ଏବ୍ରି5dso_twf
1ଜିଉଦିମନର୍ ଜେତ୍କି ବଡ୍ ପୁଜାରିମନ୍ ତାକର୍ ନିଜର୍ ଲକ୍ମନର୍ତେଇଅନି ବାଚାଇଅଇବାଇ । ତାକର୍ବାଟେଅନି ପାପ୍ କେମା କର୍ବା ବଲି ଆରି ସର୍ପିଦେବା ବଲି, ଦେଇକରି ପର୍ମେସର୍କେ ସେବା କର୍ବାଇ ।2ଜେଡେବେଲେ ତାର୍ ସଙ୍ଗାରିମନ୍ ନାଜାନିକରି ରଇବାଇ, ଆରି ବୁଲ୍ କାମ୍ କରିରଇବାଇ, ସେ ସେମନର୍ ସଙ୍ଗ୍ ଦୟାଦରମ୍ ଦେକାଇକରି ରଇପାର୍ସି । କାଇକେବଇଲେ ତାର୍ ଜିବନେ ମିସା ବେସି ବୁଲ୍ ରଇସି ।3ଆରି ତାକେ ମିସା ବେସି ବୁଲ୍ ରଇଲାକେ ସେ ଅବ୍କା ବିନ୍ ଲକର୍ ପାପର୍ ପାଇ ବଲି ଦେଲେ ନଏଁ, ମାତର୍ ନିଜର୍ ପାପର୍ଲାଗି ମିସା ବଲି ସର୍ପିଦେବାକେ ପଡ୍ସି ।4କେ ମିସା ନିଜେ ବାଚିଅଇକରି ବଡ୍ପୁଜାରିର୍ ବେସି ସନ୍ମାନ୍ ପାଇବା ପଦ୍ ପାଇ ନାପାରେ । ମାତର୍ ଗଟେକ୍ ଲକ୍ ପର୍ମେସର୍ ଡାକ୍ଲା ଇସାବେସେ ବଡ୍ ପୁଜାରିର୍ ପଦ୍ ପାଇଅଇସି । ଜେନ୍ତାରି କି କେତେ କେତେ ବରସ୍ ପୁର୍ବେ ଆରଣ୍କେ ବାଚିରଇଲା ।5ସେନ୍ତାରିସେ କିରିସ୍ଟ ବଡ୍ ପୁଜାରିର୍ ସନ୍ମାନ୍ ପାଇବାକେ ନିଜ୍କେ ବଡ୍ କରେ ନାଇ । ମାତର୍ ପର୍ମେସର୍ସେ ତାକେ ବାଚ୍ଲା । ତାର୍ ବାଦୁଲେ ସେ ତାକେ କଇଲା,“ତୁଇ ମର୍ ପଅ,ଆଜି ମୁଇ ତର୍ ବାବା ଅଇଲିଆଚି ।”6ଆରି ଗଟେକ୍ ଜାଗାଇ ମିସା ସେ କଇଲା,“ତୁଇ ପୁଜାରି ପଦ୍ ପାଇକରିମଲ୍କିସେଦକର୍ କୁଟୁମ୍ ପାରାକାଲ୍ କାଲ୍ ଜୁଗ୍ ଜୁଗ୍ ପୁଜାରି ଅଇ ରଇସୁ ।”7ଜିସୁ ଏ ଜଗତେ ରଇଲାବେଲେ, ସେ ଆକ୍ମାରି କାନ୍ଦିକରି ଆରି ଆଁସୁ ଜରାଇକରି କାନ୍ଦି ପର୍ମେସର୍କେ ପାର୍ତନା କରିଲାଗିରଇଲା । ମରନେଅନି ତାକେ ରକିଆ କର୍ବାକେ ପର୍ମେସର୍କେ ବପୁଆଚେ ବଲି ସେ ଜାନିକରି ଏନ୍ତାରି କଲା । ସେ ନିଜେ ଦୟାଦରମ୍ ଦେକାଇଲାକେ ଆରି ପର୍ମେସରର୍ କାତା ମାନ୍ଲାକେ, ପର୍ମେସର୍ ତାର୍ ପାର୍ତନା ସୁନ୍ଲା ।8ଜିସୁ ପର୍ମେସରର୍ ପଅ ଅଇରଇଲେ ମିସା, ସେ ଦୁକ୍ କସ୍ଟ ପାଇରଇଲାର୍ ଲାଗି, ତାର୍ କାତା ମାନ୍ବାକେ ସିକ୍ଲା ।9ସେ ପର୍ମେସରର୍ କାତା ମାନ୍ଲାକେ ପୁରାପୁରୁନ୍ ସିଦ୍ ଅଇଲା । ତାକେ ବିସ୍ବାସ୍ କର୍ବା ଲକ୍ମନ୍କେ କେବେ ନ ସାର୍ବା ମୁକ୍ତି ଦେବା ଲକ୍ ଅଇଲା ।10ସେଟାର୍ ପାଇ ତାକେ ପର୍ମେସର୍ ମଲ୍କିସେଦକ୍ ପୁଜାରିର୍ ପାରା ବଡ୍ ପୁଜାରି କରି ବାଚ୍ଲା ।