କାନାର୍ ବିବାତଃୟ୍ ଜିସୁ
1ଦୁୟ୍ଦିନାର୍ ହଃଚେ ଗାଲିଲିର୍ କାନା ନାଉଁଆର୍ ଗଃଳେ ଗଟେକ୍ ବିବା ଅୟ୍ଲି । ଆର୍ ଜିସୁର୍ ଆୟ୍ସି ସେତି ରିଲି;2ଜିସୁକେ ଆର୍ ତାର୍ ଚେଲାମଃନ୍କେ ହେଁ ବିବାତଃୟ୍ କୁଦି ରିଲାୟ୍ ।3ଅଙ୍ଗୁର୍ ରଃସ୍ ସଃର୍ଲାକ୍ ଜିସୁର୍ ଆୟ୍ସି ଜିସୁକେ କୟ୍ଲି, “ସେମଃନାର୍ ଅଙ୍ଗୁର୍ ରଃସ୍ ନାୟ୍ ।”4ସେତାକ୍ ଜିସୁ ତାକ୍ କୟ୍ଲା, “ଏଗା ଆୟା, ମକ୍ କାୟ୍ରି କଃରୁକେ ଅୟ୍ଦ୍ ? ଅଃବେ ହଃତେକ୍ ମର୍ ବେଳା ନାସେତା ।”5ଜିସୁର୍ ଆୟ୍ସି ସେବାକାରିମଃନ୍କେ କୟ୍ଲି, “ଜିସୁ ତୁମିମଃନ୍କେ ଜାୟ୍ବଃଲି କୟ୍ଦ୍, ସେରି କଃରା ।”6ଆର୍ ସେଲଃଗେ ଜିଉଦିମଃନାର୍ ନିର୍ମୁଳ୍ ଅଃଉତା ବିଦି ହଃର୍କାରେ ହଃତି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତାର୍ ଚଅଗଟ୍ ଟେଳାୟ୍ ତିଆର୍ ଅୟ୍ଲା ବଃଡ୍ ବଃଡ୍ ହାଣି ଗୁନା ରିଲି । ଗଟେକ୍ ଗଟେକ୍ ହାଣି ଗୁନାୟ୍ ହାଁଚ୍କଳି ମୁତା ହାଣି ଦଃର୍ତିରିଲି ।7ଜିସୁ ଦଃଙ୍ଗ୍ଳାମଃନ୍କେ କୟ୍ଲା, “ଇ ଗୁନାୟ୍ମଃନ୍ ହାଣି ବଃର୍ତି କଃରା ।” ସେତାକ୍ ସେମଃନ୍ ହଃତିତଃୟ୍ ଗଃଳା ହଃତେକ୍ ବଃର୍ତି କଃଲାୟ୍ ।8ଜିସୁ ସେମଃନ୍କେ କୟ୍ଲା, “ଅଃବେ ଇତିର୍ ହାଣି ଡୁବି ନଃୟ୍କଃରି ବଜିର୍ ବଃଣ୍ଡାର୍ ଗଃରିଆକ୍ ଦିଆସ୍ ।” ସେତାକ୍ ସେମଃନ୍ ତାର୍ ଲଃଗେ ନିଲାୟ୍ ।9ବଃଣ୍ଡାର୍ ଗଃରିଆ ସେ ଅଙ୍ଗୁର୍ ରଃସ୍ ଅୟ୍ରିଲା ହାଣିକ୍ ଚାକିକଃରି ସେରି କୁୟ୍ତିହୁଣି ଆୟ୍ଲି, ସେରି ଜାଣୁ ନଃହାର୍ଲା, ମଃତର୍ ଜୁୟ୍ମଃନ୍ ବଃଣ୍ଡାର୍ଗଃରିଆକ୍ ହାଣି ଡୁବି ଦିଲାୟ୍ ସେମଃନ୍ ଜାଣି ରିଲାୟ୍, ସେତାର୍ ଗିନେ ସେ ବଃରକ୍ କୁଦିକଃରି କୟ୍ଲା,10“ସଃବୁଲକ୍ ହଃର୍ତୁମ୍ ନିକ ଅଙ୍ଗୁର୍ ରଃସ୍ ଦେତି, ଆର୍ ଲକ୍ମଃନ୍ କାୟ୍କଃରି ମାତ୍ଲା ହଃଚେ ବଃର୍ନ୍ରି ଦେତି; ମଃତର୍ ତୁମି ଅଃବେ ହଃତେକ୍ ନିକ ଅଙ୍ଗୁର୍ ରଃସ୍ ସଃଙ୍ଗାୟ୍ ଆଚାସ୍ ।”11ଜିସୁ ଇବାନ୍ୟା ହଃର୍ତୁମେ ଗାଲିଲିର୍ କାନା ଗଃଳେ କାବା ଅଃଉତା ଚିନ୍ ଆରୁମ୍ କଃରି ଅଃହ୍ଣାର୍ ଜଃଜ୍ମାନ୍ ଦଃକାୟ୍ଲା, ଆର୍ ତାର୍ ଚେଲାମଃନ୍ ତାର୍ତଃୟ୍ ବିସ୍ୱାସ୍ କଃଲାୟ୍ ।12ଇତାର୍ ହଃଚେ ଜିସୁ ଅଃହ୍ଣାର୍ ଆୟ୍ସି, ବାୟ୍ମଃନ୍ ଆର୍ ଚେଲାମଃନାର୍ ସଃଙ୍ଗ୍ କପୁର୍ନାହୁମ୍ ଗଃଳେ ଗଃଲାୟ୍; ଆରେକ୍ ସେମଃନ୍ ସେତି କଃତି ଦିନ୍ ରିଲାୟ୍ ।ଜିସୁ ଜିରୁସାଲମ୍ ମନ୍ଦିରେ ଗଃଲା
13ସଃଡେବଃଳ୍ ଜିଉଦିମଃନାର୍ ମୁକ୍ଳାଉଁଣି ହଃର୍ବ୍ ଚଃମେ ଅୟ୍ ଆସିରିଲି, ଆର୍ ଜିସୁ ଜିରୁସାଲମେ ଗଃଲା ।14ଆରେକ୍, ଜିସୁ ମନ୍ଦିରେ ଗାୟ୍, ମେଣ୍ଡା, ହାଣ୍ଡ୍କା ବେବାରିମଃନ୍କେ ଆର୍ ଡାବୁ ବାଦ୍ଲାଉମଃନ୍ କେ ବଃସି ରିଲାର୍ ଦଃକ୍ଲା,15ସେତାକ୍ ସେ ଡର୍ଲଃଗେ ସାଟ୍ଣି ତିଆର୍ କଃରି ଗାୟ୍, ମେଣ୍ଡା ମଃନ୍କେ ମନ୍ଦିରେ ହୁଣି ବାର୍ କଃରି ଦିଲା । ଡାବୁ ବାଦ୍ଲାଉମଃନାର୍ ସଃବୁ ଟେବୁଲ୍ମଃନ୍କେ ଉଲ୍ଟାୟ୍ ଦଃୟ୍ ଟଃକା ବିଚ୍ରି ହଃକାୟ୍ଲା16ଆର୍ ଜିସୁ ହାରୁଆ ବେବାରିମଃନ୍କେ କୟ୍ଲା, “ଇ ସଃବୁକ୍ ଇତି ହୁଣି ଦଃରି ଜାହା, ମର୍ ଉବାର୍ ଗଃର୍କେ ବେବାର୍ ଗଃର୍ କଃରା ନାୟ୍ ।”17“ଏ ପବିତ୍ର ଇସ୍ୱର୍, ତର୍ ଗଃରାର୍ ଗିନେ ଗଃର୍ବେ ଜୟ୍ ଲାଗ୍ଲା ହର୍ ମକ୍ ଚିତା ମାଡି ବଃସେଦ୍ ।” ଇରି ଦଃର୍ମ୍ ସାସ୍ତରେ ଲେକା ଆଚେ ବଃଲି ତାର୍ ଚେଲାମଃନ୍କେ ମଃନେ ହଃଳ୍ଲି ।18ସେତାକ୍ ଜିଉଦିମଃନାର୍ ମୁଳିକାମଃନ୍ ଜିସୁ ହାକ୍ ବାଉଳି ଆସି ଇରି ହଃଚାର୍ଲାୟ୍, ତୁୟ୍ ଇସଃବୁ କାମ୍ କଃରୁକେ “ଅଃଦିକାର୍ ହାୟ୍ ଆଚ୍ସି, ବଃଲି ଅଃମିମଃନ୍ କଃନ୍କଃରି ଜାଣୁନ୍ଦ୍ ଅଃମିମଃନ୍କ୍ କାୟ୍ ଚିନ୍ ଦଃକାଉଁହାର୍ସି ?”19ଜିସୁ ସେମଃନ୍କେ ଉତୁର୍ ଦିଲା, “ତୁମିମଃନ୍ ଇ ମନ୍ଦିର୍କେ ନଃସ୍ଟ୍ କଃଲେକ୍, ତିନ୍ ଦିନ୍ ବିତ୍ରେ ମୁୟ୍ ସେରି ଆରେକ୍ ତିଆର୍ କଃରିନ୍ଦ୍ ।”20ସେତାକ୍ ଜିଉଦିମଃନ୍ କୟ୍ଲାୟ୍, “ଇ ମନ୍ଦିର୍ ତିଆର୍ କଃରୁକେ ଦୁୟ୍କଳି ଚଅ ବଃର୍ସ୍ ଲାଗି ଆଚେ; ଆର୍ ତୁୟ୍ କାୟ୍ରି ସେରି ତିନିଦିନ୍ ବିତ୍ରେ ତିଆର୍ କଃର୍ସି ?”21ମଃତର୍ ଜିସୁ ତାର୍ ଅଃହ୍ଣାର୍ ଗଃଗାଳ୍ ମନ୍ଦିର୍କେ ଦଃକାୟ୍ ଇ କଃତା କୟ୍ରିଲା ।22ଜିସୁ ମଃରି ଉଟ୍ଲା ହଃଚେ ତାର୍ ଚେଲାମଃନ୍ ମଃନେ ଏତାୟ୍ଲାୟ୍ ଜେ ସେ ଇରି କୟ୍ ରିଲା; ଆରେକ୍, ସେମଃନ୍ ଦଃର୍ମ୍ ସାସ୍ତର୍ ଆର୍ ଜିସୁର୍ କୟ୍ଲା କଃତାକ୍ ସଃତ୍ କଃଲାୟ୍ ।ଜିସୁ ମାନାୟ୍ର୍ ଗୁଣ୍ ଜାଣେଦ୍
23ମୁକ୍ଳାଉଁଣି ହଃର୍ବ୍ ବଃଳ୍ ଜିସୁ ଜିରୁସାଲମେ ରିଲାବଃଳ୍ ଗାଦେକ୍ ଲକ୍ ସେ କଃଲା କାବା ଅଃଉତା ଚିନ୍ ଦଃକି ତାକେ ସେମଃନ୍ ତାର୍ ନାଉଁଏ ବିସ୍ୱାସ୍ କଃଲାୟ୍ ।24ମଃତର୍ ଜିସୁ ସେମଃନ୍କେ ସଃତ୍ ନଃକେରି ସେମଃନାର୍ ତଃୟ୍ହୁଣି ଅଃହ୍ଣାକ୍ ଅଃଲ୍ଗା କଃରିରିଲା, କାୟ୍ତାକ୍ବଃଲେକ୍ ଜିସୁ ସେ ସଃବ୍କେ ନିକ କଃରି ଜାଣିରିଲା,25ଆରେକ୍, କୁୟ୍ ମାନାୟ୍ ଜେ ନଃରାର୍ ହୟ୍ସି ବିସୟେ ସାକି ଦଃୟ୍ଦ୍, ଇରି ଜିସୁର୍ ଲଳା ନଃରିଲି, ବଃଲେକ ନଃର୍ମଃନାର୍ ମଃନେ କାୟ୍ରି ଆଚେ, ସେରି ସେ ନିଜେ ଜାଣୁହାର୍ତିରିଲା ।