ମିସିବିଡିକରି ବଜ୍ ବୁଆ
1ଏ ବାଇବଇନିମନ୍ ଜଦି ତମର୍ ବିତ୍ରେ କେ କାରାପ୍ କାମ୍ କଲା ବେଲେ ଦାରାପଡ୍ଲେ, ତମର୍ଟାନେ ଜେ ସୁକଲ୍ ଆତ୍ମାଇଅନି ଚାଲ୍ନା ପାଇଲାନି, ସେ ତାକେ ଟିକ୍ ବାଟେ ଆନ୍ବାର୍ ଆଚେ । ମାତର୍ ସେ ଏ କାମ୍ ସାର୍ଦା ଆରି ସଲଦ୍ସଙ୍ଗ୍ କର୍ବାର୍ ଆଚେ । ଆରି ଜାଗ୍ରତ୍, ଜେନ୍ତିକି ସେ ନିଜେ ସେନ୍ତାର୍ କାମ୍ କର୍ବାକେ ମନ୍ କର୍ବାର୍ ନାଇ ।2ତମର୍ ତମର୍ ବିତ୍ରେ, ଜିବନେ ଆଇବା ବଜ୍ ବିସଇ ବଇବାକେ ସାଇଜ କରାକରି ଉଆ । ଏନ୍ତାରି କଲେ ତମେ କିରିସ୍ଟର୍ ଆଦେସ୍ ମାନ୍ସା ।3ଜେ ନିଜର୍ ବିସଇନେଇ ବଡ୍ ବଲି ବାବ୍ସି, ସତଇସେ ଦେକ୍ଲେ ସେ ବଡ୍ ନଏ । ସେ ନିଜେ ନାଡାଇ ଅଇଲାନି ।4ସବୁ ଲକ୍ ନିଜର୍ ନିଜର୍ ଚଲାଚଲ୍ତି ବିଚାର୍ କରି ଦେକ୍ବାର୍ ଆଚେ । ଜଦି ସେଟା ନିକ ଅଇରଇସି, ତେବେ ସେ ନିଜେ ସାର୍ଦା ଅ । ଆରି ବିନ୍ ଲକର୍ କାମ୍ସଙ୍ଗ୍ ନିଜେ କଲାଟା ସମାନ୍ ନ କର ।5କାଇକେ ବଇଲେ ସବୁ ଲକ୍ ନିଜର୍ ନିଜର୍ ଜିବନେ ଆଇବା ବଜ୍ ବଇବାକେ ପଡ୍ସି ।6ଜନ୍ ଲକ୍ମନ୍ ବାକିଅଟାନେ ସିକିଆ ପାଇଲାଇନି, ସେମନର୍ଟାନେ ଜନ୍ଟା ଆଚେ, ସେଟା ତାକର୍ ସିକାଉମନର୍ ସଙ୍ଗ୍ ବାଟା କର୍ବାର୍ ଆଚେ ।7ପରମେସର୍ ନାଡାଇ ନ ଅଏ, ନିଜେ ନାଡାଇ ଉଆ ନାଇ । ଜେ ଜନ୍ଟା ବୁନିରଇସି, ସେ ସମାନ୍ଟା ଆକା କାଟ୍ସି ।8ଜେ ନିଜର୍ ଗାଗଡର୍ ଗୁନ୍ଚଲନ୍ ଇସାବେ ବୁନ୍ସି, ସେ ଗାଗ୍ଡେଅନି ବାରଇବା ମରନର୍ କେତ୍ କାଟ୍ସି । ମାତର୍ ଜେ ଆତ୍ମାର୍ ଇସାବେ ବୁନ୍ସି, ସେ ଆତ୍ମାଇଅନି ବାରଇଲା ନ ସାର୍ବା ଜିବନ୍ପାରା କେତ୍ କାଟ୍ସି ।9ସେଟାର୍ ପାଇ ଆମେ ନିକ କାମ୍ କରି ଲାଗି ରଇବୁ। କାଇକେ ବଇଲେ ନ ତାକ୍ଲେ ସେ ସମାନ୍ ବେଲାଇ ପସଲ୍ ପାଇବାର୍ ଅଇସି ।10ସେନ୍ତି ବଇଲେ ଜେତେକ୍ ତର୍ ବେଲା ପାଇଲୁନି, ସବୁବେଲା ସବୁର୍ସଙ୍ଗ୍, ଜନ୍ଲକ୍ମନ୍ ଆମର୍ ବିସ୍ବାସି କୁଟୁମେ ମିସ୍ଲାଇ ଆଚତ୍, ସେମନର୍ ପାଇ ନିମାନ୍ କର୍ବାର୍ ଆମର୍ ଦାଇତ୍ ।ସାରାସାରି ବେଲର୍ ଜାଗ୍ରତ୍ କରାଇବା କାତା
11ଦେକା, କେଡେ ବଡ୍ ବଡ୍ ଅଇକର୍ସଙ୍ଗ୍ ମୁଇ ତମ୍କେ ଏ ଚିଟିର୍ ସାରାସାରି କାତା ମର୍ ନିଜର୍ ଆତେ ଲେକ୍ଲିନି ।12ଜନ୍ ଲକ୍ମନ୍ ବାଇରର୍ ରିତିନିତି ମାନିକରି ଡାକ୍ପୁଟା ପାଇବାକେ ମନ୍ କର୍ବାଇ, ସେମନ୍ ତମ୍କେ ସୁନତ୍ ଅଇବାକେ ବାଦିଅ କଲାଇନି । କିରିସ୍ଟର୍ କୁର୍ସର୍ ଲାଗି ସେମନ୍ ଜେନ୍ତି ସଙ୍ଗର୍ ଜିଉଦିମନର୍ କସ୍ଟ ନ ପାଇବାର୍ ଲାଗି ଏଟା କଲାଇନି ।13କାଇକେ ବଇଲେ ଜନ୍ ଲକ୍ମନ୍ ସୁନତ୍ ବିଦିକେ ଟିକ୍ ବଲି କଇଲାଇନି, ସେମନ୍ ନିଜେ, ମସାର୍ ସବୁ ନିୟମ୍ ମାନତ୍ ନାଇ । ଜେନ୍ତି କି ତମେ ସୁନତ୍ ଅଇ ସେମନର୍ବାଟେ ମିସ୍ଲାସ୍ । ଏଟା ନେଇକରି ବଡ୍ପନ୍ ଅଇବାଇ ।14ମାତର୍ ମାପ୍ରୁ ଜିସୁ କିରିସ୍ଟର୍ କୁରୁସ୍ ଚାଡିକରି ଆରି କାଇତେଇ ବଡ୍ପନ୍ ଅଇବାଟା ମର୍ଟାନେଅନି ଦୁରିକେ ରଅ । କାଇକେବଇଲେ ଜଗତ୍ ଜନ୍ ବିସଇର୍ ପାଇ ବେସି ଦାନ୍ଦା ଅଇଲାନି, ସେଟା ମୁକିଅ ବିସଇ ବଲି ମୁଇ ନ ବାବି । ଆରି ଜଗତ୍ ମିସା ମକେ କାଇ ମୁଲିଅ ନ ଅଇଲା ଲକ୍ ପାରା ଦେକ୍ଲାନି ।15କେ ସୁନତ୍ ଅଇଲା, କେ ସୁନତ୍ ଅଏନାଇ, ସେଟା କିଚି ନାଇ । ମାତର୍ ପର୍ମେସର୍ ଆମ୍କେ ନୁଆ ଜନମ୍ ଦେଲାଆଚେ, ସବୁର୍ଟାନେଅନି ସେଟାସେ ମୁକିଅ ବିସଇ ।16ଜନ୍ ଲକ୍ମନ୍ ନିଜର୍ ଜିବନେ ଏ କାତା ଦାର୍ବାଇ, ସେମନ୍ ସବୁ ଲକ୍ ଆରି ପରମେସରର୍ ସବୁ ଲକ୍ମନ୍ ଜିବ୍ନେ ସାନ୍ତି ଆରି ଜିବନ୍ ଦୁକାନି ପାଇବାଇ ।17ସାରାସାରି ଏତ୍କି କଇଲିନି, ଆଜିଅନି ବୁଲ୍ ସିକିଆ ଦେଇକରି ମକେ ଆରି କେ ମିସା କସ୍ଟ ନ ଦେଅ, କାଇକେ ବଇଲେ ମୁଇ ଜିସୁର୍ ଗତିଦାଙ୍ଗ୍ଡା ବଲି ଦେକାଇବାକେ ମର୍ ଗାଗ୍ଡେ ତାର୍ କଣ୍ଡିଆ ଚିନ୍ ଆଚେ ।18ଏ ବାଇବଇନିମନ୍ ! ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଜିବନ୍ ଦୁକାନି ତମର୍ ସବୁ ଲକର୍ ଲଗେ ରଅ । ଆମେନ୍ !