1ମୁଇ ଜାକୁବ ମାପ୍ରୁ ଜିସୁକିରିସ୍ଟ ଆରି ବାବା ପର୍ମେସରର୍ ଗଟେକ୍ ଗତିଦାଙ୍ଗ୍ଡା । ଗୁଲାଇ ଜଗତେ ଚିନ୍ଚତର୍ ଅଇଜାଇରଇବା ପର୍ମେସରର୍ ବାର୍ଟା କୁଟୁମର୍ ଲକ୍ମନ୍କେ ମୁଇ ଜୁଆର୍ ଜାନାଇକରି ଏ ଚିଟି ଲେକ୍ଲିନି ।
ବିସ୍ବାସ୍ ଆରି ଗିଆନ୍
2ଏ ମର୍ ବାଇବଇନିମନ୍ ଜିବନ୍ ବିତାଇଲାବେଲେ ତମର୍ ବିସ୍ବାସ୍ ଡାଁଟ୍ ଆଚେ କି ନାଇ ବଲି, ଜେତ୍କି ଦୁକ୍ କସ୍ଟର୍ ପରିକା ଆଇଲେ, ଏଟା ଗଟେକ୍ ନିକ କରମର୍ ବିସଇ ବଲି ଏତାଆ ।3କାଇକେବଇଲେ, ଏନ୍ତାରି ଦୁକ୍ କସ୍ଟ ଆଇଲେ ତମର୍ ବିସ୍ବାସ୍ ପରିକାକରି ଡାଁଟ୍ ଆଚେବଲି ଦେକାଇସି । ଆରି ମୁରଚ୍ବାଟା ଅଦିକ୍ ଅଦିକ୍ ଅଇସି ବଲି ତମେ ଜାନିଆଚାସ୍ ।4ତମେ ସାରାସାରିଜାକ ମୁର୍ଚିକରି ରଇଲେ, କାଇ ବିସଇଟାନେ ମିସା ଉନା ନ ଅଇକରି ପୁରାପୁରୁନ୍ ସିଦ୍ ଅଇସା ।5ମାତର୍ ତମର୍ ବିତ୍ରେ ଜଦି କାକେ ଗିଆନ୍ ଉନା ରଇ, ଗିଆନ୍ ପାଇବାର୍ଆଲେ ପର୍ମେସର୍କେ ମାଙ୍ଗା । ସେ ତାର୍ ଆତ୍ ମେଲାକରି, ଦସ୍ ନ ଦାରି ସବୁକେ ଦାନ୍ କର୍ସି ।6ମାତର୍ ସେ ଅଇସି କି ନ ଅଏ ବଲିକରି ନ ବାବି, ବିସ୍ବାସର୍ ସଙ୍ଗ୍ ପାର୍ତନା କର୍ବାର୍ଆଚେ । କାଇକେ ବଇଲେ ଜେ ଅଇସି କି ନ ଅଏ ବଲିକରି ବାବ୍ସି, ସେ ପବନ୍ସଙ୍ଗ୍ ଇଣ୍ଡ୍ତେ ରଇବା ସମ୍ଦୁରର୍ ଉଲ୍କା ପାନି ପାରା ଗଟେକ୍ ଲକ୍ ।7ସେ ରକାମ୍ ଲକ୍ ମାପ୍ରୁର୍ ଟାନେଅନି କାଇଟା ଆଲେ ପାଇବି ବଲିକରି ଆସା ନ କର ।8ସେ ତା, ଦୁଇମନିଆ ଲକ୍, ସେ କର୍ବା ସବୁ କାମ୍ଟାନେ ତବିର୍ ନ ରଏ ।ସାଉକାର୍ ଆରି ଅର୍କିତ୍
9ଗଟେକ୍ କାକୁର୍ତି ଅଇ ରଇବା ବିସ୍ବାସି ବାଇକେ ପର୍ମେସର୍ ସାଉକାର୍ କଲେ ସେ ସାର୍ଦା ଅ ।10ସେନ୍ତାରିସେ ଗଟେକ୍ ସାଉକାର୍ ବିସ୍ବାସିକେ ସେ ଅର୍କିତ୍ କଲେ, ସେ ମିସା ସାର୍ଦା ଅ । କାଇକେବଇଲେ ସାଉକାର୍ ଲକ୍ ପଦାର୍ ଗାଁସର୍ ପୁଲ୍ ପାରା ଜାଉଁଲି ଜାଇସି ।11ଜେନ୍ତି କି ବେଲ୍ ଉଦିକରି ବେସି ତାତିକଲେ ଗାଁସ୍ ସୁକିଜାଇସି, ତାର୍ ପୁଲ୍ ଜଡିଜାଇସି ଆରି ତାର୍ ବାନିମୁର୍ତି ନସି ଜାଇସି । ସେନ୍ତାରିସେ, ସାଉକାର୍ ଲକ୍ମନ୍ କାମ୍ କରି କରି ମରିଜିବାଇ ।ପରିକା ଆରି ଦୁକ୍କସ୍ଟ
12ଜନ୍ ଲକ୍ମନ୍ ପରିକା ଆଇଲେ ମିସା ମୁର୍ଚି କରି ରଇବାଇ, ସେମନ୍ କେଡେକ୍ ନିକ କରମର୍ ଲକ୍ । କାଇକେବଇଲେ ସେ ସବୁ ପରିକାଇ ସେମନ୍ ଡାଁଟ୍ ସଙ୍ଗ୍ ଟିଆଅଇଲାପଚେ, ପୁରୁସ୍କାର୍ ପାଇବାଇ । ପର୍ମେସର୍ ତାର୍ ନିଜର୍ ଲକ୍ମନ୍କେ ଜନ୍ ଜିବନର୍ ମୁକୁଟ୍ ଦେବାକେ ସପତ୍ କଲାଆଚେ, ସେମନ୍ ସେଟା ପୁରୁସ୍କାର୍ ଇସାବେ ମିଲାଇବାଇ ।13କାକେ ମିସା ଦୁକ୍କସ୍ଟ ପାଇବା ପରିକା ଆଇଲେ, ଏ ପରିକା ପର୍ମେସର୍ ପାଟାଇଆଚେ ବଲିକରି କଇବାର୍ ନାଇ । କାଇକେବଇଲେ ପର୍ମେସର୍କେ କେ ମିସା ପରିକାକରି ନାପାରେ । ଆରି ସେ ନିଜେ କାକେ ପରିକା ନ କରେ ।14ମାତର୍ ଗଟେକ୍ ଲକର୍ କରାପ୍ ଗୁନ୍ଚଲନ୍ ତାକେ ପରିକା କରାଇ ଅଇବାକେ ଡାକିନେଇସି ।15ତାର୍ପଚେ ତାର୍ କାରାପ୍ ଗୁନ୍ଚଲନେଅନି ପାପ୍ ବାରଇସି । ଆରି ପାପ୍ ଅଦିକ୍ ଅଦିକ୍ ବଡିଜାଇକରି ମରନ୍ ଆଇସି ।16ଏ ମର୍ ଆଲାଦର୍ ବାଇବଇନିମନ୍, ତମେ ନାଡାଇଉଆ ନାଇ ।17ସବୁ ନିକ ଆରି ସିଦ୍ ରଇବା ଦାନ୍ ପର୍ମେସର୍ ଦେଲା ଆଚେ । ବାଦ୍ଲେ ଉଜଲ୍ ଅଇବା ସବୁଜାକ ସେ ତିଆର୍କଲା ଆଚେ । ସେଟାମନ୍ ବାଦ୍ଲେ ବୁଲ୍ବାବେଲେ ବାଦଲ୍ସି ଆରି ଚାଇଁ ଏନେତେନେ ଅଇସି । ମାତର୍ ପର୍ମେସର୍ ଅଲପ୍ ମିସା ସେନ୍ତାରି ନ କରେ ।18ତାର୍ ସତ୍ ବାକିଅ ଆମ୍କେ ଜାନାଇକରି ତାର୍ତେଇଅନି ଆମ୍କେ ଜିବନ୍ ଦେବାକେ ସେ ମନ୍ କଲା । ଜେତ୍କି ସବୁ ବିସଇ ସେ ତିଆର୍କଲା ମିସା ଆମେ ଅବ୍କା ତାର୍ପାଇସେ ଅଇବାକେ ସେ ମନ୍ କଲା ।ସୁନ୍ବାଟା ଆରି କାମ୍ କର୍ବାଟା
19ଏ ମର୍ ଆଲାଦର୍ ବାଇବଇନିମନ୍, ମନେ ରକିରୁଆ । ତମେ ଆଗ୍ତୁ ନିକକରି ସୁନା । ମାତର୍ ବାବିଚିନ୍ତିକରି କାତା କୁଆ । ଦାପ୍ରେ ରିସା ଉଆନାଇ ।20କାଇକେବଇଲେ ମୁନୁସର୍ ରିସାର୍ ଲାଗି ପର୍ମେସର୍ ସୁକଲ୍ସଙ୍ଗ୍ ଜଜ୍ନା କଲାଟା ନସିଜାଇସି ।21ସେଟାର୍ ପାଇ ତମର୍ ଚଲାଚଲ୍ତି ଟାନେଅନି ବାରଇବା ସବୁ ରକାମର୍ କାରାପ୍ ଅବିଆସ୍ ଚାଡିଦିଆସ୍ । ପର୍ମେସର୍କେ ନିଜର୍ ମନ୍ ସର୍ପି ଦିଆସ୍ । ତମର୍ ମନ୍ ବିତ୍ରେ ସେ ଜନ୍ ବାକିଅ ରପିଆଚେ ସେଟାକେ ଦିଆନ୍ ଦିଆ । ସେ ବାକିଅ ତମ୍କେ ରକିଆ କର୍ସି ।22ବାକିଅ ଜନ୍ଟା କରା ବଲି କଇଲାନି, ସେଟା କରା । ଅବ୍କା ସୁନିକରି ରଇବା ଲକ୍ମନର୍ପାରା ଉଆ ନାଇ । ଏନ୍ତାରିକଲେ ତମେ ନିଜେ ନାଡାଇ ଅଇଲାସ୍ନି ।23ଜନ୍ଲକ୍ ପର୍ମେସରର୍ ବାକିଅ ଅବ୍କା ସୁନ୍ସି, ମାତର୍ ତେଇର୍ କାତା ନ ନାମେ, ସେ ତାର୍ ମୁଏ ରଇବା ଆର୍ଲା, ଦର୍ପନେ ଦେକ୍ବା ଲକ୍ ପାରା ।24ସେ ନିକ କରି ନିଜର୍ ଚାଁଇ ଦେକି ଅଇତେରଇସି । ମାତର୍ ତେଇଅନି ଉଟିଗାଲା ପଚେ ତାର୍ ବାନିମୁର୍ତି ପାସ୍ରି ଜାଇସି ।25ମାତର୍ ମୁନୁସର୍ ମୁକ୍ତି ପାଇ ଗଟେକ୍ ପୁରାପୁରୁନ୍ ନିୟମ୍ ଆଚେ । ଜେ ସେ କାତା ସୁନିକରି ନ ପାସ୍ରେ, ଆରି ତାର୍ଲାଗି ସବୁ ମନ୍ପରାନ୍ ଦେଇକରି ନିଜର୍ ଜିବନ୍ତେଇ ମାନିକରି ରଇସି ବଇଲେ ପର୍ମେସର୍ ତାର୍ କରିରଇବା ସବୁ କାମ୍ ମଙ୍ଗଲ୍ କର୍ସି ।26କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।27ପର୍ମେସର୍ ଦେକ୍ବା ଇସାବେ ଜନ୍ ରିତିନିତି ସତ୍ ଆରି ନିକ, ସେଟା ଅଇଲାନି ଦୁକେ ରଇବା ଟୁରାଟୁରି ପିଲାମନ୍ ଆରି ରାଣ୍ଡିଜୁଣ୍ଡିମନର୍ ଜତନ୍ କର୍ବାଟା । ପଚେ ଜଗତର୍ ଜଞ୍ଜାଲେଅନି ମୁକଲ୍ବାଟା, ଜେନ୍ତାରିକି ସେ ସବୁ ତାକେ ନ ନସାଏ ।