ଏବ୍ରି4dso_twf
1ପର୍ମେସର୍ ଆମ୍କେ କାତା ଦେଇରଇଲାଜେ, ସେ ଆମର୍ପାଇ ଗଟେକ୍ ପୁଣ୍ଡ୍ବା ଜାଗା ତିଆର୍ କଲାଆଚେ । ତେବର୍ ପାଇ ଆମେ ଜାଗରତ୍ ରଇବାକେ ପଡ୍ସି । ଜେନ୍ତିକି ଆମର୍ ବିତ୍ରେ ସେନ୍ତାରି କେ ନ ରଅତ୍, ଜେ କି ସେ ଜାଗାଇ ପୁରିନାପାରତ୍ ।2କାଇକେବଇଲେ ଆମର୍ ଆନିଦାଦିମନର୍ପାରା ଆମେ ମିସା ସୁବ୍କବର୍ ସୁନିଆଚୁ । ମାତର୍ ସେମନ୍ ସେଟା ସୁନିକରି ମିସା ମାନତ୍ ନାଇ, କାଇକେବଇଲେ ସେଟା ସେମନ୍ ବିସ୍ବାସ୍ କରତ୍ ନାଇ ।3ଆମେ ଜେତ୍କି ଲକ୍ ବିସ୍ବାସ୍ କର୍ବୁ, ଆମେସେ ସେ ପୁଣ୍ଡ୍ବା ଜାଗାଇ ପୁର୍ବୁ । କାଇକେବଇଲେ ତାକର୍ ବିସଇନେଇ ପର୍ମେସର୍ କଇଲାଆଚେ,“ମର୍ ରିସାଇ ମୁଇ ସପତ୍ କରିଆଚି ।ମୁଇ ତିଆର୍ କରିରଇବା ପୁଣ୍ଡ୍ବା ଜାଗାଇ ସେମନ୍କେ ନ ପୁରାଇ ।”ଜଗତ୍ ତିଆର୍ ଅଇଲା ବେଲେଅନି ସେ ପୁଣ୍ଡ୍ବା ଗର୍ ତିଆର୍ ଅଇରଇଲା । ଏଲେ ମିସା ପର୍ମେସର୍ ସେନ୍ତାରି କଇରଇଲା ।4କାଇକେବଇଲେ ଆଟର୍ ସାରାସାରି ଦିନର୍ ବିସଇ ସାସ୍ତରେ ଏନ୍ତାରି ଲେକାଅଇଲାଆଚେ, “ପର୍ମେସର୍ ସବୁଜାକ କାମ୍ସାରାଇ କରି ଆଟର୍ ସାରାସାରି ଦିନେ, ଅଲପ୍ ପୁଣ୍ଡ୍ଲା ।”5ଆରି ଏ ବିସଇ ବିନ୍ଟାନେ ଲେକାଅଇଆଚେ । “ସେମନ୍ ମର୍ ପୁଣ୍ଡ୍ବା ଜାଗାଇ କେବେ ମିସା ପୁରିନାପାରତ୍ ।”6ପର୍ତମେ ଜେତ୍କିଲକ୍ ସୁବ୍କବର୍ ସୁନିରଇଲାଇ, ନିଜେ ବିସ୍ବାସ୍ କରତ୍ ନାଇ ଆରି ସେମନ୍ ସେ ପୁଣ୍ଡ୍ବା ଜାଗା ପାଅତ୍ ନାଇ । ତାର୍ପଚେ ପର୍ମେସର୍ ବିନ୍ ଲକ୍ମନ୍ ପୁର୍ବାକେ ଆଦେସ୍ ଦେଲା ।7ଲକ୍ମନ୍ ତେଇ ପୁର୍ବାକେ ପର୍ମେସର୍ ଆରି ଗଟେକ୍ ବେଲା ବାଚ୍ଲା । ସେ ବେଲା ଅଇଲାନି ଆଜି । ବେସି ବରସ୍ ପଚେ ପର୍ମେସର୍ ମୁଇ କଇଲା ବିସଇ ଦାଉଦର୍ ସାସ୍ତରେ ଲେକାଅଇରଇଲା,“ଆଜି ଜଦି ପର୍ମେସରର୍ ସବଦ୍ ସୁନ୍ଲେତମର୍ ମନ୍ ଆଁଟ୍ କରା ନାଇ ।”8ଆମେ ଏ ବିସଇ ମିସା ଜାନିଆଚୁ ଜେ, ପର୍ମେସର୍ ଜନ୍ ବିସ୍ରାମ୍ ଜାଗାର୍ ପାଇ ସପତ୍ କରିରଇଲା, ସେ ଜାଗା ଜିଅସୁଆ ଆମର୍ ଆନିଦାଦିମନ୍କେ ଡାକି ନେଇ ରଇବା ଜାଗା ନଏଁ । ଜଦି ସେ ଜାଗା ସେଟା ଅଇରଇତା, ତେବେ ପର୍ମେସର୍ ଆରି ଗଟେକ୍ ପୁଣ୍ଡ୍ବା ଦିନର୍ କାତା ନ କଇତା ।9ସେଟାର୍ପାଇ ଏଟା ସତ୍ ଆକା । ଆଟର୍ ସାରାସାରି ଦିନେ ପର୍ମେସର୍ ପୁଣ୍ଡ୍ଲାପାରା ତାକର୍ ଲକ୍ମନର୍ ପାଇ ଗଟେକ୍ ପୁଣ୍ଡ୍ବା ବେଲା ସଙ୍ଗଇଆଚେ ।10କାଇକେବଇଲେ ପର୍ମେସର୍ ସପତ୍ କରିରଇବା ବିସ୍ରାମେ ଜେତ୍କିଲକ୍ ପୁର୍ବାଇ, ସେ ବିସ୍ରାମ୍ କଲାପାରା, ତାକର୍ କାମେଅନି ବିସ୍ରାମ୍ କର୍ବାଇ ।11ସେଟାର୍ପାଇ ଆମେ ସବୁଲକ୍ ମନ୍ ଦିଆନ୍ ଦେଇକରି, ସେ ବିସ୍ରାମ୍ ଜାଗାଇ ପୁର୍ବାକେ ଚେସ୍ଟା କରୁ । ଆମର୍ ଆନିଦାଦିମନର୍ପାରା ନ ଅଇବାକେ ଆମେ ଜାଗ୍ରତ୍ ରଉଁ । ପର୍ମେସର୍ କଇଲାଟା ବିସ୍ବାସ୍ ନ କଲାର୍ପାଇ, ସେମନ୍ ସେଜାଗାଇ ପୁରି ନାପାର୍ଲାଇ ।12ପର୍ମେସରର୍ ବାକିଅ ଜିବନ୍ରଇବାଟା ଆରି ବେସି ବପୁରଇ ଦୁଇବାଟେ ଦାର୍ରଇବା ଗଟେକ୍ ଲାଗନ୍ କାଣ୍ଡା ପାରା । ସେଟା ଆଡର୍ ଗଁଟି ଆରି ଆଡ୍ ବିତ୍ରେ ରଇବାଟା କାଟ୍ସି । ଗଟେକ୍ ଲକର୍ ମନ୍ ବିତ୍ରେ ରଇବା ସବୁ ବିସଇ ବିଚାର୍ କରିପାର୍ସି । ମନ୍ ବିତ୍ରେ ଲୁଚିରଇବା ସବୁ ବିସଇ ମିସା ।13ପର୍ମେସର୍ଟାନେ କାଇ ବିସଇ ମିସା ଲୁଚିକରି ନ ରଏ । ତାର୍ ଆଁକିଟାନେ ସବୁ ବିସଇ ଉଗାଡି ଅଇରଇଲାପାରା ଆଚେ । କାଇକେବଇଲେ ସେ ସବୁ ବିସଇ, ଗଟେକ୍ ନ ଚାଡିକରି, ସବୁ ଜାନେ । ଆରି ତାର୍ ଲଗେ ଆମେ ଆମର୍ ନିଜର୍ ବିସଇର୍ ଇସାବ୍ ଦେବାର୍ ଆଚେ ।