ଏବ୍ରି6dso_twf
1ତେବର୍ପାଇ କିରିସ୍ଟର୍ ମୁଲେଅନି ସିକିରଇବା ବିସଇ ତର୍କେ ତର୍ ନ ସିକିକରି ତାର୍ ଟିକିନିକି ବିସଇ ସିକୁ । ଜେନ୍ତିକି ଆମର୍ ବିସ୍ବାସ୍ ମିସା ଡାଁଟ୍ ଅଇସି । ଚୁଚାଇ କାମ୍ମନ୍ ଚାଡିକରି ପର୍ମେସର୍ଟାନେ ବାଉଡ୍ବା ଜନ୍ଟା କି ଆମର୍ ବିସ୍ବାସର୍ ମୁଲ୍ ପାକ୍ନା ରଇଲା, ତେଇ ଆରିତରେକ୍ ସେଟାସେ କର୍ବାର୍ ନାଇ ।2ଡୁବନ୍ ବିସଇର୍ ସିକିଆ ଦେବାଟା, ଆତ୍ ସଙ୍ଗଇକରି ପାର୍ତନା କର୍ବାଟା, ମଲା ଲକ୍ମନ୍ ଆରିତରେକ୍ ବଁଚ୍ବାଟା ଆରି ଲକ୍ମନ୍କେ ସବୁଦିନର୍ପାଇ ରଇବା ପର୍ମେସରର୍ ନ ସାର୍ବା ବିଚାର୍ନା ।3ଏବେ ଆମେ ଆଗ୍କେ ଜିବାକେ ପଡ୍ସି । ମାପ୍ରୁକେ ଆସାକରି ଆଗର୍ ବିସଇ ସିକୁ ।4କାଇକେବଇଲେ ଜେତ୍କି ଲକ୍ ତାକର୍ ବିସ୍ବାସ୍ ଚାଡିଆଚତ୍, ସେମନର୍ ମନ୍ ପର୍ମେସରର୍ ଉଜଲ୍ସଙ୍ଗ୍ ଉଗାଡି ଅଇ ଆଚେ । ସେ ଦେଇ ରଇବା ସୁଆଦ୍ ସେମନ୍ ଚାକିଆଚତ୍ । ଆରି ସୁକଲ୍ଆତ୍ମା ପାଇଆଚତ୍ ।5ପର୍ମେସରର୍ ବାକିଅ କେଡେକ୍ ନିକ ବଲି ସେମନ୍ ଜାନିଆଚତ୍ । ଆଇବା ଜୁଗେ ତାର୍ ଜନ୍ ବପୁ ସବୁକେ ଦେକାଇ ଅଇସି, ସେଟା ସେମନ୍ ଜାନିଆଚତ୍ ।6ଏଟା ସବୁ ଅଇଲା ପଚେ ସେମନ୍ ତାକର୍ ବିସ୍ବାସ୍ ଆରାଇ ଆଚତ୍ । ସେଟାର୍ପାଇ ସେମନ୍କେ ଆରିତରେକ୍ ମନ୍ ବାଉଡାଇବାକେ ସଅଜ୍ ନାଇ । କାଇକେବଇଲେ ସେମନ୍ ପର୍ମେସରର୍ ପଅକେ ଆରିତରେକ୍ କୁର୍ସେ ମରାଇକରି ଗୁଲାଇ ଲକର୍ ମୁଆଟେ ଇଜତ୍ ଜିକ୍ଲାଇନି ।7ବର୍ସା ପାନି ଜମିଟାନେ ମାର୍ଲେ ସେ ପାନି ଜମି ଜିକିନେଇସି । ସେନ୍ତାରି ଜମିକେ ପର୍ମେସର୍ ଆସିର୍ବାଦ୍ କର୍ସି । ସେନ୍ତାରି ଜମିଟାନେ ଲକ୍ମନ୍କେ ଦର୍କାର୍ ଅଇବା ଚାସ୍ କରିଅଇସି ।8ମାତର୍ ସେ ଜମିଟାନେ ଜଦି କାଟା ଗଚ୍ ଅଇସି, ଆରି ଲାଟାବୁଟା ଗାଜା ଅଇସି, ତେବେ ସେଟା କାଇ ଲଡାକେ ନ ଲାଗେ । ଆରି ସେଟାକେ ପର୍ମେସର୍ ଡଣ୍ଡ୍ ଦେଇସି ଆରି ସେଟାମନ୍କେ ଜଇଟାନେ ପଡାଇଦେଇସି ।9ଏ ଆଲାଦର୍ ମଇତର୍ମନ୍, ମୁଇ ଏନ୍ତାରି କଇତେରଇଲେ ମିସା ତମେ ସେନ୍ତାରି ନୁଆସ୍ ବଲି ମୁଇ ଜାନି । ତମେ ଆଗ୍ତୁଅନି ବିସ୍ବାସ୍ କଲାସ୍ନି ଆରି ତମର୍ ଚଲାଚଲ୍ତି ନିକ ଆଚେ । ଏ ସବୁ ତମେ ମୁକ୍ତି ପାଇରଇବା ଗଟେକ୍ ଚିନ୍ ।10କାଇକେବଇଲେ, ପର୍ମେସର୍ ଅନିଆଇ ନ କରେ । ତମେ କରିରଇବା ନିକ କାମ୍ ସେ ନ ପାସ୍ରେ । ତାର୍ପାଇ ରଇବା ତମର୍ ଆଲାଦ୍ ମିସା । ସେ ଆଲାଦ୍ ତମର୍ ବିସ୍ବାସି ବାଇବଇନିକେ ସାଇଜ କଲାର୍ ପାଇ ତମେ ଦେକାଇ ଆଚାସ୍ ।11ମୁଇ ଜନ୍ଟା ମନ୍ କଲିନି, ସେଟା ଅଇଲାନି ସାରାସାରି ଜାକ ପର୍ମେସର୍ ଜନ୍ କାତା ଦେଇଆଚେ, ସେଟା ପୁରାପୁରୁନ୍ ଅଇବାଜାକ ତମର୍ ଆସା ନ ଚାଡା ।12ସେନ୍ତାରି କଲେ ଅଲସ୍ ନଅଇ ବିସ୍ବାସ୍ ଆରି ମୁର୍ଚି ରଇବା ଲକ୍ ଅଇସା । ସେନ୍ତାରି ଲକ୍ ପର୍ମେସର୍ ଜନ୍ଟା ଦେବାକେ କାତା ଦେଇଆଚେ, ସେମନ୍ ସେଟା ପାଇବାଇ ।