1ମୁଇ ପାଉଲ୍ ପର୍ମେସରର୍ ମନ୍ କଲା ଇସାବେ କିରିସ୍ଟ ଜିସୁର୍ ଗଟେକ୍ ପେରିତ୍ ସିସ୍ ଅଇ ବାଚି ଅଇଆଚି । ଜିସୁ କିରିସ୍ଟର୍ ସଙ୍ଗ୍ ମିସିକରି ବିସ୍ବାସ୍ସଙ୍ଗ୍ ଜିଉନା କାଉନା କର୍ତେ ରଇବା ଏପିସିୟର୍ ବିସ୍ବାସିମନର୍ ଲଗେ ଏ ଚିଟି ଲେକ୍ଲିନି ।2ଆମର୍ ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ତମ୍କେ ସବୁଲକ୍କେ ଜିବନ୍ ଦୁକାଇକରି ସାନ୍ତି ଦେଅ ।
ଆତ୍ମାର୍ ଆସିର୍ବାଦ୍
3ଆମର୍ ମାପ୍ରୁ ଜିସୁ କିରିସ୍ଟର୍ ବାବା ପର୍ମେସର୍ ଦନିଅବାଦ୍ ପାଅ । କାଇକେ ବଇଲେ ସେ ଆମ୍କେ କିରିସ୍ଟର୍ ସଙ୍ଗ୍ ମିସାଇକରି ସର୍ଗେ ରଇବା ସବୁଜାକ ଆତ୍ମାଇଅନି ମିଲାଇବା ଆସିର୍ବାଦ୍ ଦେଇଆଚେ ।4କିରିସ୍ଟର୍ ସଙ୍ଗ୍ ମିସିରଇକରି ଆମେ ଜେନ୍ତି ପର୍ମେସରର୍ ଅଇବୁ, ସେଟାର୍ପାଇ ସେ ଆମ୍କେ ଜଗତ୍ ତିଆର୍ ନ ଅଇବା ଆଗ୍ତୁ ବାଚି ରଇଲା । ଜେନ୍ତାରିକି ସୁକଲ୍ ଆରି କାଇ ଦସ୍ ନ ଅଇତେ ତାର୍ ମୁଆଟେ ଟିଆଅଇବୁ ।5ତାର୍ ଆଲାଦର୍ ଲାଗି, ଜିସୁ କିରିସ୍ଟର୍ ସଙ୍ଗ୍ ସେ ଆମ୍କେ ତାର୍ ନିଜର୍ ପଅଜି ପାରା କର୍ବାକେ ବାଚିଆଚେ । ଏଟାସେ ତାର୍ ଆଦେସ୍ ଆରି ସାର୍ଦା ।6ଜେନ୍ତାରିକି ତାର୍ ବଡ୍ ଜିବନ୍ ଦୁକାନିର୍ ଲାଗି ଆମେ ତାକେ ଡାକ୍ପୁଟା କରୁ । ତାର୍ ଆଲାଦର୍ ପଅ କରି ରଇଲା କାମର୍ ଲାଗି, ଇନାମେ ତାର୍ ଜିବନ୍ ଦୁକାଇଲାଟା ସେ ଆମ୍କେ ଦେଲା ଆଚେ ।7କିରିସ୍ଟ ବନି ଜରାଇ ମଲାର୍ପାଇ ଆମେ ମୁକ୍ତି ପାଇଆଚୁ ଆରି ଆମର୍ ସବୁଜାକ ପାପ୍ କେମା ଅଇଲା ଆଚେ । ପର୍ମେସର୍ ଜିବନ୍ ଦୁକାଇଲାଟା କେଡେ ବଡ୍ ବିସଇ !8ସେଟା ସେ ଆମ୍କେ ନ ସାରାଇତେ ଦେଇଆଚେ । ସବୁ ଗିଆନ୍ ଆରି ବୁଜ୍ବା ବପୁ ସଙ୍ଗ୍ ମିସା ଦେଲା ଆଚେ।9ଆଗ୍ତୁ ଆମେ ଜାନି ନ ରଇଲା ତାର୍ ଜଜ୍ନାର୍ ଟିକିନିକି ବିସଇ, ସେ ଆମ୍କେ ଜାନାଇ ଆଚେ । ସେଟା ଜିସୁ କିରିସ୍ଟର୍ ଦେଇ ସେ ପୁରାପୁରୁନ୍ କଲାଆଚେ, କାଇକେ ବଇଲେ ଏଟା ତାକେ ସାର୍ଦା କଲା ।10ସରଗେ ଆରି ଜଗତେ ତିଆର୍ ଅଇରଇବା ସବୁ ବିସଇ ଗଟେକ୍ଟାନେ ଆନ୍ବାକେ ପର୍ମେସରର୍ ଜଜ୍ନା ରଇଲା । କିରିସ୍ଟ ସେସବୁ ବିସଇର୍ ମୁଣ୍ଡ୍ ପାରା ଅଇକରି ରଇସି । ଏଟା ସମାନ୍ ବେଲାଇ ସେ ପୁରାପୁରୁନ୍ କର୍ସି ।11କିରିସ୍ଟର୍ ସଙ୍ଗ୍ ମିସାଇ କରି, ପରମେସର୍, ଆମେ ଜିଉଦିମନ୍କେ ବାଚି ଆଚେ । କାଇକେ ବଇଲେ ଆଗେ ଅନି ଏନ୍ତାରି କର୍ବାକେ ସେ ଜଜ୍ନା କରି ରଇଲା । ସେ ଜେନ୍ତାରି ମନ୍ କର୍ସି, ସେ ଇସାବେ ସବୁ ବିସଇ ପୁରାପୁରୁନ୍ କର୍ସି ।12ଜେନ୍ତାରିକି ଆମେ ଜେତ୍କି ଜିଉଦି ଲକ୍ ପର୍ତୁମ୍ କିରିସ୍ଟକେ ଆସାକରି ରଇଲୁ, ସବୁଲକ୍ ପରମେସର୍କେ ମଇମା କରୁ !13ତମେ ମିସା ଜେଡେବେଲେ ମୁକ୍ତି ପାଇବା,ଏ ସୁବ୍ କବରର୍ ସତ୍ କାତା ସୁନ୍ଲାସ୍, ସେ ବେଲେଅନି ପର୍ମେସରର୍ ଲକ୍ ଅଇଆଚାସ୍ । ତମେ କିରିସ୍ଟକେ ବିସ୍ବାସ୍ କଲାକେ, ପର୍ମେସର୍ ସେ ଦେଇରଇବା କାତା ଇସାବେ ସୁକଲ୍ ଆତ୍ମା ଦାନ୍ କରିଆଚେ । ଆରି ସେ ତମ୍କେ ଚିନ୍ କଲାଆଚେ ।14ପର୍ମେସର୍ ତାର୍ ଲକ୍ମନ୍କେ ଜେତ୍କି ବିସଇ ଦାନ୍ କର୍ବାକେ କାତା ଦେଲାଆଚେ, ସେ ସବୁଜାକ ଆମେ ମିଲାଇପାରୁ । ସୁକଲ୍ଆତ୍ମା ଆମର୍ବାଟେ ଟିଆଅଇସି । ପର୍ମେସର୍ ତାର୍ ଲକ୍ମନ୍କେ ପୁରାପୁରୁନ୍ ନିଜେ ମନ୍କରି ମୁକ୍ତି ଦେଇସି । ଏଟା ସତ୍ ବଲିକରି, ଆସା ପର୍ମେସର୍କେ ମଇମା କରୁ !ପାଉଲର୍ ପାର୍ତନା
15ସେଟାର୍ ପାଇ ମାପ୍ରୁ ଜିସୁର୍ ଲଗେ ତମେ ବିସ୍ବାସ୍ କର୍ବାଟା ଆରି ପର୍ମେସରର୍ ଲକ୍ମନର୍ ପାଇ ରଇବା ତମର୍ ଆଲାଦର୍ ବିସଇ ସୁନ୍ଲା ଦିନେଅନି,16ମୁଇ ପର୍ମେସର୍କେ ତମର୍ପାଇ ଦନିଅବାଦ୍ ଦେଇ ଆଇଲିନି । ମୁଇମିସା ପାର୍ତନା କଲାବେଲେ ତମର୍ପାଇ ପର୍ମେସର୍କେ ଦନିଅବାଦ୍ ଦେବାକେ ପାସ୍ରି ଜାଇ ନାଇ । ମୁଇ ପାର୍ତନା କଲାବେଲେ ତମ୍କେ ଏତାଇଲିନି ।17ଆରି ଡାକ୍ପୁଟାର୍ ବାବା, ଆମର୍ ମାପ୍ରୁ ଜିସୁକିରିସ୍ଟର୍ ପର୍ମେସର୍କେ ପାର୍ତନା କଲିନି । ଜେନ୍ତିକି ସେ ତମ୍କେ ସୁକଲ୍ ଆତ୍ମା ଦେଇସି । ସେ ଆତ୍ମା ତମ୍କେ ଗିଆନ୍ କରାଇସି ଆରି ପର୍ମେସର୍କେ ତମର୍ ମୁଆଟେ ଦେକାଇସି ।18ମୁଇ ପାର୍ତନା କଲିନି, ଜେନ୍ତାରିକି ତାର୍ ଉଜଲ୍ ଦେକ୍ବାକେ ତମର୍ ଆତ୍ମାର୍ ଆଁକି ଡିସ । ଜେନ୍ତିକି ଜନ୍ ଆସା ନେଇକରି ତମେ ତାର୍ ଲଗେ ଆସି ଆଚାସ୍, ସେଟା ଜାନିପାରାସ୍ ।19ତାର୍ ଲକ୍ମନର୍ ପାଇ ସେ ଦେଇରଇବା କାତାର୍ ସବୁ ବଡ୍ ଆସିର୍ବାଦ୍ କେତେକ୍ ଅଦିକ୍ ଆଚେ । ଆରି ଆମର୍ ପାରା ବିସ୍ବାସିମନର୍ ପାଇ ରଇବା ତାର୍ ବପୁ କେଡେ ବଡ୍, ସେଟା ତମେ ଜାନି ପାରାସ୍ ।20ଏବେ ଆମର୍ ବିତ୍ରେ କାମ୍ କର୍ତେରଇବା ସେ ବପୁର୍ ସଙ୍ଗ୍ସେ, ପର୍ମେସର୍ କିରିସ୍ଟକେ ମଲାତେଇଅନି ଉଟାଇକରି ତାର୍ ଉଜାବାଟେ ବସାଇଆଚେ ।21କିରିସ୍ଟ ସର୍ଗେ, ସାସନ୍ କର୍ବା ଲକ୍ମନ୍କେ, ସନ୍ମାନ୍ ପାଇବା ଲକ୍ମନ୍କେ, ବପୁରଇବା ଲକ୍ମନ୍କେ ଆରି ସାସନ୍କାରିଆମନର୍ ଉପ୍ରେ ସାସନ୍ କର୍ସି । ତାର୍ ଅଦିକାର୍ ଏବର୍ ସାସନ୍କାରିଆମନର୍ କି ଆଇବା ଦିନର୍ ସାସନ୍କାରିଆମନର୍ ତେଇଅନି ଅଦିକ୍ ବପୁ ସଙ୍ଗର୍ ଆଚେ ।22ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ ।23ମଣ୍ଡଲି ଅଇଲାନି କିରିସ୍ଟର୍ ଗାଗଡ୍ । କିରିସ୍ଟର୍ ଜିବନ୍ ସଙ୍ଗ୍ ମଣ୍ଡଲି ପୁରାପୁରୁନ୍ ଅଇସି । ଆରି କିରିସ୍ଟ ସବୁବିସଇ ପୁରାପୁରୁନ୍ କର୍ସି ।