ପର୍ମେସର୍କେ ସନ୍ତୁସ୍କରୁ
1କିରିସ୍ଟଟାନେ ମିସିବିଡି ରଇବା ବିସ୍ବାସି ବାଇବଇନି ପାରା ଆଲାଦ୍ କରାକରି ଅଇ ରୁଆ ।2ନ ଚିନ୍ଲା ଲକ୍ମନ୍କେ ମିସା ତମର୍ ଗର୍ମନ୍କେ ଡାକିନିଆ । କାଇକେବଇଲେ କେତେଲକ୍ ନାଜାନିକରି ସେନ୍ତାରି ଦୁତ୍ମନ୍କେ ଡାକିନେଲାଇ ।3ବନ୍ଦି ଗରେ ରଇବା ଲକ୍ମନ୍କେ ତମେ ତାକର୍ ସଙ୍ଗ୍ ରଇଲାପାରା ଦୟା ଦେକାଆ । ଦୁକ୍କସ୍ଟ ଅଇରଇବା ଲକ୍ମନ୍କେ ନିଜେ ତାକର୍ପାରା ଦୁକ୍କସ୍ଟ ପାଇଲୁନି ବଲି ଏତାଆ ।4ବିବା ଅଇବାଟା ସବୁଲକ୍ ନିକ ବଲି ମାନତ୍ । ସବୁ ମାଇଜିମନସ୍ ମନ୍ ଗଟେକ୍ ମାଇଜି ଆରି ଗଟେକ୍ ମନସ୍ ଅଇକରି ସତ୍ସଙ୍ଗ୍ ରଇବାର୍ଆଚେ । ଜନ୍ ଲକ୍ମନ୍ ବେସିଆ କାମ୍ କରି ରଇବାଇ, ସେମନ୍କେ ପର୍ମେସର୍ ଡଣ୍ଡ୍ ଦେଇସି ।5ଡାବୁ ଆସା ଅଇକରି ତାର୍ପଚେ ପାଲାଆ ନାଇ । କାଇକେବଇଲେ ପର୍ମେସର୍ କଇଲାଆଚେ, “ମୁଇ ତମ୍କେ କେବେ ନ ପାସ୍ରି କି ନ ଚାଡି ।”6ତେବର୍ପାଇ ଆମେ ସାସ୍ ଦାରି କଇପାର୍ବୁପର୍ମେସର୍ ଆକା ମକେ ସାଇଜ କର୍ସି,ମୁଇ କେବେ ନ ଡରିଲକ୍ମନ୍ ମକେ କାଇଟା କରି ନାପାରତ୍ ।7ଜନ୍ ଲକ୍ମନ୍ ତମ୍କେ ମୁକିଅ ଇସାବେ ଡାକିନେଇ ପର୍ମେସରର୍ ବାକିଅ ସିକାଇତେରଇଲାଇ, ସେମନର୍ ବିସଇ ବାବିଦେକା । ସେମନ୍ କେନ୍ତି ଜିଇଲାଇ ଆରି ମଲାଇ ? ତମେ ତାର୍ ପାରା ବିସ୍ବାସ୍ କରା ।8କାଇକେବଇଲେ, ଜିସୁକିରିସ୍ଟ କେବେ ନ ବାଦ୍ଲେ । ସେ ଆଜିର୍ପାଇ, କାଲିକର୍ପାଇ, ଆରି ସବୁଦିନର୍ ପାଇ ସମାନ୍ ସେ ରଇସି ।9ତେବର୍ପାଇ ଲକ୍ମନ୍ ତମ୍କେ ବିନ୍ ବିନ୍ ସିକିଆ ସୁନାଇକରି ସତ୍ବାଟେଅନି ବିନେ ନେବାକେ ରାଜି ଉଆନାଇ । କାଇକେବଇଲେ ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟା ଆମର୍ ମନ୍କେ ଡାଟ୍ କର୍ସି । କାଦିର୍ ଲାଗି ରଇବା ନିୟମ୍ ମାନ୍ବାଟା ନଏଁ । ସେନ୍ତାରି ନିୟମ୍ ମାନ୍ବା ଲକ୍, ତେଇ ଅନି କାଇଟା ମିସା ପାଅତ୍ ନାଇ ।10ଜିଉଦିମନର୍ ବେଦିଟାନେ ସେବା କର୍ବା ପୁଜାରିମନ୍ ତେଇ ସର୍ପି ଦେଇରଇବା କାଇଟା ମିସା କାଇବାର୍ ନଏଁ ।11ବଡ୍ ପୁଜାରି ପସୁମନର୍ ବନି ନେଇକରି, ପାପର୍ ବଲି ସର୍ପିଦେବାକେ ଅଦିକ୍ ସୁକଲ୍ ଜାଗାଇ ନେଇସି । ମାତର୍ ପଡିଜାଇରଇବା ପସୁମନର୍ ଗାଗଡ୍ ତୁମ୍ ଗର୍ ବାଇରେ ରଇସି ।12ସେଟାସେ ଜିସୁକେ ଅଇରଇଲା । କାଇକେବଇଲେ, ତାକେ ନଅରର୍ ବାଇରେ ଲକ୍ମନ୍ ମରାଇରଇଲାଇ । ଆରି ତାର୍ ବନି ଗୁଲାଇ ମୁନୁସ୍ ଜାତିର୍ ପାପ୍ ଦଇଦେଲା ।13ତେବର୍ପାଇ ନଅରର୍ ବାଇରେ ଜୁ । ଆରି ତାକେ ଆମେ ବିସ୍ବାସ୍ କଲାର୍ପାଇ, ଲକ୍ମନ୍ ଜେତ୍କି ନିନ୍ଦା କଲାଟା ଆମେ ମୁର୍ଚିକରି ରଉ ।14କାଇକେ ବଇଲେ ଆମେ ସବୁଦିନ୍ ଏ ଜଗତେ ନ ରଉ । ମାତର୍ ଆଇବା ଦିନ୍ମନ୍କେ କେବେ ନ ସାର୍ବା ଦିନ୍ଜାକ ରଇବା ନଅରେ ରଇବୁ ବଲି ଆମେ ଜାଗିଆଚୁ ।15ତେବେ ଆସା । ଜିସୁକିରିସ୍ଟକେ ଦେଇକରି ଆମେ ସବୁବେଲେ ପର୍ମେସର୍କେ ବଲି ସର୍ପି ଦେଇତେ ରଉ । ସେଟା ଆମର୍ ଟଣ୍ଡେଅନି ଆଇବା ଉପାସନା । ସେ ଆକା ମାପ୍ରୁ ବଲି ଆମେ କଉଁ ।16ନିକ କାମ୍ କର୍ବାକେ ପାସ୍ରା ନାଇ । ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ସାଇଜ କରା । କାଇକେବଇଲେ, ଏନ୍ତାରି ରଇବା ଚଲାଚଲ୍ତି ପର୍ମେସର୍କେ ସାର୍ଦା କରାଇବା ଗଟେକ୍ ବଲି ।17ତମର୍ ମୁକିଅ ଲକ୍ମନର୍ କାତା ମାନିକରି ଆଦେସ୍ ଦେଲାଟା କରା । ସେମନ୍ ଜାଗୁଆଲ୍ମନର୍ ପାରା ନ ତାକିକରି ତମର୍ ଆତ୍ମାମନ୍କେ ଜତନ୍ କଲାନି । କାଇକେବଇଲେ ସେମନ୍କେ ତାକର୍ କରିରଇବା କାମ୍ ପର୍ମେସର୍ କେ ଇସାବ୍ ଦେବାକେ ପଡ୍ସି । ତମେ ଜଦି ତାକର୍ କାତା ମାନ୍ସା, ସେମନ୍ ସାର୍ଦା ସଙ୍ଗ୍ ସେବା କାମ୍ କର୍ବାଇ । ତମେ ତାକର୍ କାତା ନ ମାନ୍ଲେ, ସେମନ୍ ଦୁକ୍ ଅଇବାଇ । ତେବେ ତମ୍କେ କାଇ ସାଇଜ ନଏଁ ।18ଆମର୍ ପାଇ ପାର୍ତନା କର୍ତେରୁଆ । ଆମର୍ ବିବେକ୍ ଆମେ କରିରଇବା କାମ୍ ସତ୍ ବଲି ସାକିଦେଲାନି ।19ମର୍ପାଇ ମିସା ପାର୍ତନା କରା । ଜେନ୍ତାରି କି ପର୍ମେସର୍ ଦାପ୍ରେ ମକେ ତମର୍ଲଗେ ପାଟାଇସି ।ସାରାସାରିର୍ ପାର୍ତନା
20ଆମର୍ ମାପ୍ରୁ ଜିସୁକେ ପର୍ମେସର୍ ମଲାତେଇଅନି ଉଟାଇଲା । ସେ ଗଟେକ୍ ଗଉଡ୍ପାରା ଆମ୍କେ ଜାଗିରଇସି । ଆମେ ପର୍ମେସର୍ ସଙ୍ଗ୍ ସବୁଦିନର୍ପାଇ ଗଟେକ୍ ଅଇବାଟାକେ ତାର୍ ବନି ଜରାଇଲା ।21ଜିସୁକିରିସ୍ଟର୍ ଲାଗି ସାନ୍ତି ଦେବା ପର୍ମେସର୍ ତମ୍କେ ସବୁ ରକାମର୍ ସାଇଜ ଦେଅ । ଜେନ୍ତାରି କି ସେ ମନ୍ କଲାଟା ତମେ ପୁରାପୁରୁନ୍ କର୍ସା । ଆମେ କର୍ବା କାମ୍ ତାକେ ସାର୍ଦା ଦେଅ । ଜିସୁକିରିସ୍ଟକେ ଆମେ ନ ସାର୍ବା ଦିନ୍ଜାକ ଡାକ୍ପୁଟା ଦେଉଁ ।ସେସ୍ କାତା
22ଏ ମର୍ ବାଇବଇନିମନ୍, ମୁଇଁ ତମ୍କେ ବାବୁଜିଆ କଲିନି, ମୁଇ ତମ୍କେ କଇଲା ଏ ସବୁ କାତା ମୁର୍ଚିକରି ସୁନା । କାଇକେବଇଲେ, ଏ ଚିଟି ବେସି ଡେଙ୍ଗ୍ ନାଇ ।23ଆମର୍ ବାଇ ତିମତି ବନ୍ଦିଗରେ ଅନି ମୁକ୍ଲି ଆଚେବଲି ଜାନ୍ସା । ସେ ଜଦି ସେ ଦାପ୍ରେ ଆଇସି, ତେବେ ମର୍ସଙ୍ଗ୍ ତାକେ ଡାକିଆନ୍ବି ।24ତେଇ ରଇବା ତମର୍ ମୁକିଅ ଲକ୍ମନ୍କେ ଆରି ପର୍ମେସରର୍ ସବୁ ଲକ୍ମନ୍କେ ମର୍ ଜୁଆର୍ ଜାନାଇ ଦିଆସ୍ । ଇଟାଲିତେଇ ମର୍ ସଙ୍ଗ୍ ରଇବା ଆମର୍ ବାଇବନିମନ୍ ମିସା ଜୁଆର୍ ଜାନାଇଲାଇନି ।25ପର୍ମେସର୍ ତମ୍କେ ସବୁଲକ୍କେ ତାର୍ ଜିବନ୍ ଦୁକାଇ ଦୟା ଦେକାଅ ।