ପର୍ମେସର୍ ଆମର୍ ବାବା
1ଏବେ ଆମେ ସବୁ ଆରାଜିତାଟାନେ ପାଲାଇବା ଲକ୍ମନର୍ପାରା ଆଚୁ । ଆମର୍ ଚାରିବେଟ୍ତି ଗଟେକ୍ ବଡ୍ ଦଲର୍ ସାକିମନ୍ ଦେକ୍ଲାଇନି । ତେବର୍ପାଇ ଜନ୍ଟାମନ୍ ଆମ୍କେ ବାଦା ଦେଲାନି, ଆରି ଜନ୍ ପାପ୍ମନ୍ ଆମ୍କେ ପଚ୍କେ ଜିକ୍ଲାନି, ସେଟା ସବୁ ବେଟି ପିଙ୍ଗିଦେବାର୍ । ଜନ୍ ଆରାଜିତା ଅଇ ପାଲାଇବାଟା ପର୍ମେସର୍ ଆମର୍ ମୁଆଟେ ସଙ୍ଗଇଆଚେ, ତେଇ ଆମେ ମୁର୍ଚିକରି ପାଲାଇ ସାରାଇଦେଉଁ ।2ଆମର୍ ଆଁକି ଜିସୁର୍ଟାନେ ସଙ୍ଗଉ । ତାକେ ଆମେ ଆରାମେ ଅନି ସାରାସାରି ଜାକ ବିସ୍ବାସ୍ କରିଆଚୁ । ଜନ୍ ସାର୍ଦା ତାର୍ ମୁଆଟେ ସଙ୍ଗଇରଇଲା, ସେ ସାର୍ଦାର୍ଲାଗି ରଇବା ଦୁକ୍କସ୍ଟ ମୁର୍ଚି କରି ରଇଲା । ଆରି ତେଇ ମର୍ବା ଲାଜର୍ ବିସଇ ମନେ ଦାରେନାଇ । ପର୍ମେସର୍ ଆଜି ଜନ୍ ଜାଗାଇ ବସ୍ଲାଆଚେ, ତାର୍ ଉଜାବାଟେ ସେ ମିସା ବସ୍ଲାଆଚେ ।3ବାବିଦେକା, ସେ କେତେକ୍ ଦୁକ୍ କସ୍ଟ ପାଇଆଚେ । ସେ ପାପିମନର୍ ଟାନେଅନି କେତେକ୍ ଉଡା ସୁନିଆଚେ । ଜେନ୍ତାର୍କି ଆସା ନ କରି ଚାଡି ଦିଆସ୍ ନାଇ ।4କାଇକେବଇଲେ ପାପର୍ ବିରୁଦେ ଆଇବା ଜୁଇଦେ ବନି ଜର୍ବା ଏତ୍କି ତମେ କରାସ୍ ନାଇତା ।5ପର୍ମେସରର୍ ସାସ୍ତରେ ଲେକା ଅଇଲାଟା ତମେ ପାସ୍ରିଗାଲାସ୍ କି ? ସେ ତାର୍ ପିଲାଜିଲାମନ୍କେ ମନ୍ ସାର୍ଦା କରାଇ ଏନ୍ତାରି କଇରଇଲା । ସେ କଇଲା,ମର୍ ପଅ ମାପ୍ରୁର୍ ସାସନ୍ କର୍ବାଟା ଏଲା କର୍ବାର୍ ନାଇ ।ସେ ତମ୍କେ ଡଣ୍ଡ୍ ଦେବାବେଲେ ଆସା ଚାଡ୍ବାର୍ ନାଇ ।6କାଇକେବଇଲେ ମାପ୍ରୁ ଜେତ୍କି ଲକ୍କେ ଆଲାଦ୍ କର୍ସି, ସେତ୍କି ଲକ୍କେ ସେ ସାସନ୍ କର୍ସି ।ଆରି ଜେତ୍କି ଲକ୍କେ ତାର୍ ପିଲାଜିଲା ବଲି ଏଜିଆଚେସେ ସବୁ ଲକ୍କେ ଡଣ୍ଡ୍ ଦେଇସି ।7ତେବର୍ପାଇ ତମର୍ ଦୁକ୍କସ୍ଟ ସବୁ ତମର୍ ବାବାର୍ତେଇଅନି ମିଲିରଇବା ଡଣ୍ଡ୍ ପାରା ବଲି ବାବ୍ବାର୍ ଆଚେ । ପର୍ମେସର୍ ତମ୍କେ ତାର୍ ପିଲା ଜିଲା ବଲି ଏଜ୍ଲାନି । ଏଟା ତମର୍ ଦୁକ୍କସ୍ଟ ପାଇବାତେଇଅନି ଜାନାପଡ୍ସି । କାଇକେବଇଲେ, ତାର୍ ପିଲାକେ ଡଣ୍ଡ୍ ନ ଦେଲା ବାବା କେ ଆଚେ ?8ତେବର୍ପାଇ ତାର୍ ସବୁ ପିଲାଜିଲାପାରା ପର୍ମେସର୍ ଜଦି ତମ୍କେ ଡଣ୍ଡ୍ ନ ଦେଏ, ତାର୍ ଅରତ୍ ଅଇଲାନି ସତଇସେ ତମେ ତାର୍ ପିଲାଜିଲା ନୁଆସ୍, ମାତର୍ ଉପ୍କା ପିଲାଜିଲା ।9ଆମ୍କେ ଜନମ୍ ଦେଲା ବାବାମନ୍ ଡଣ୍ଡ୍ ଦେଇରଇଲାଇ ଆରି ସେଟାର୍ପାଇ ଆମେ ସେମନ୍କେ ମାନିଅ କର୍ତେରଇଲୁ । ସେନ୍ତାର୍ଆଲେ ସର୍ଗେ ରଇବା ଆମର୍ ବାବାକେ ଆମେ କେତେକ୍ ଅଦିକ୍ ନିଜ୍କେ ସର୍ପିଅଇ ବଁଚ୍ବୁ ?10ଆମର୍ ବାବାମନ୍ ସେମନ୍ ଟକ୍ ବଲି ବାବ୍ବା ଇସାବେ, ଚନେକର୍ପାଇ ରଇବା ଏ ଜିବନେ ଆମ୍କେ ଡଣ୍ଡ୍ ଦେଇରଇଲାଇ । ମାତର୍ ଜେଡେବେଲେ ପର୍ମେସର୍ ଆମ୍କେ ଡଣ୍ଡ୍ ଦେଇସି, ଆମର୍ ନିକପାଇ ଦେଇସି । ଜେନ୍ତାରିକି ଆମେମିସା ତାର୍ପାରା ସୁକଲ୍ ଅଇବୁ ।11ଜେଡେବେଲେ ଡଣ୍ଡ୍ ପାଇବୁ, ଆମେ ସାର୍ଦା ନ ଅଉଁ, ମାତର୍ ଦୁକ୍ ଅଇବୁ । ସେଟା ସତ୍, ମାତର୍ ସେ ଡଣ୍ଡ୍ ପାଇଲାତେଇଅନି କାଇକାଇଟା ସିକ୍ଲା ପଚେ, ସେଟା ନିକ ବଲି ବାବ୍ବୁ । କାଇକେବଇଲେ ସେଟା ଆମ୍କେ ସାନ୍ତିସଙ୍ଗ୍ ରଇବା ମନ୍ ଆରି ଗଟେକ୍ ଦରମ୍ ଚଲାଚଲ୍ତି କର୍ବାକେ ସାଇଜ କର୍ସି ।ସିକିଆ ଆରି ଚେତ୍ନା
12ତେବର୍ପାଇ ଅଦୁଆ ଅଇରଇବା ଆତ୍ ଉଟାଆ ଆରି ଲୁଡ୍ଗୁଡି ଜାଇତେରଇବା ମାଣ୍ଡିମନ୍ ଡାଁଟ୍କରା ।13ସଲକ୍ ବାଟେ ଇଣ୍ଡିଜା । ସେନ୍ତାର୍କଲେ ତମର୍ ନ ଆଇବା ପାଦ୍ ନିକଅଇ ଡାଁଟ୍ ଅଇସି ।14ସବୁ ଲକର୍ ସଙ୍ଗ୍ ସୁସାରେ ଆରି ସୁକଲ୍ ସଙ୍ଗ୍ ରଇବାକେ ଚେସ୍ଟା କରା, ଆରିକେ ସୁକଲ୍ ନ ଅଇକରି ମାପ୍ରୁକେ ଦେକି ନାପାରତ୍ ।15ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ ଜାଗ୍ରତ୍ କରାଆ । ଜେନ୍ତାରି କି ପର୍ମେସର୍ ଜିବନ୍ ଦୁକାଇକରି ଦୟା ଦେକାଇଲାଟାନେଅନି କେ ପଚ୍କେ ନ ଜାଅତ୍ । କାଇକେବଇଲେ ସେନ୍ତାରି ଲକ୍ ପିତା ପଲ୍ ଦାର୍ବା ଗଟେକ୍ ଗଚ୍ ପାରା ରଇସି ଆରି ବେସି ଲକ୍କେ ତାର୍ ବିସ୍ ସଙ୍ଗ୍ ଅଇରାନ୍ କର୍ସି ।16ଜାଗର୍ତା ରୁଆ, ତମର୍ ବିତ୍ରେ କେ ମିସା ବେସିଆ କାମ୍ କରାନାଇ । ପର୍ମେସର୍କେ ବିସ୍ବାସ୍ ନ କରି ରଇବା ଏସ୍ଅ ପାରା ନ ଉଆ । ସେ ଗଟେକ୍ କାଦିର୍ପାଇ ପର୍ମେସର୍ ସେ ପାଇସି ବଲି କାତା ଦେଇରଇବା ବଡ୍ ପିଲାର୍ ଅଦିକାର୍ ପାଲ୍ଟାଇଲା ।17ଆମେ ଜାନିଆଚୁ ଜେ ସେ ସେନ୍ତାରି କଲାପଚେ, କରିରଇବା କାମର୍ ପାଇ ଦୁକ୍ କଲା । କାଇକେବଇଲେ ବାବାର୍ ବଡ୍ ପଅ ଇସାବେ ତାର୍ ବାବାର୍ ଆସିର୍ବାଦ୍ ପାଇବାକେ ବେସି ମନ୍ କଲା । ମାତର୍ ତାର୍ ସଙ୍ଗ୍ କାନ୍ଦିକରି ବାବୁଜିଆ କଲାମିସା, ସେ ମିଲାଇ ନାପାର୍ଲା କି କରିରଇବା କାମ୍ ମିସା ବାଦ୍ଲେ ନାଇ ।18ଇସ୍ରାଏଲର୍ ଲକ୍ମନ୍ ପର୍ମେସରର୍ ଲଗେ ଆଇଲାପାରା ତମେ ଆସାସ୍ ନାଇ । ସେମନ୍ ଜନ୍ଟା ଦେକ୍ଲାଇ, ସେଟା ଜାନିପାର୍ଲାଇ । ସିନୟ ପର୍ବତେ ରଇବା ଜଇ ଦେକ୍ଲାଇ । ବେସି ଆନ୍ଦାର୍ ଅଇଲାଟା ଆରି ଜବର୍ ପବନ୍ ଆଇଲାଟା ତେଇ ରଇକରି ଜାନିପାର୍ଲାଇ ।19ମଇରି ପୁକ୍ବାଟା ଆରି ସବଦ୍ ଅଇବାଟା ସୁନ୍ଲାଇ । ସେ ସବଦ୍ ସୁନ୍ଲାକେ ଲକ୍ମନ୍ ଆରି ନ ସୁନୁ ବଲି ବାବୁଜିଆ କଲାଇ ।20କାଇକେବଇଲେ ତେଇ ଦେଇରଇବା ଆଦେସ୍କେ ସେମନ୍ ବେସି ଡର୍ଲାଇ । “ଗଟେକ୍ ପସୁ ମିସା ସେ ପର୍ବତେ ପାଦ୍ ମାଣ୍ଡ୍ଲେ ତାକେ ପାକ୍ନା ସଙ୍ଗ୍ ମାରି ମରାଇବାର୍ ଆଚେ ।” ବଲି ଆଦେସ୍ ରଇଲା ।21ଜନ୍ଟା ଦେକିଅଇଲା ଆରି ସୁନି ଅଇଲା, ସେଟା ବେସି ଡର୍ ଲାଗ୍ବାଟା ରଇଲା । ଜେନ୍ତାରି କି ମସା ମିସା କଇଲା, “ସତଇସେ ମୁଇମିସା ତର୍ତରି କରି ଡର୍ଲିନି ।”22ମାତର୍ ଏବେ ଆମେ ସିଅନ୍ ପର୍ବତେ ଆସିଆଚୁ । ସେଟା ଅଇଲାନି ସର୍ଗେ ରଇବା ଜିରୁସାଲେମ୍ । ଜିବନ୍ ରଇବା ପର୍ମେସରର୍ ନଅରେ ଆଇଲୁ ଆଚୁ । ଜନ୍ଟାନେ କି ଅଜାର୍ ଅଜାର୍ ଦୁତ୍ମନ୍ ଆଚତ୍ ।23ପର୍ମେସରର୍ ପଣୁଆ ପିଲାମନ୍ ସାର୍ଦାସଙ୍ଗ୍ ରୁଣ୍ଡିରଇବା ଜାଗାଇ ଆମେ ଆଇଲୁଆଚୁ । ତାକର୍ ନାଉଁମନ୍ ସର୍ଗେ ଲେକାଅଇଲା ଆଚେ । ଆମେ ପର୍ମେସରର୍ ଲଗେ ଆଇଲୁ ଆଚୁ । ସେ ସବୁକେ ବିଚାର୍ କର୍ସି । ସେ ସିଦ୍ କରିରଇବା ଦରମ୍ଲକର୍ ଆତ୍ମାମନର୍ଟାନେ ଆଇଲୁ ଆଚୁ ।24ଆରି ନୁଆ ରାଜିନାମା ତିଆର୍ କରିରଇବା ଜିସୁକିରିସ୍ଟର୍ ଲଗେ ଆଇଲୁଆଚୁ । ସେ ତାର୍ ବନି ଜରାଇରଇଲା । ସେଟା ଏବଲର୍ ବନିତେଇଅନି ନିକ ଆଚେ ।25ଜନ୍ଟା ତମ୍କେ ପର୍ମେସର୍ କଇଲାନି, ନ ସୁନ୍ଲା ଲକର୍ପାରା ଉଆ ନାଇ । କାଇକେବଇଲେ ପର୍ମେସରର୍ କାତା ନ ମାନ୍ଲାକେ ଆମର୍ ଆନିଦାଦିମନ୍ ସିନୟ ପର୍ବତେ ଡଣ୍ଡ୍ ପାଇରଇଲାଇ । ଜନ୍ ଲକ୍ ଆମ୍କେ ସର୍ଗେଅନି କଇଲାନି, ସେ କାତା ଆମେ ନ ସୁନିକରି ଏଲାକଲେ, କେତେକ୍ ଅଦିକ୍ ଡଣ୍ଡ୍ ପାଇବୁ ?26କାଇକେବଇଲେ, ସିନୟ ପର୍ବତେ ପର୍ମେସର୍ କାତା ଅଇଲାବେଲେ, ଦର୍ତନି ଚୁଲ୍ବୁଲିଗାଲା । ମାତର୍ ସେ ଏବେ କାତା ଦେଇ କଇଲା ଆଚେ, “ମୁଇ ଆରିତରେକ୍ ଦର୍ତନିକେ ଚୁଲ୍ବୁଲାଇବି । ଅବ୍କା ଦର୍ତନିସେ ନଏଁ, ଆକାସେ ରଇବା ସବୁଜାକକେ ମିସା କର୍ବି ।”27ଜେଡେବେଲେ ସେ ଆରିତରେକ୍ ବଲି କଇରଇଲା, ତାର୍ ଅରତ୍ ଅଇଲାନି ତିଆର୍ କରିରଇବା ସବୁଜାକ ଚୁଲ୍ବୁଲାଇ କରି ସବୁଜାକ ଦାରିଜାଇସି । ଜେନ୍ତାରି କି ନ ଚୁଲ୍ବୁଲ୍ବାଟାସେ ରଇସି ।28ସେଟାର୍ପାଇ ଆମେ ପର୍ମେସର୍କେ ଦନିଅବାଦ୍ ଦେଉଁ । କାଇକେବଇଲେ ସେ ଆମ୍କେ ସାସନ୍ କଲାନି । ଆରି ତାର୍ ରାଇଜ୍ ନ ଚୁଲ୍ବୁଲେ । ତାକେ ସାର୍ଦା କରାଇବାକେ ଡରିକରି ସନ୍ମାନ୍ ସଙ୍ଗ୍ ଉପାସନା କରୁ ।29କାଇକେବଇଲେ ଆମର୍ ପର୍ମେସର୍ ସବୁକେ ପଡାଇକରି କୁରୁପ୍ନାସ୍ କର୍ବା ଜଇପାରା ଆଚେ ।