ଜଗତର୍ ସଙ୍ଗ୍ ମଇତର୍
1ତମର୍ ବିତ୍ରେ ମାରାମାରି ଆରି ଲାଗାଜଡା କାଇକେ ଆଇଲାନି ? ତମର୍ ମନ୍ବିତ୍ରେ ଡସିରଇବା କାରାପ୍ ମନ୍କଲାଟା ଉଟିକରି ତମର୍ ବିତ୍ରେ ଜୁଜ୍ଲାନି, ଏଟାର୍ ଲାଗି ଏନ୍ତାରି ଅଇଲାନି । ସେଟାର୍ପାଇ ଗଟେକ୍ ଲକ୍ ଆରିଗଟେକ୍ ଲକର୍ ସଙ୍ଗ୍ ଲାଗ୍ଲାସ୍ନି ।2କାଇକେବଇଲେ ତମେ ଜନ୍ଟା ମିଲାଇବାକେ ମନ୍ କଲାସ୍ନି, ସେଟା ମିଲାଇ ନାପାର୍ଲେ, ମରାଇବାକେ ମନ୍କଲାସ୍ନି । ଜନ୍ଟା ମିଲାଇବାକେ ବେସି ମନ୍ ଅଇଲାନି, ସେଟା ମିଲାଇବାକେ ତମ୍କେ ବପୁନାଇ । ସେଟାର୍ପାଇ ତମର୍ତମର୍ ବିତ୍ରେ ଲାଗାଜଡା ଅଇ ମାରାମାରି ଅଇଲାସ୍ନି । ତମେ ପର୍ମେସର୍କେ ମାଙ୍ଗାସ୍ ନାଇଜେ ମନ୍କଲାଟା ମିଲାଇ ନା ପାର୍ଲାସ୍ନି ।3ତମେ ମାଙ୍ଗ୍ତେରଇସା, ମାତର୍ ସେ ତମ୍କେ ଦେଏ ନାଇ । କାଇକେବଇଲେ ସେଟା କାରାପ୍ କର୍ବାକେ ମାଙ୍ଗ୍ଲାସ୍ନି । ସୁକେ ରଇକରି ସାଇସାର୍ଦା ସଙ୍ଗ୍ ରଇବୁ ବଲି ମାଙ୍ଗ୍ଲାସ୍ନି ।4ଏ ବିସ୍ବାସେ ବିସ୍ଦେବା ଲକ୍ମନ୍, ତମେ କାଇ ନାଜାନାସ୍ କି ଜଗତ୍କେ ଆଲାଦ୍ କରୁମନ୍ ପର୍ମେସରର୍ ସତ୍ରୁ ବଲିକରି ? ଜନ୍ଲକ୍ ଏ ଜଗତର୍ ଚଲାଚଲ୍ତି ଆଲାଦ୍ କର୍ବାଇ ସେମନ୍ ପର୍ମେସରର୍ ବିରଦି ।5ତମେ ଦରମ୍ ସାସ୍ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍ଲାସ୍ନି କି ? ପର୍ମେସର୍ ଜନ୍ ଆତ୍ମାକେ ଆମର୍ ବିତ୍ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍କେ ପୁରାପୁରୁନ୍ ଅଦିକାର୍ କର୍ବାକେ ମନ୍ କଲାନି ।6ମାତର୍ ପର୍ମେସର୍ ଜିବନ୍ ଦୁକାଇଲାଟା, ତାର୍ତେଇଅନି ଅଦିକ୍ ବପୁଆଚେ । ସେଟାର୍ପାଇ ସାସ୍ତର୍ କଇଲାନି, ଆଁକ୍ରିଆମନ୍କେ ପର୍ମେସର୍ ବିରଦ୍ କର୍ସି, ମାତର୍ ସୁଆଲେ ରଇବା ଲକ୍କେ ତାର୍ ଜିବନ୍ ଦୁକାଇ, ଦୟା କର୍ସି ।7ତେବର୍ ପାଇ, ତମେ ପର୍ମେସର୍କେ ସର୍ପାଇଉଆ । ସଇତାନ୍କେ ଜାକି ଦିଆସ୍ । ସେନ୍ତାରି କଲେ ସଇତାନ୍ ତମର୍ଲଗେ ଅନି ପାଲାଇସି ।8ପର୍ମେସରର୍ ଲଗେ ଆସା, ତେବେ ସେ ମିସା ତମର୍ ଲଗେ ଲଗେ ରଇସି । ଏ ପାପିମନ୍, କାରାପ୍ କାମ୍କର୍ବାଟା ଚାଡିଦିଆସ୍ । ଆରି ଏ ଦୁଇବାଟେ ମନ୍କରୁମନ୍ ତମର୍ ମନ୍ ନିର୍ମଲ୍ କରା ।9ତମର୍ ପାପର୍ଲାଗି ମାରିଚପି ଅଇକରି କାନ୍ଦ୍ତେରୁଆ । ନ ଆଁସିକରି କାନ୍ଦ୍ତେରୁଆ, ସାର୍ଦା ନ ଅଇକରି ଦୁକେ ରୁଆ ।10ମାପ୍ରୁର୍ ମୁଆଟେ ନିଜେ ନିଜେ ସର୍ପିଉଆ, ସେ ତମ୍କେ ଉଟାଇସି ।ବିନ୍ଲକର୍ ବିଚାର୍ କରାନାଇ
11ଏ ମର୍ ବାଇବଇନିମନ୍, ନିଜର୍ ନିଜର୍ ବିତ୍ରେ କୁଟ୍ କାତା କୁଆ ନାଇ । ଜଦି ବିସ୍ବାସି ବାଇମନର୍ ବିରୁଦେ କୁଟ୍ କାତା କଇ ତାକେ ଦସ୍ ଦେଇସା, ତମେ ପର୍ମେସରର୍ ନିୟମ୍ ବିରୁଦେ କାତା ଅଇଲାସ୍ନି । ଆରି ତାର୍ ନିୟମ୍କେ ବିଚାର୍ କଲାସ୍ନି । ପର୍ମେସରର୍ ନିୟମ୍ ବିଚାର୍ କଲେ, ତମେ ତାର୍ ଆଦେସ୍ ମାନାସ୍ ନାଇ । ମାତର୍ ବିଚାର୍କାରିଆ ଇସାବେ ରଇଲାସ୍ନି ।12ପର୍ମେସର୍ସେ ନିୟମ୍ ଦେଇପାର୍ସି । ସେ ସେ ଆମ୍କେ ବିଚାର୍ କରିପାର୍ସି । ସେ ସେ ଲକ୍ମନ୍କେ ରକିଆ କରିପାର୍ସି ଆରି ସେ ସେ କୁରୁପ୍ନାସ୍ କରିପାର୍ସି । ମାତର୍ ତମେ କେ ଜେ, ବିନ୍ ଲକର୍ ବିଚାର୍ କରିପାରାସ୍ ?ବଡ୍ପନ୍ ବିସଇର୍ ଚେତ୍ନା
13ତେବେ ମର୍ କାତା ସୁନା । ତମର୍ ବିତ୍ରେ ଜନ୍ ଲକ୍ମନ୍ ଏନ୍ତାରି କାତା ଅଇତେରଇସା, ଆଜି ନଇଲେ କାଲିକେ ଆମେ ଏ ନଅରେ କି ସେ ନଅରେ ଜିବୁ, ତେଇ ବର୍ସେକ୍ ରଇବୁ ଆରି ବେବାର୍ କରି ଡାବୁ ଅରଜ୍ବୁ ।14ମାତର୍ କାଲିକେ କାଇଟା ଗଟ୍ସି, ସେଟା ତମେତା ନାଜାନାସ୍ ! ତମର୍ ଜିବନ୍ ଦୁଉଁରି ସମାନ୍, ଜନ୍ଟାକି ଚନେକର୍ ପାଇ ଡିସ୍ସି ଆରି ମାୟା ଅଇଜାଇସି ।15ତାର୍ ବାଦୁଲେ ତମେ ମାପ୍ରୁ ମନ୍ କଲେ ଆମେ ଜିଇକରି ଏନ୍ତାରି ନଇଲେ ସେନ୍ତାରି କରୁ ବଲି କଇବାର୍ ଆଚେ ।16ମାତର୍ ତମେ ସେନ୍ତାରି କରାସ୍ ନାଇ । ଆଁକ୍ରିଆମନ୍ ଆରି ବଡ୍ପନ୍ କାତା କଉଁମନ୍ । ଏନ୍ତାରି ବଡ୍ପନ୍ କାତା କଇବାଟା ବୁଲ୍ଆଚେ ।17ଏତାଇ ରୁଆ । ଜେ ଜଦି ଏଟା ନିକ କାମ୍ ବଲି ଜାନେ, ମାତର୍ ସେଟା ନ କରେ ବଇଲେ, ପର୍ମେସର୍ ଦେକ୍ବା ଇସାବେ ସେ ଦସ୍ କଲାଆଚେ ।