1ଜିହୁଦିୟ ନିୟମ୍ ସତ୍ ବିସୟଦି ଉଣ୍ତ୍ରି ପୁରା ମାରି ଟିକ୍ଆୟାନାନି ମୁର୍ତି ଆଏତ୍, ଇକା ୱାଜିନିଦିନ୍ତି ନେଗି ବିସୟଦି ଉଣ୍ତ୍ରି ନେସ୍ନିନାନି ମାଟା ମାତ୍ର । ୱିଜୁୱାଲେ ବାର୍ସେକ୍ତିଙ୍ଗ୍ ବାର୍ସେକ୍ ଆୟା ଉନ୍ଣ୍ତ୍ରି ରକମ୍ତି ପୁଜା କିଆୟ୍ଆଜିନାତ୍ । ଏମେକାର୍ ମାପୁରୁଦି ଲାକୁତୁ ୱାନାର୍, ନିୟମ୍ଦି ଆୟାୱିଜୁ ବଲିଦାନ୍ତାନ୍ ୱାର୍ ଇନିକା ନେଗିକା ଆଦେଙ୍ଗ୍ ଆଟ୍ସିନାର୍ ?2ଇୟାୱାଜାନେ ମାପୁରୁଦି ଉପାସ୍କିନିକାର୍ ଜଦି ସତ୍ତାନ୍ ପାପ୍ଦାନ୍ ନେଗେନ୍ ଆଦେଙ୍ଗ୍ ଆଟ୍ତାର୍ମାନ୍ଦି, ଆର୍ତିଙ୍ଗ୍ ୱାର୍ ମାରି ନିଜେଦି ବୁଦିଦିଙ୍ଗ୍ ପାପି ଇଜି ଅଡ଼୍ବିଏତାର ମାନ୍ଦି ମାରି ୱିଜୁ ପୁଜାସିନିକା ୱିଜିତାତ୍ମାନ୍ଦି ।3ମାତର, ଆୟାୱାଜା ଆଏଜି ବାର୍ସେକ୍ତିଙ୍ଗ୍ ବାର୍ସେକ୍ ପୁଜାସିନି ମାଡ଼ାନ୍ ଲୋକୁଦିଙ୍ଗ୍ କେବଲ ୱାନି ପାପ୍ ବିସୟ୍ ଏତ୍ କିବିସ୍ କିଆୟ୍ଆଜିନାତ୍ ।4ଇରିଙ୍ଗ୍ ଡ଼ାନ୍ ନି ଗରିଏଙ୍ଗାଁ ନେତେର୍ ଏସାଙ୍ଗ୍ବା ପାପ୍ କେମା କିଦେଙ୍ଗ୍ ଆଟ୍ଏତ୍ ।5ଆୟା ଉଣ୍ତିଙ୍ଗ୍ କ୍ରିସ୍ତ ଦୁନିଆଦୁ ୱାନି ପୁର୍ବେଦାନ୍ ମାପୁରୁଙ୍ଗୁ ଇର୍ହାମାର୍ହାନ୍,“ପୁଜା ନି ଦାନ୍ତୁ ନିନୁ ୱେଡ଼ିକା ସିଲେ,ମାତର ନିନୁ ନା ଉଣ୍ତିଙ୍ଗ୍ ଉନ୍ଡ୍ରି ମେନ୍ଧଲ୍ ତିଆର୍ କିତିମାନି ।6ପାପ୍କେମା ଉଣ୍ତିଙ୍ଗ୍ ନିନୁ ବେଦି ମୁସୁକୁ ହୋମବଲିଦୁସିଲେତିଙ୍ଗ୍ ପସୁବଲିଦୁ ୱେଡ଼ିକା ଆଇଦେର୍ ।7ଆଦେଙ୍ଗ୍ ନାନୁ ଇର୍ହା, ଏ ମାପୁରୁ ନାବିସୟ୍ତାନ୍ ନିୟମ ବଇଦୁ ଏଣ୍ତେସ୍ ରାସାତା ମାନାତ୍,ନାନୁ ଆୟା ରକମ୍ତାନ୍ ନି ବଦା ପୁରା କିଦେଙ୍ଗ୍ ତିଆର୍ ମାନା ।”8ପାର୍ତୁମ୍ ୱାନ୍ ଇର୍ହାମାର୍ହାନ୍, “ନିନୁ ଲୋକା ପାପ୍ କେମା ଉଣ୍ତିଙ୍ଗ୍ ପୁଜା ନି ଦାନ୍ସିନିକା ସିଲେତିଙ୍ଗ୍ ବେଦି ମୁସୁକୁ ହୋମବଲି ବଦା କିଇ; ଆୟାୱିଜୁ ମିଙ୍ଗିଁ ୱେଡ଼ିକା କିଦେଙ୍ଗ୍ ଆଟ୍ଏତ୍ ।” ଇୟାୱିଜୁ ବଲିଦାନ୍ ନିୟମ୍ ଇସାବ୍ତାନ୍ କିଆୟ୍ଆଜିମାରିଙ୍ଗ୍ ବା ୱାନ୍ ଇୟାୱାଜା ଇର୍ହାମାର୍ହାନ୍ ।9ୱେନେକା ୱାନ୍ ଇର୍ହାମାର୍ହାନ୍, “ଏ ମାପୁରୁ, ନାନୁ ନି ଇଛା ପୁରା କିଦେଙ୍ଗ୍ ତିଆର୍ ମାନା ।” ମାରି ମାପୁରୁ ଇୟାୱିଜୁ ପାଡ଼ିଇ ନିୟମ୍ ଡ଼ିସ୍ସି ତାନି ବାଦ୍ଲୁ କ୍ରିସ୍ତଦି ପୁନି ବଲିଦାନ୍ ଆସ୍ତି ।10ଜିସୁ କ୍ରିସ୍ତ ଉନ୍ଡ୍ରେଦେବା ମାତ୍ର ମାରି ୱିଜୁଦିନ୍ତି ଉଣ୍ତିଙ୍ଗ୍ ନିଜେଦି ମେନ୍ଦଲ୍ତିଙ୍ଗ୍ ସିଜି ମାପୁରୁଦି ଇଛା ପୁରା କିତିମାନିଙ୍ଗ୍, ୱାନି ଆୟା ନିଜେଦିଙ୍ଗ୍ସିତି ଉଣ୍ତିଙ୍ଗ୍ ମାଡୁ ୱିଜୁ ଲୋକୁ ପାପ୍ଦାନ୍ ନେଗେନ୍ ଆତିମାନିକା ।11ଜିହୁଦି ଜାଜକର୍ ୱିଜୁଦିନ୍ ନିଜେଦି ପାଣି ପୁରାକିଜି ଆୟା ଉଣ୍ତ୍ରି ରକମ୍ତି ସେବା ଅର୍ସୁଦିଙ୍ଗ୍ଅର୍ସୁ କିଜିମାନାର୍, ମାତର୍ ଇୟାୱିଜୁ ବଲିଦାନ୍ ମାଡ଼ାନ୍ ଏସାଙ୍ଗ୍ବା ପାପ୍ କେମା ଆଦେଙ୍ଗ୍ ଆଟ୍ଏତ୍ ।12ମାତର୍ କ୍ରିସ୍ତ ପାପ୍ତି ନିଜେଦିଙ୍ଗ୍ସିତି ୱାଜା ୱିଜୁଦିନ୍ତି ଉଣ୍ତିଙ୍ଗ୍ ଉନ୍ଡ୍ରି ମାତ୍ର ବଲି ସିତାମାନାନ୍ । ତାନିୱେନେକା ୱାନ୍ ସଲସି ମାପୁରୁଦି ଉଣିକିୟୁ ତରିନ୍ ବାସ୍ତା ମାନାନ୍ ।13ମାପୁରୁ ୱାନି ସାତ୍ରୁରିଙ୍ଗ୍ କାଲ୍କା ଆଡିଗି କିଇସାନ୍ଦି ୱାନ୍ ଆବେନ୍ କାପ୍କିଜିନାନ୍ ।14ଏମେକାର୍ ପାପ୍ଦାନ୍ ନରାଜି ସୁଚି ଆତାମାନା, ଆୟା ଉନ୍ଡ୍ରେମାତ୍ର ବଲିଦି ମାଡ଼ାନ୍ ୱାରିଙ୍ଗ୍ ୱାନ୍ ୱିଜୁଦିନ୍ତି ଉଣ୍ତିଙ୍ଗ୍ ପୁରା କିତାମାନାନ୍ ।15ପବିତ୍ରଆତ୍ମା ବା ୱାନି ସାକ୍ୟ ସିଜି ଇର୍ହାମାନାତ୍ :16“ପ୍ରବୁ ଇଜିନାନ୍, ବବିସତ୍ଦୁ ନାନୁ ୱାରି ୱାଲେ ଇୟା ପୁନି ନିୟମ୍ କିନା ।ନାନୁ ନା ନିୟମ୍ ୱାରି ଜିବନ୍ତୁ ଇଡିନାମାରି ୱାରି ମନ୍ତୁ ରାସ୍ନା ।”17ମାରି ବା ୱାନ୍ ଇଜିନାନ୍, “ନାନୁ ମାରି ୱାରି ପାପ୍ ନି ତାଗ୍ଇ ପାଣି ଏତ୍ କିଏନି ।”18ଆଦେଙ୍ଗ୍ ୱାର୍ ଜଦି କେମା ପୋଇତା ମାନାର୍, ଆର୍ତିଙ୍ଗ୍ ପାପ୍ କେମା ଉଣ୍ତିଙ୍ଗ୍ ମାରି ବଲିଦାନ୍ଦି ଦର୍କାର୍ ସିଲେତ୍ ।
ମାପୁରୁଦି ଲାକ୍ତୁ ଆନାଟ୍
19ମାରି ଏ ତଡ଼ାନ୍କୁ ନି ତାଙ୍ଗିଁକ୍, ଜିସୁଦି ସାତି ମାଡ଼ାନ୍ ମାଡୁ ମହାପବିତ୍ର ବାଡିଦୁ ସୋନି ଉଣ୍ତିଙ୍ଗ୍ ପୁରା ଅଦିକାର୍ ପୋଇତିମାନିକା ।20ୱାନ୍ ୱାନି ମେନ୍ଦଲ୍ତିୱାଜା ପାର୍ଦା ନାଣିମିରାନ୍ ମା ଉଣ୍ତିଙ୍ଗ୍ ଉଣ୍ତ୍ରି ପୁନି ଜିବନ୍ତି ସାରି ତର୍ତାମାନାନ୍ ।21ମାପୁରୁଦି ଇଲୁ ଇଲେଇ ମା ପେରିଜାଜକଦି ଅଦିକାର୍ତୁ ମାନାତ୍ ।22ମାରି ରାଦୁ, ମାଡୁ ନେଗି ମୋନ୍ତାନ୍ ମାରି ଆଟୁୱା ବିସ୍ବାସ୍ତି ୱାଲେ ମାପୁରୁଦି ଲାକୁତୁ ସୋନାଟ୍; ଇରିଙ୍ଗ୍ ମାଡୁ ଇଲେଇ ତାଗ୍ଇ ବୁଦିଦାନ୍ କ୍ରିସ୍ତଦି ନେତେର୍ତାନ୍ ନେଗେନ୍ ଆତିମାନିକା ମାରି ମା ମେନ୍ଦଲ୍ ନେଗି ଏରୁଦାନ୍ ଇବାତି ମାନିକା ।23ଏମେ ଆସା ମାଦି ମାନାତ୍ ଇଜି ମାନାତିମାନିକା, ଆବେନ୍ ମାଡୁ ଡାଟ୍ ମାନିକା ମାନାତ୍, ଇରିଙ୍ଗ୍ ମାଡୁ ମାପୁରୁଦି ସିତିମାନିମାଟା ମୁସୁକୁ ଆସା ଇଟ୍ତିମାନିକା ।24ରାଦୁ, ମାଡୁ ଆଇୱାରି ଉଣ୍ତିଙ୍ଗ୍ ମୋନ୍ଦିୟାନ୍ ଆଜି ୱାରି ସୁବିଦା କିନାଟ୍; ଇୟାୱାଜା ଇସାବ୍ତାନ୍ ଜିବନ୍ନୋନିକା ସିଜି ସତ୍ପାଣି କିନାଟ୍ ।25ମାରି ଏନ୍ ଏନ୍ ଏଣ୍ତେସ୍ ପାର୍ତନାଦୁ ସୋନ୍ଡ୍ରେଙ୍ଗ୍ ଏଲା କିନାର୍, ମାଡୁ ଆୟାୱାଜା କିଏଟ୍ । ମାରି ପ୍ରବୁଦି ଦିନ୍ ଲାକୁତୁ ଆଜି ୱାଜିନାତ୍ ନେସ୍ସି ନିଜେନିଜେଦିଙ୍ଗ୍ ନାଣ୍ତ ୱେଡ଼ିକା କିନିକା ମାନାତ୍ ।26ମା ଲାକୁତୁ ସତ୍ ନେସ୍ତି ୱେନେକା ମାଡୁ ଜଦି ନେସ୍ସି ନେସ୍ସି ପାପ୍ତୁ ମାନିକା, ଆର୍ତିଙ୍ଗ୍ ମାରି ଇନି ବଲିଦାନ୍ ମାଙ୍ଗିଁ ପାପ୍ତାନ୍ ମୁକୁଡ଼ା କିଦେଙ୍ଗ୍ ଆଟ୍ଏତ୍ ।27ଆର୍ତିଙ୍ଗ୍, ମାଡୁ ୱାଜିମାନି ପେରି ବିଚାର୍ତୁ ସାମାନ୍ ଆଜି ମାପୁରୁଦି ବିରୁଦ୍କିନିୱାରି ଉଣ୍ତିଙ୍ଗ୍ ନାଣ୍ତକାସ୍ସିମାନି ସିସୁଦୁ ଦଂସ୍ ପୋଇନି ଇସାପ୍ତି ତିଲାନି ବାଦ୍ଲୁ ମା ଆଇ ଇନି ଉପାୟ ସିଲେତ୍ ।28ଏନ୍ ଜଦି ମୋସାଦି ନିୟମ୍ ଅମାନ୍ୟ କିନାନ୍ ମାରି ଅରେନ୍ ସିଲେତିଙ୍ଗ୍ ନାଣ୍ତଲୋକା ସାକିରି ସାକ୍ୟଦି ମାଡ଼ାନ୍ ୱାନ୍ ଦୋସି ଆନାନ୍, ଆର୍ତିଙ୍ଗ୍ ୱାନିଙ୍ଗ୍ ଦୟା କିଏଣ୍ଗା ସାନି ଦଣ୍ତ ସିନାର୍ ।29ଆର୍ତିଙ୍ଗ୍, ଏନ୍ ମାପୁରୁଦି ମାରିନ୍ତିଙ୍ଗ୍ ଅମାନ୍ୟ କିନାନ୍, ମାପୁରୁଦି ପୁନି ନିୟମ୍ତି ନେତେର୍ତି ମାଡ଼ାନ୍ ପାପ୍ କେମାଦି ସୁଜୋଗ୍ ପୋଇତିମାରିଙ୍ଗ୍ ବା ୱାନିଙ୍ଗ୍ କାଡ଼ିଜିନାନ୍ ମାରି ଅନୁଗ୍ରହଦି ପବିତ୍ରଆତ୍ମାଦିଙ୍ଗ୍ ଅପମାନ୍ କିନାନ୍, ୱାନି ଦସ୍ ଇନିକା ଆଏତ୍ ? ଅଡ଼୍ବିଜ ସୁଡ଼ୁଦୁ, ୱାନ୍ ଏସୋ ନାଣ୍ତ ଦଣ୍ତପୋଇନାନ୍ ।30“ନାନୁ ପ୍ରତିସଦ୍ ଅନା, ନାନୁ ଦଣ୍ତସିନିକିନ୍ଦା ।” ଇୟା ମାଟା ଜେ ଇର୍ହାମାନାନ୍, ୱାନିଙ୍ଗ୍ ମାପ୍ ନେସ୍ନାପ୍ । ୱାନ୍ ମାରିବା ଇର୍ହାମାନାନ୍, “ପ୍ରବୁ ୱାନି ଲୋକାଙ୍ଗ୍ ବିଚାର୍କିନାନ୍ ।”31ଜିବନ୍ମାନି ମାପୁରୁଦି ବିସାର୍ତି ଆଗ୍ଡ଼ିନିନିକା ଏସୋ ତିଲାନିକା ।32ମି ଆଗ୍ଡ଼ିରି ମାଟା ଅଡ଼୍ବିଦୁ । ମାପୁରୁଦି ଜାୟ୍ ମିଙ୍ଗିଁ ନାଣ୍ତଜାୟ୍ କିତି ୱେନେକା ମିର୍ ଆଇ ଆଇ ଦୁଃକ୍ କାସ୍ଟୁ ପୋଇତିଦେର୍, ମାତର୍ ଆରାଏତି ମାର୍ଇଦେର୍ ।33ଏସାଙ୍ଗ୍ ଏସାଙ୍ଗ୍ ମିର୍ ୱିଜୁଲୋକାମାନୁ ନିଦା ମାରି ମାଡ୍ତିନ୍ଞ୍ଜି ମାର୍ହିଦେର୍ । ମାରି ଏସାଙ୍ଗ୍ ଏସାଙ୍ଗ୍ ମିର୍ ଆଇୱାରି ଦୁଃକ୍ କାସ୍ଟୁଦୁ ଦୋସ୍ଆଦେଙ୍ଗ୍ ତିଆର୍ ମାର୍ହିଦେର୍ ।34ମିର୍ ଜଇଲ୍ତୁମାନି ଲୋକା ଦୁଃକ୍ କାକୁର୍ତିଦି ସାକା କିଜିମାର୍ଇଦେର୍ ମାରି ଏସ୍ତିୱାଲେ ମି ୱିଜୁ ଡଆଁ ଆତାତ୍, ନାସ୍ତିୱାଲେ ମିର୍ ୱେଡ଼ିକାଦାନ୍ ୱିଜୁ କାସ୍ଟୁ ସାସ୍ କିତିଦେର୍, ଇରିଙ୍ଗ୍ ମିଦି ଜେ ପେରିକା ୱିଜୁଦିନ୍ତି ଦନ୍ସମ୍ପତି ମାନାତ୍, ଆକା ମିର୍ ନେସ୍ତିମାରିଇଦେର୍ ।35ଆଦେଙ୍ଗ୍ ସାହାସ୍ ଆରାକିମାଟ୍, ଇରିଙ୍ଗ୍ ସତ୍ ସାହାସ୍ତି ପେରି ପୁରସ୍କାର୍ ମାନାତ୍ ।36ମାପୁରୁଦି ବଦା ପୁରା କିଜି, ଏମେକା ୱାନ୍ ସିନାନ୍ ଇଜି ପାର୍ମାଣ୍ କିତାମାନାନ୍, ଆକା ପୋଇନି ଆସାଦିଙ୍ଗ୍ ସାସ୍ ଆସ୍ସି ମାଡ୍ରୁରୁ ।37ଦାର୍ମୁସାସ୍ତ୍ରଦୁ ରାସାତାମାନାତ୍ :“ମାରି ଅଡ଼ପ୍ ସାଣେକ୍ କାପ୍କିଦୁ,ଏମେୱାନି ୱାନିକା ମାନାତ୍, ୱାନ୍ ୱାନାନ୍,ୱେଡ଼ା କିଏନ୍,38ନା ଦାର୍ମୁଦି ଲୋକୁ ବିସ୍ବାସ୍ତାନ୍ ଆଟୁୱା ତେବାଜି ଜିନାର୍,ମାତର୍ ଏନ୍ ଜଦି ୱେନ୍କା ଗୁସାନାନ୍,ୱାନି ଉଣ୍ତିଙ୍ଗ୍ ନାନୁ ୱେଡ଼ିକା ଆଦେଙ୍ଗ୍ଁ ଆଟ୍ଏ ।”39ୱେନ୍କା ସଲସି ନାସ୍ଟୁ ଆନି ଲୋକୁ ମାପୁ ଆଏପ୍ । ମାପୁ ଆଟୁୱା ବିସ୍ବାସ୍ ମାରି ପରିତ୍ରାଣ୍ ପୋଇତାମାନାପ୍ ।