ଗାର୍ ଉବାର୍ ଇଚା ହୁରୁଣ୍ କଃରେଦ୍, ସେ ମର୍ ବାୟ୍, ବେଣି ଆର୍ ଆୟା ।”