ଏବ୍ରି4gaq_twf
1ଆନେକେ ମୁଡ଼ି ପାର୍ମାନ୍ ଡିଂକ୍ନେ କିଣାନ୍ ଦେସ୍ ବିଆର୍ଏ ଡାଗ୍ଚେ ଇସ୍ପର୍ ବାସଙ୍ଗ୍ବଗେ ଆତେନ୍ ନେନେ ବା ନେୟାଏ ଡାଗ୍ଚେ ଇସ୍ପର୍ ପର୍ମାନ୍ ଡିଂବକେ । ଆତେନ୍ ପର୍ମାନ୍ ଡିଂବଗେ ପୁଣ୍ଡେନେବାନ୍ ଜାଣ୍ଡିଗ୍ ଡିରକମ୍ ମ୍ବ୍ର ପେଲେଃ ଆକେନ୍ସା ଉର୍ ଲାଲାପା ।2ଡାଗ୍ଲା ମେଁଇଂନେ ସୁଗୁଆ ନେ ଣ୍ଡିଗ୍ ନିମାଣ୍ଡାସାମୁଆଁ ଅଁନେଲେଃକେ । ମେଇଂ ଆତେନ୍ ଅଁଚେ ଣ୍ଡିଗ୍ ବିସ୍ବାସ୍ନ୍ନିଆ ମାନେଃ ଆଡିଂଆର୍କେ ଣ୍ଡୁ । ଆତେନ୍ ଏଃକେ ଣ୍ଡିଗ୍ ପାର୍ମାନ୍ରେ ଲେଃକେ । ତେନ୍ସା ମେଁଇଂନେ ନ୍ସା ଆତେନ୍ ଲାବ୍ ଆଡିଂକେ ଣ୍ଡୁ ।3ମାତର୍ ନେ ବିତ୍ରେବାନ୍ ଜାଣ୍ଡେଇଂ ବିସ୍ବାସ୍ ଡିଂଆର୍ଏମେଇଂ ଆଃ ଇସ୍ପର୍ନେ ପର୍ମାନ୍ ଡିଂବ୍ନ ପୁଣ୍ଡେନେ ବା ୟାଆର୍ଏଡାଗ୍ଲା ଇସ୍ପର୍ ବାସଙ୍ଗ୍ଡିଂକେ “ନିଂ ଗିସେ ଡିଂଚେ ପର୍ମାନ୍ ଣ୍ଡିଂକେ: ମେଇଂ ନିଂନେ ପୁଣ୍ଡେନ୍ନିଆ ଆଗାଆର୍ ଣ୍ଡୁ ।” ଦର୍ତନିନେ ସୃଷ୍ଟି ବେଲାବାନ୍ ମେଇଂନେ କାମ୍ କ୍ଲିଗ୍ଡା ଡା ଲେଃଲା ଡିଗ୍ ଇସ୍ପର୍ ଏନ୍ ସାମୁଆଁ ବାସଙ୍ଗ୍ବଗେ । ଜଦି ଆକେନ୍ ଦର୍ତନିନେ ଆଃରେନେ ବେଲାବାନ୍ ତିଆର୍ ଡିଂଲେଃକେ ।4ଦର୍ମ ସାସ୍ତର୍ନେ ମୁଡ଼ି ମୁଇଙ୍ଗ୍ ଟାନ୍ନିଆ “ଗୁ ଦିନା” ବିସଏରେ ଡେକ୍ରକମ୍ ବାବ୍ରେ ଗ୍ନୁଆର୍ ଲେଃକେ, “ଇସ୍ପର୍ ମେଁନେ ସର୍ତେ କାମ୍ ଆଃଡାଚେ ଗୁ ଦିନା ପୁଣ୍ଡେକେ ।”5ବାରି ଏନ୍ ବିସଏରେ ବିନ୍ନ୍ତୁଗ୍ ଗ୍ନୁଆର୍ ଲେଃକେ ଇସ୍ପର୍ ବାସଂକେ “ମେଇଂ ନିଂନେ ପୁଣ୍ଡେନେ ଡୁଆନ୍ନିଆ ଅଃନାଡିଗ୍ ଗାନେ ଆୟାଆର୍ ଣ୍ଡୁ ।”6ଜାଣ୍ଡେଇଂ ମୁଲେ ନିମାଣ୍ଡାସାମୁଆଁ ଅଁଲେଃଆର୍ଗେ ନିଜର୍ ଅବିସ୍ବାସ୍ ନ୍ସା ଆତେନ୍ ପୁଣ୍ଡେନେ ବାନେସା ସାତାଲୁ ଡିଂଲେଃଆର୍ଗେ । ଏକେ ବିନ୍ଣ୍ଡ୍ରେ ଆତେନ୍ ପୁଣ୍ଡେନେ ବାନେସା ବେଲା ବାଡିଂଆର୍କେ;7ଡାଗ୍ଲା ମେଁଇଂନେ ନ୍ସା ଇସ୍ପର୍ ବିନ୍ ମୁଇଙ୍ଗ୍ ଦିନ୍ ଆରେବକେ ବାରି ଆତେନ୍ ଡିଂଡିଂକେ “ଏକେ ।” ଆଡ଼ାତ୍ରା ବେଲାନେ ଗୁଲୁଏ ମୁଆଁ ଇଡ଼ିଙ୍ଗ୍ ଇସ୍ପର୍ ଇଃସାଙ୍ଗ୍ ଦାଉଦନେ ବାନ୍ ଆକେନ୍ ସାମୁଆଁ ଗୁଆର୍କ୍ନେ ସାସ୍ତର୍ ସାମୁଆଁନ୍ନିଆ ବାସଙ୍ଗ୍ବଗେ:“ଏକେ ଜଦି ନା ଇସ୍ପର୍ନେ ସାମୁଆଁ ନାଅଁଏତେଲା ମନ୍ ଡାଟ୍ ଆଡିଂଗେ ।”8ଜଦି ଯିହୋଶୂୟ ରେମୁଆଁଇଂକେ ଇସ୍ପର୍ନେ ପାର୍ମାନ୍ ଡିଂକ୍ନେ ପୁଣ୍ଡେନେ ବିଃ ପାୟା, ତେଲା ଇସ୍ପର୍ ଇଡ଼ିଙ୍ଗ୍ ବିନ୍ ମୁଇଙ୍ଗ୍ ପୁଣ୍ଡେନେ ଦିନ୍ ସାମୁଆଁ ଆଗୁଆର୍ପାଡିଂ ।9ଆକେନ୍ସା ଆକେନ୍ ସତ୍ ଜେ ଇସ୍ପର୍ ରେମୁଆଁଇଂନେ ନ୍ସା ମୁଇଂ ପୁଣ୍ଡେନେ ଉର୍ ଡିଂକେ ।10ଇସ୍ପର୍ ଡିଡିକି ନିଜର୍ କାମ୍ବାନ୍ ପୁଣ୍ଡେକେ ଜେ ଜାଣ୍ଡେ ଇସ୍ପର୍ନେ ପୁଣ୍ଡେନ୍ନିଆ ଗା ଆର୍ଏ । ମେଇଂ ମେଁଇଂନେ କାମ୍ ଆନାରବାନ୍ ପୁଣ୍ଡେନେ ବାଲେଃଆର୍କେ ।11ଆକେନ୍ସା ନେ ବିତ୍ରେବାନ୍ ଜାଣ୍ଡେ ଡିଡିକି ନିଜର୍ ଅବିସ୍ବାସ୍ ନ୍ସା ଆତେନ୍ ରେମୁଆଁଇଂନେ ସୁଗୁଆ ଆତେନ୍ ପୁଣ୍ଡେନେବାନ୍ ବିନେ ଆଡିଂ ଆକେନ୍ସା ଗ୍ୟାଗ୍ୟା ଚେସ୍ଟା ନେଃଡିଂପା ।12ଇସ୍ପର୍ନେ ସାମୁଆଁ ଜିବନ୍ ବାରି କାମ୍ ପୁରନ୍ ଡିଂନେ ସୁଗୁଆ । ଆତେନ୍ ମ୍ବାର୍ ପାକା ଡିଗ୍କ୍ନେ କାଣ୍ଡା ବାନ୍ ମାଲେ ଡିଗ୍କ୍ନେ; ଆତ୍ମା ବାରି ଜିବନ୍ ଣ୍ଡୁଲା ମାଣ୍ଡି ବାରି ଞ୍ଚ୍ୟା ବିତ୍ରେନେ ତ୍ମସାର୍ ରକମ୍ ବାରି ରେମୁଆଁ ମନ୍ନେ ଇକ୍ଚା ଆରି ଆରେନେ ବିଚାର୍ଣ୍ଡ୍ରେ ।13ଇସ୍ପର୍ନେବାନ୍ ମେଃଡିଗ୍ ସାମୁଆଁ ବୁଡ଼ି ଣ୍ଡୁ; ସର୍ତେ ବିସୟ୍ ଆଃରେକ୍ନେ ଡାଗ୍ରା ସାପା ସାମୁଆଁ ମେଁନେ ସାପା ସାକି ମ୍ମୁଆଃ ଡାଗ୍ରା ନିଅମ୍ ଅମାନି ଆରି ମେଲା ଡିଂଏ । ଆତେନ୍ ଇସ୍ପର୍ନେ ଡାଗ୍ରା ଆନେଃକେ ଇସାବ୍ ବିଃନେ ପଡ଼େଏ ।