ଜିସୁ ସତ୍ ଅଙ୍ଗୁର୍ ମାଲ୍
1“ମୁଇ ଅଇଲିନି ସତ୍ ଅଙ୍ଗୁର୍ ମାଲ୍ ଆରି ମର୍ ବାବା ଅଇଲାନି ଚାସି ।2ମର୍ଟାନେ ରଇବା ପିଲ୍କା ମାଲେ ପଲ୍ ନ ଦାର୍ଲେ, ସେ କାଟି ପାକାଇସି । ଆରି ଜନ୍ ମାଲେ ପଲ୍ ଦାର୍ସି ସେ ମାଲ୍ ଅଦିକ୍ ପଲ୍ ଦାର୍ବାକେ ପରିଚଲ୍ କର୍ସି ।3ମର୍ତେଇ ଅନି ପାଇରଇବା ସିକିଆଇ ଅନି ତମେ ପରିଚଲ୍ ଅଇସାରି ଆଚାସ୍ ।4ତମେ ମର୍ସଙ୍ଗ୍ ମିସିକରି ରୁଆ । ସେନ୍ତି ବଇଲେ ମୁଇ ମିସା ତମର୍ ସଙ୍ଗ୍ ରଇବି । କେନ୍ଦା ଜଦି ବୁନ୍ଦ୍ସଙ୍ଗ୍ ମିସିକରି ନ ରଇଲେ ନିଜେ ପଲ୍ ନ ଦାରେ, ସେନ୍ତି ତମେ ମିସା ମର୍ତେଇ ମିସି ନ ରଇଲେ, ପଲ୍ ଦାରିନାପାରାସ୍ ।”5“ମୁଇ ଅଇଲିନି ମୁଲ୍ ଅଙ୍ଗୁର୍ ମାଲ୍, ତମେ ଅଇଲାସ୍ନି ପିଲ୍କା ମାଲ୍ । ଜେ ମର୍ତେଇ ରଇସି ଆରି ମୁଇ ଜାର୍ତେଇ ରଇବି ସେ ବେସି ପଲ୍ ଦାର୍ସି, କାଇକେ ବଇଲେ ମକେ ଚାଡିକରି ତମେ କାଇଟା କରି ନାପାରାସ୍ ।6ଜେ ମର୍ତେଇ ନ ରଏ, ତାକେ ଗଟେକ୍ ଗର୍ଣ୍ଡି କରି ପିଙ୍ଗ୍ଲା ମାଲ୍ପାରା ବାଇରେ ପିଙ୍ଗି ଦେବାଇ ଆରି ସେଟା ସୁକି ଜାଇସି । ଏନ୍ତାରି ମାଲ୍ମନ୍କେ ଟୁଲିଆଇ ଜଇତେଇ ପିଙ୍ଗି ଦେବାଇ ଆରି ସେଟା ପଡି ଜାଇସି ।7ଜଦି ତମେ ମର୍ସଙ୍ଗ୍ ମିସିକରି ରଇସା ଆରି ମର୍ ବାକିଅ ତମର୍ ମନେ ରଇସି, ତମେ ମନ୍କରି କାଇ ବିସଇ ମାଙ୍ଗ୍ସା ବଇଲେ ସେଟା ମିଲାଇସା ।8ତମେ ବେସି ପଲ୍ ଦାର୍ଲେ, ମର୍ ବାବା ଡାକ୍ପୁଟା ପାଇସି, ଆରି ଇତିଅନି ତମେ ମର୍ ସତ୍ ସିସ୍ମନ୍ ବଲି ଜାନ୍ବାଇ ।9ମର୍ ବାବା ଜେନ୍ତି ମକେ ଆଲାଦ୍ କଲା ଆଚେ, ସେନ୍ତି ମୁଇ ମିସା ତମ୍କେ ଆଲାଦ୍ କଲିନି । ମର୍ ଆଲାଦେ ତବିର୍ ଅଇରୁଆ ।10ମୁଇ ଜେନ୍ତି ମର୍ ବାବାର୍ ଆଦେସ୍ ମାନିକରି ତବିର୍ ଅଇଆଚି । ସେନ୍ତି ତମେ ମର୍ ଆଦେସ୍ ମାନ୍ସା ବଇଲେ ମର୍ ଆଲାଦେ ତବିର୍ ଅଇକରି ରଇସା ।”11“ଜେନ୍ତିକି ମର୍ ସାର୍ଦା ତମର୍ ଟାନେ ରଇକରି, ସେ ସାର୍ଦା ପୁରାପୁରୁନ୍ ଅଇବାକେ ତମ୍କେ ଏ ସବୁ କାତା କଇଲିଆଚି ।12ମୁଇ ତମ୍କେ ଜେନ୍ତି ଆଲାଦ୍ କଲିଆଚି, ସମାନ୍ ସେନ୍ତି ତମେ ମିସା ନିଜର୍ ନିଜର୍ ବିତ୍ରେ ଆଲାଦ୍ ଅଇକରି ରୁଆ । ଏଟାସେ ମର୍ ଆଦେସ୍ ।13ନିଜର୍ ମଇତର୍ମନର୍ ଲାଗି ଜିବନ୍ ଦେବାଟା ଅଇଲାନି ସବୁର୍ଟାନେଅନି ବଡ୍ ଆଲାଦ୍ ।14ମୁଇ ତମ୍କେ ଜନ୍ ଆଦେସ୍ ଦେଇଆଚି, ସେଟା ମାନ୍ସା ବଇଲେ ତମେ ମର୍ ମଇତର୍ମନ୍ ।15ଏବେ ମୁଇ ତମ୍କେ ଗତିଦାଙ୍ଗ୍ଡାମନ୍ ବଲି ନ ଡାକି, କାଇକେ ବଇଲେ, ଗତିଦାଙ୍ଗ୍ଡା ତାର୍ ସାଉକାର୍ କାଇଟା କର୍ସି ସେଟା ନାଜାନେ । ମାତର୍ ମୁଇ ତମ୍କେ ମଇତର୍ ବଲି ଡାକ୍ବି, କାଇକେ ବଇଲେ ମୁଇ ବାବାର୍ତେଇ ଅନି ଜନ୍ ଜନ୍ ବିସଇ ସୁନି ଆଚି, ସେଟା ତମ୍କେ କଇଦେଲିଆଚି ।16ତମେ ମକେ ବାଚାସ୍ ନାଇ, ମାତର୍ ମୁଇ ତମ୍କେ ବାଚ୍ଲି ଆଚି । ଆରି ଜାଇକରି ଅଦିକ୍ ଅଦିକ୍ ପଲ୍ ଦାର୍ବାକେ ତମ୍କେ ଦାଇତ୍ ଦେଲି । ତମର୍ ପଲ୍ ସବୁ ଦିନର୍ ପାଇ ରଇସି । ତେବେ ତମେ ମର୍ ନାଉଁ ଦାରି ବାବାକେ କାଇଟା ମାଙ୍ଗ୍ଲେ ମିସା ସେ ତମ୍କେ ଦେଇସି ।17ତମର୍ ତମର୍ ବିତ୍ରେ ଆଲାଦ୍ କରା । ଏଟା ଅଇଲାନି ମର୍ ଆଦେସ୍ ।”ଜଗତର୍ ଗିନ୍
18“ଜାନିରୁଆ, ତମ୍କେ ଜଦି ଏ ଦୁନିଆ ଗିନ୍ କର୍ସି, ତେବେ ତମ୍କେ ଗିନ୍ କର୍ବା ଆଗ୍ତୁସେ ମକେ ଗିନ୍ କଲାଆଚେ ।19ତମେ ଜଦି ଏ ଦୁନିଆର୍ ଲକ୍ମନ୍ ଅଇରଇତାସ୍ ଆଲେ ଏ ଦୁନିଆ ତମ୍କେ ନିଜର୍ ବାବି ଆଲାଦ୍ କର୍ତା, ମାତର୍ ମୁଇ ତମ୍କେ ବାଚି ଦୁନିଆଇଅନି ବେଗ୍ଲାଇ ଦେଇଆଚି । ସେଟାର୍ ପାଇ ଏ ଦୁନିଆ ତମ୍କେ ଗିନ୍କର୍ସି ।20ମୁଇ ଜନ୍ଟା କଇରଇଲି ଏତାଇଦେକା, ଗତିଦାଙ୍ଗ୍ଡା ତାର୍ ସାଉକାର୍ତେଇଅନି ବଡ୍ ନଏଁ ବଲି ମୁଇ ତମ୍କେ କଇରଇଲି । ସେମନ୍ ମକେ ସାଦି ଆଚତ୍ ଆରି ତମ୍କେ ମିସା ସାଦ୍ବାଇ । ଜଦି ସେମନ୍ ମର୍ ସିକିଆ ମାନିଆଚତ୍ ବଇଲେ ତମର୍ କାତା ମିସା ମାନ୍ବାଇ ।21ମାତର୍ ତମେ ମର୍ ଲକ୍ ଅଇରଇବାର୍ ଲାଗି ସେମନ୍ ତମ୍କେ ଏନ୍ତାରି କର୍ବାଇ । କାଇକେ ବଇଲେ ମକେ ଜେ ପାଟାଇଲା ଆଚେ, ସେଟା ସେମନ୍ ନାଜାନତ୍ ।22ଜଦି ମୁଇ ଆସି ଏ ସବୁ ବିସଇ ସେମନ୍କେ ବୁଜାଇ ନ ରଇତି ବଇଲେ, ସେମନ୍ ଦସି ନ ଅଇତାଇ, ମାତର୍ ଏ ପାପର୍ ଚଲାଚଲ୍ତି ପାଇ କାଇ ଚାଲାକି ଦେକାଇ ନାପାରତ୍ ।23ଜେ ମକେ ଗିନ୍ କର୍ସି, ସେ ମର୍ ବାବା ପର୍ମେସର୍କେ ମିସା ଗିନ୍ କର୍ସି ।24ଜଦି ମୁଇ ତାକର୍ ବିତ୍ରେ କାବା ଅଇଜିବା କାମ୍ ନ କରି ରଇଲେ, ସେମନ୍ ପାପି ବଲି ଦସି ନ ଅଇତାଇ । ମାତର୍ ସେମନ୍ ମୁଇ କଲା କାବାଅଇଜିବା କାମ୍ମନ୍ ଦେକ୍ଲାଇ ଆଚତ୍ । ଏନ୍ତି ବଇଲେ ମିସା ସେମନ୍ ମକେ ଆରି ମର୍ ବାବା ପର୍ମେସର୍କେ ଗିନ୍ କଲାଇ ଆଚତ୍ ।25ମାତର୍ ଏସବୁ ଗଟ୍ବାର୍ ରଇଲା । କାଇକେବଇଲେ ସେଟାର୍ ଲାଗି ସେମନର୍ ସାସ୍ତରେ ଜାଇଟା ଲେକାଅଇଲା ଆଚେ, ସେଟା ସିଦ୍ ଅଇଲା । କାଇ ଦସ୍ ନ ରଇତେ ସେମନ୍ ମକେ ଗିନ୍ କଲାଇ ।26ସତଇସେ ସାଇଜକାରିଆ ଆତ୍ମା ଆଇସି । ସେ ବାବାର୍ତେଇ ଅନି ଆସି, ପର୍ମେସରର୍ ସବୁ ବିସଇର୍ ସତ୍ ଦେକାଇଦେଇସି । ମୁଇ ତାକେ ବାବାର୍ତେଇଅନି, ତମର୍ ଲଗେ ପାଟାଇବି । ଆରି ସେ ମର୍ ବିସଇ ତମ୍କେ କଇସି ।27ଆରି ତମେ ମିସା ମର୍ ବିସଇସେ କଇସା, କାଇକେବଇଲେ ଆରାମେଅନି ତମେ ମର୍ ସଙ୍ଗ୍ ଆଚାସ୍ ।”