ଆ ଡାଙ୍ଗଡ଼ାଅନନ୍ ଅମ୍ମେଲେ ଇସ୍ୱରନ୍ ଆ ବର୍ନେ
1ଆମ୍ମୁଙ୍, ଇସ୍ୱରନ୍ ଆନ୍ନା ଆନ୍ନା ଆ ବନେଡ଼ାଇଂ ଆରି ତରଙ୍ଆନ୍ନାଡାଗୋ ଅମ୍ମେଲେ ପୁର୍ବାଃତେ ବର୍ନେମରଞ୍ଜି ଆ ତଅଡ୍ଗଡ୍ ପୁର୍ବା ଜୋଜୋଲେଞ୍ଜି ବୟନ୍ କଡାଡ଼ିଲନ୍ ।2ବନ୍ଡ କେନ୍ ଆନଞିଡ୍ ଡିନ୍ନା ଇଙନ୍ ଆନିନ୍ ଆ ଡାଙ୍ଗଡ଼ାଅନନ୍ ଅମ୍ମେଲେ ଇନ୍ଲେନ୍ ବୟନ୍ କଡାଡ଼ିଲନ୍; ଇସ୍ୱରନ୍ ଆନିନ୍ଆଡଙ୍ ସନୋଡ଼ାଗଡନ୍ ତିୟେନ୍ ଆରି ଆନିନ୍ ବାତ୍ତେ ଅଡ଼୍କୋ ପୁର୍ତିନ୍ ଗବ୍ଡେଲେନ୍ ।3ଡାଙ୍ଗଡ଼ାଅନନ୍ ଆମଙ୍ ଇସ୍ୱରନ୍ ଆ ଗନୁଗୁ ପନେମେଙ୍ ଆ ସନାଆର୍ ଆରି ଇସ୍ୱରନ୍ ଆ ଞନଣ୍ଡ୍ରମ୍ ଆ ଗୁନ ଅନ୍ତମ୍, ଆନିନ୍ ଆ ବୋର୍ସା ବର୍ନେନ୍ ବାତ୍ତେ ଅଡ଼୍କୋନ୍ ପୁର୍ତିନ୍ ଞମେନ୍ । ଆରି ଇର୍ସେନ୍ କେମାଡାଲେ ତୋଣ୍ଡୋ ରୁଆଙନ୍ ଇସ୍ୱରନ୍ ଆର୍ଜଡ଼ୋମ୍ଗଡ୍ ତଙ୍କୁମେନ୍ ।ଇସ୍ୱରନ୍ ଆ ଡାଙ୍ଗଡ଼ାଅନ୍ ଅଡ଼୍କୋନ୍ ସିଲଡ୍ ସୋଡ଼ା
4ଆନିନ୍ ଏଙ୍ଗାଲେ ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ସିଲଡ୍ ସୋଡ଼ା, ଆଞୁମନ୍ ନିୟ୍ ଏତ୍ତେଲେମା ଆଞୁମଞ୍ଜି ସିଲଡ୍ ସୋଡ଼ା ।5ଇନିଆସନ୍ଗାମେଣ୍ଡେନ୍ ଆଙ୍ଗିୟ୍ଜା ଇସ୍ୱରନ୍ ଅନ୍ନିଙ୍ ଆ ପାଙ୍ଲଙ୍ବର୍ମରନ୍ଆଡଙ୍ ଏନ୍ନେଲେ ଅଃବ୍ବର୍ରଜି;“ଆମନ୍ ଡାଙ୍ଗଡ଼ାଅନ୍ଞେନ୍;ଲଙେ ସିଲଡ୍ ଞେନ୍ ଆପେୟ୍ନମ୍ ଡେଲିଁୟ୍ ।”ଅଡ଼େ ଇସ୍ୱରନ୍ ଅନ୍ନିଙ୍ ଆ ପାଙ୍ଲଙ୍ବର୍ମର୍ ଆ ବର୍ନେ ଏନ୍ନେଲେ ଅଃବ୍ବର୍ରନେ,“ଞେନ୍ ଆପେୟନ୍,ଆରି ଆନିନ୍ ଡାଙ୍ଗଡ଼ାଅନ୍ଞେନ୍ ।”6ବନ୍ଡ ଇସ୍ୱରନ୍ ଆମ୍ମୁଙ୍ ଆ ଡାଙ୍ଗଡ଼ାଅନନ୍ଆଡଙ୍ କେନ୍ ପୁର୍ତିନ୍ ଆରାପ୍ପାୟ୍ଲାଞନ୍ ଆଡିଡ୍ କେନ୍ ଆ ବର୍ନେ ବର୍ରନେ,“ଇସ୍ୱରନ୍ ଆ ପାଙ୍ଲଙ୍ବର୍ମରଞ୍ଜି ଆନିନ୍ଆଡଙ୍ ସେଙ୍କେତଜି ।”7ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆ ବର୍ନେ ଇସ୍ୱରନ୍ କେନ୍ ଆ ବର୍ନେ ବର୍ରନେ;“ଇସ୍ୱରନ୍ ଆ ପାଙ୍ଲଙ୍ବର୍ମର୍ଜି ରିଙ୍ଗେନ୍ ଅନ୍ତମ୍ଆରି ଇସ୍ୱରନ୍ ଆ କାବ୍ବାଡ଼ାମରଞ୍ଜିଆଡଙ୍ ଆଉଲ୍ଲାଙ୍ତୋଡନ୍ ଅନ୍ତମ୍ ଏମ୍ମେଏଞ୍ଜି ।”8ଆ ଡାଙ୍ଗଡ଼ାଅନନ୍ ଆ ବର୍ନେ ଆନିନ୍ ବର୍ରନେ,“ଏ ଇସ୍ୱର, ରାଜ୍ୟନମ୍ ଆଏଡ଼ର୍ ଡକୋତନ୍,ଆମନ୍ ଆଜାଡ଼ି ପନ୍ସୁଆତିନ୍ ବାତ୍ତେ ମନ୍ରାଞ୍ଜିଆଡଙ୍ ସାସନତଜି ।9ଆମନ୍ ଡରମ୍ମମରନ୍ଆଡଙ୍ ଡୁଙ୍ୟମ୍ତେ ଆରି ଏର୍ଡରମ୍ମମରନ୍ଆଡଙ୍ ଏଡ଼ୁର୍ମଡ୍ତେ ।ତିଆସନ୍ ଇସ୍ୱରନମ୍ ଆମନ୍ଆଡଙ୍ ସେଡାଲମ୍,ଆରି ଗଡ଼ିନମ୍ଜି ସିଲଡ୍ଆମନ୍ଆଡଙ୍ ଗୋଗୋୟ୍ ମାନ୍ନେଲେ ଅବ୍ସର୍ଡାଲମ୍ ।”10ଆନିନ୍ ନିୟ୍ ଆରି ବର୍ରନେ“ଏ ପ୍ରବୁ, ଆମ୍ମୁଙ୍ ଆମନ୍ ପୁର୍ତିନ୍ ଗବ୍ଡେଲେନ୍,ଆରି ଆମନ୍ ଅସିନମ୍ ବାତ୍ତେ ରୁଆଙନ୍ ଗବ୍ଡେଲେନ୍ ।11ତି ଅଡ଼୍କୋନ୍ ବଡିନ୍ନା ସତନେ, ବନ୍ଡ ଆମନ୍ ଆଏଡ଼ର୍ ଡକୋତନ୍;ଆନିଞ୍ଜି ପାପୁର୍କାବନ୍ ଅନ୍ତମ୍ ଗୁରୁଡ୍ଡେତଜି ।12ସିନ୍ରିନ୍ ଆର୍ରବ୍ରବ୍ତେନ୍ ଅନ୍ତମ୍ ଆମନ୍ ତି ଅଡ଼୍କୋନ୍ ରବ୍ରବ୍ଲେ ଡକ୍କୋତେ ଆରି ସିନ୍ରିନ୍ ଆବ୍ରାର୍ତବନ୍ ଅନ୍ତମ୍ ବାର୍ତନେ । ବନ୍ଡ ଆମନ୍ ଆମ୍ମୁଙ୍ମା ସିଲଡ୍ ଆଏଡେତ୍ତେନ୍ ଡକୋ ଆରି ଅଃନ୍ନଞିଡମ୍ ।”13ଇସ୍ୱରନ୍ ଆ ପାଙ୍ଲଙ୍ବର୍ମରଞ୍ଜିଆଡଙ୍ ଆଙ୍ଗିୟ୍ ଏନ୍ନେଲେ ଅଃବ୍ବର୍ରଜି;“ବନେରାମର୍ବେଞ୍ଜିଆଡଙ୍ ଞେନ୍ତାଲ୍ଜଙ୍ବାବେନ୍ ଅଣ୍ଡ୍ରଙ୍ ଡକ୍କୋଆଞନ୍ ଜାୟ୍ଅର୍ଜଡ଼ୋମ୍ଗଡ୍ଞେନ୍ ତଙ୍କୁମ୍ଲେ ଡକୋନାବା ।”14ଏତ୍ତେଲ୍ଡେନ୍, ରୁଆଙ୍ ପାଙ୍ଲଙ୍ବର୍ମରଞ୍ଜି ଆନା ? ଆନିଞ୍ଜି ଇସ୍ୱରନ୍ ଆ କାବ୍ବାଡ଼ାମର୍ଜି ଆରି ଅନୁରନ୍ ଆଞ୍ରାଙେଞ୍ଜି ଆ ମନ୍ରାଜି ଆ ସନାକ୍କେ ଆସନ୍ ଇସ୍ୱରନ୍ ଆରାପ୍ପାୟ୍ଲାଞଞ୍ଜି ଆ ପୁରାଡ଼ାଜି ତଡ୍ ପଙ୍ ?