ମଣ୍ଡଲିକେ ତାଡ୍ନା
1ସାଉଲ୍ ତିପାନର୍ ମରନେ ରାଜିଅଇକରି ତେଇ ରଇଲା । ସେ ଦିନେଅନି ଜିରୁସାଲାମେ ରଇବା ମଣ୍ଡଲିମନ୍କେ ଲକ୍ମନ୍ ଜବର୍ ତାଡ୍ନା ଦେବାର୍ ଆରାମ୍ କଲାଇ । ସେଟାର୍ପାଇ ପେରିତ୍ ସିସ୍ମନ୍ ତେଇରଇଲାଇ ଆରି ବିନ୍ ବିସ୍ବାସିମନ୍ ଜିବନ୍ ଆତେଦାରି ଜିଉଦା ଆରି ସମିରଣ୍ ଜାଗାଇ ପାଲାଇଲାଇ ।2ପର୍ମେସର୍କେ ନାମ୍ବା କେତେକ୍ ଲକ୍ ଆକ୍ମାରି କାନ୍ଦିକରି ତିପାନର୍ ମଲା ଗାଗଡ୍ ନେଇ ସମାଦି କଲାଇ ।3ମାତର୍ ସାଉଲ୍ ମଣ୍ଡଲିକେ କୁରୁପ୍ନାସ୍ କର୍ବାକେ ଚେସ୍ଟା କଲା । ସେ ଗରେ ଗରେ ଜାଇ ଜିସୁକେ ବିସ୍ବାସ୍ କର୍ବା ମୁନୁସ୍ ପିଲା ଆରି ମାଇଜି ଟକିମନ୍ ସବୁକେ ଜିକି ଆନି ବନ୍ଦି ଗରେ ପୁରାଇ ଦେଲା ।ସମିରଣ୍ ଜାଗାଇ ସୁବ୍କବର୍ ଜାନାଇବାଟା
4ଜିରୁସାଲମେଅନି ପାଲାଇରଇବା ବିସ୍ବାସିମନ୍ ଗୁଲାଇବାଟେ ଜାଇ ସୁବ୍କବର୍ ଜାନାଇବାର୍ ଦାର୍ଲାଇ ।5ସେମନର୍ ବିତ୍ରେଅନି ପିଲିପ୍ ବଲି ଗଟେକ୍ ଲକ୍ ସମିରଣର୍ ମୁକିଅ ନଅରେ ଜାଇ, ତେଇ ରଇବା ଲକ୍ମନ୍କେ ମସିଅ କଇରଇବା କାତା ଜାନାଇଲା ।6ପିଲିପ୍ କଇବା କାତା ସୁନି ଆରି ସେ କରିରଇବା କାବା ଅଇଜିବା କାମ୍ମନ୍ ସବୁ ଦେକି ଲକ୍ମନ୍ ତାକେ ଅଦିକ୍ ମନ୍ଦିଆନ୍ ଦେଇ ସୁନ୍ବାର୍ ଦାର୍ଲାଇ ।7କେତେ କେତେ ଲକ୍ମନର୍ ଟାନେଅନି ଡୁମାମନ୍ କିର୍କିରି କରି ବାରଇ ଗାଲାଇ । କେତେ କେତେ ଚେରେଙ୍ଗ୍ ରଗି ଆରି ଆତ୍ ଗଡ୍ ନ ଆଇବାଟାମନ୍ ନିକ ଅଇଗାଲାଇ ।8ଏଟାର୍ ପାଇ ସେ ନଅର୍ ସାଇସାର୍ଦା ଅଇରଇଲା ।9ସମରିଆ ଜାଗାଇ ସିମନ୍ ନାଉଁର୍ ଗଟେକ୍ ଲକ୍ ତାର୍ ଜନ୍ତର୍ ମନ୍ତର୍ ବିଦିଆ କରିକରି ତେଇର୍ ଲକ୍ମନ୍କେ କାବା କରାଇତେରଇଲା ।10ସେ, ମୁଇ ନିଜେ ଗଟେକ୍ ବଡ୍ ଲକ୍ ବଲାଇଅଇତେରଇଲା । ଆରି ସେ ନଅରେ ରଇବା ସାନ୍ ବଡ୍ ସବୁ ତାକେ ମାନିରଇଲାଇ । ପର୍ମେସରର୍ ଜନ୍ ବପୁ ମଆନ୍ ସେ ବପୁ ଏଟା ଆକା ବଲି ଲକ୍ମନ୍ କଇତେ ରଇଲାଇ ।11ବେସି ବରସ୍ ଦାରି ତାର୍ ଗୁନି ବିଦିଆର୍ ବପୁ ସଙ୍ଗ୍ ତେଇର୍ ଲକ୍ମନ୍କେ କାବା କରାଇତେରଇଲା । ସେଟାର୍ପାଇ ଗୁଲାଇ ସମିରଣିୟ ଲକ୍ମନ୍ ତାକେ ମାନିକରି ରଇଲାଇ ।12ମାତର୍ ପିଲିପର୍ ଟାନେଅନି ପର୍ମେସରର୍ ରାଇଜ ଆରି ଜିସୁର୍ ବିସଇ ସୁନ୍ଲାଇ । ସୁନିକରି ତେଇର୍ ଲକ୍ମନ୍ ମାପ୍ରୁକେ ବିସ୍ବାସ୍ କଲାଇ । ଆରି ସେ ଜାଗାର୍ ବିସ୍ବାସ୍ କଲା ମନସ୍ ପିଲା ଆରି ମାଇଜିଟକିକେ ପିଲିପ୍ ଡୁବନ୍ ଦେଲା ।13ସିମନ୍ ନିଜେ ପିଲିପ୍ ଜାନାଇରଇବା ମାପ୍ରୁର୍ ବାକିଅ ସୁନି ବିସ୍ବାସ୍ କଲା । ଆରି ପିଲିପ୍ ତାକେ ଡୁବନ୍ ଦେଲା । ସେ ପିଲିପର୍ ସଙ୍ଗ୍ ସବୁଜାଗାଇ ଜିବାର୍ ଦାର୍ଲା । ପିଲିପ୍ କରିରଇବା କାବା ଅଇଜିବା କାମ୍ମନ୍ ଆରି ଚିନ୍ମନ୍ ଦେକିକରି ସେ କାବା ଅଇଜାଇତେରଇଲା ।14ସମରିଆର୍ ଲକ୍ମନ୍ ପର୍ମେସରର୍ ବାକିଅ ବିସ୍ବାସ୍ କଲାଇ ଆଚତ୍ ବଲି ଜିରୁସାଲାମ୍ ରଇବା ପେରିତ୍ ସିସ୍ମନ୍ ସୁନ୍ଲାଇ । ପିତର୍ ଆରି ଜଅନ୍କେ ସେମନର୍ ଲଗେ ପାଟାଇଲାଇ ।15ସେମନ୍ ତେଇ କେଟ୍ଲା ପଚେ ସମିରଣର୍ ବିସ୍ବାସିମନ୍ ସୁକଲ୍ ଆତ୍ମା ପାଇବାକେ, ପାର୍ତନା କଲାଇ ।16କାଇକେ ବଇଲେ ସେଡ୍କିବେଲ୍ ଜାକ କାର୍ ଉପ୍ରେ ସୁକଲ୍ ଆତ୍ମା ଉତ୍ରି ନ ରଇଲା । ସେମନ୍କେ ଜିସୁକିରିସ୍ଟର୍ ନାଉଁଦାରି ଅବ୍କାସେ ଡୁବନ୍ ଦେଇରଇଲା ।17ପିତର୍ ଆରି ଜଅନ୍ ସେମନର୍ ଉପ୍ରେ ଆତ୍ ସଙ୍ଗଇଲା ଦାପ୍ରେ ସେମନ୍ ସୁକଲ୍ ଆତ୍ମା ପାଇଲାଇ ।18ପେରିତ୍ ସିସ୍ମନ୍ ବିସ୍ବାସିମନର୍ ଉପ୍ରେ ଆତ୍ ସଙ୍ଗଇଲାକେ ସୁକଲ୍ଆତ୍ମା ପାଇଲାଟା ଦେକି, ସିମନ୍, ପିତର୍ ଆରି ଜଅନ୍କେ ଡାବୁ ଜାଚ୍ଲା ଆରି କଇଲା,19“ମୁଇ ବିନ୍ ଲକର୍ ଉପ୍ରେ ଆତ୍ ସଙ୍ଗଇଲେ, ସେମନ୍ ଜେନ୍ତି ସୁକଲ୍ ଆତ୍ମା ପାଇପାର୍ବାଇ, ସେଟାର୍ ପାଇ ମକେ ସେ ବପୁ ଦିଆ ।”20ମାତର୍ ପିତର୍ ତାକେ କଇଲା, “ତର୍ ଡାବୁ ତର୍ ସଙ୍ଗ୍ ନସ୍ଟ ଅ । ତର୍ ସଙ୍ଗ୍ ତର୍ ଡାବୁ ମିସା ନର୍କେ ଜାଅ । କାଇକେବଇଲେ ପର୍ମେସରର୍ ଦାନ୍ ଡାବୁସଙ୍ଗ୍ ଗେନ୍ବି ବଲି ବାବ୍ଲୁସ୍ନି ।21ଆମର୍ କାମ୍ଟାନେ ତର୍ କାଇମିସା ବାଗ୍ ନାଇ, କାଇକେବଇଲେ ପର୍ମେସର୍ ଦେକ୍ବା ଇସାବେ ତର୍ ମନ୍ ନିକ ନାଇ ।22ସେଟାର୍ ପାଇ ତମର୍ ଏ କରାପ୍ ବାବ୍ନାର୍ ପାଇ ମନ୍ ବାଦ୍ଲାଆ । ଏନ୍ତାରି ବିସଇ ଚିନ୍ତାକଲାର୍ ପାଇ ମାପ୍ରୁ ଜେନ୍ତାରି କେମା ଦେଇସି, ତାର୍ ଲାଗି, ମାପ୍ରୁକେ ପାର୍ତନା କର୍ ।23କାଇକେ ବଇଲେ ମୁଇ ଦେକ୍ଲିନି ଜେ ତର୍ ମନ୍ ଆଁକାରେ ବର୍ତି ଅଇଆଚେ । ତୁଇ ପାପର୍ ବନ୍ଦନେ ବନ୍ଦିଅଇ ଆଚୁସ୍ ।”24ସିମନ୍ ସେମନ୍କେ କଇଲା, “ତମେ ଜାଇଟା ସବୁ କଇଲାସ୍ ସେଟା ଜେନ୍ତି ମର୍ ଉପ୍ରେ ନ ଗଟ । ମୁଇ ତମ୍କେ ବାବୁଜିଆ କଲିନି ମର୍ପାଇ ମାପ୍ରୁକେ ପାର୍ତନା କରା ।”25ନିଜର୍ ଜିବନେ ଅଇରଇବା ବିସଇର୍ ସାକି ଆରି ମାପ୍ରୁର୍ ସୁବ୍ କବର୍ କଇସାରାଇଲା ପଚେ ପିତର୍ ଆରି ଜଅନ୍ ଜିରୁସାଲାମେ ବାଅଡ୍ଲାଇ । ବାଅଡ୍ବା ବାଟେ ସେମନ୍ ସମିରଣର୍ ବେସି ଗାଉଁମନ୍କେ ସୁବ୍କବର୍ ଜାନାଇଲାଇ ।ପିଲିପ୍ ଆରି ଇତିଅପିଆର୍ କାମ୍କରୁ
26ପର୍ମେସରର୍ ଗଟେକ୍ ଦୁତ୍ ପିଲିପ୍କେ କଇଲା, “ତିଆର୍ ଅ, ଆରି ଦକିଣ୍ ଦିଗେ ଜିରୁସାଲମେଅନି ଗାଜା ବଲି ଗଟେକ୍ ଜାଗାଇ ଜିବାବାଟେ ଜା । ଆଜିକାଲି ଏବାଟେ ଆରି ଲକ୍ମନ୍ ଆସ୍ ଜା କରତ୍ ନାଇ ।”27ପିଲିପ୍ ତିଆର୍ ଅଇ ସେବାଟେ ଗାଲା । ଏଦେ ଦେକା ! ଇତିଅପିଆର୍ ଗଟେକ୍ ଲକ୍ ! ସେ ଗଟେକ୍ ବେଜୁ ରଇଲା । ସେ ଜିରୁସାଲମେ ପାର୍ତନା କର୍ବାକେ ଆସିରଇଲା ।28ସେ ଗଟେକ୍ ମୁକିଅ ଆରି ଇତିଅପିଆ ରାନିର୍ ବାଣ୍ଡାର୍ଗରିଆ ରଇଲା । ସେ ପର୍ମେସର୍କେ ଉପାସନା କର୍ବାକେ ଜିରୁସାଲେମ୍ ଜାଇରଇଲା । ତାର୍ ରତେ ବସି ଗରେ ବାଉଡି ଆଇତେରଇଲା । ବସିକରି ଜିସାୟ ବବିସତ୍ବକ୍ତାର୍ ବଇଟାନେଅନି ଆଉଲି ଅଇ ପଡ୍ତେରଇଲା ।29ସୁକଲ୍ଆତ୍ମା ପିଲିପ୍କେ କଇଲା, “ସେ ରତେ ଜା ଆରି ସେ ଲକର୍ ଲଗେ ର ।”30ପିଲିପ୍ ପାଲାଇ ପାଲାଇ ଗାଲା ଆରି ସେ ଲକ୍ ଜିସାୟ ବବିସତ୍ବକ୍ତାର୍ ବଇ ପଡ୍ବାଟା ସୁନ୍ଲା । ସେ ତାକେ ପାଚାର୍ଲା “ତୁଇ ଜାଇଟା ପଡ୍ଲୁସ୍ନି, ସେଟା ବୁଜିପାର୍ଲୁସ୍ନିକି ?”31ସେ ବାଣ୍ଡାର୍ ଗରିଆ କଇଲା, “କେ ମିସା ଗଟେକ୍ ଲକ୍ ବୁଜାଇ ନ ଦେଲେ ମୁଇ କେନ୍ତି ବୁଜିପାର୍ବି ?” ତାର୍ ସଙ୍ଗ୍ ରତେ ବସ୍ବାକେ ସେ ପିଲିପ୍କେ ଡାକ୍ଲା । ପିଲିପ୍ ଜାଇ ବସ୍ଲା ।32ଦରମ୍ ସାସ୍ତରର୍ ଏ ପଦ୍ ପଡ୍ତେ ରଇଲା,“ମରାଇବାକେ ନେବା ମେଣ୍ଡାପାରା, ଲକ୍ମନ୍ ତାକେ ଡାକିନେଲାଇ,ଗଟେକ୍ ମେଣ୍ଡାର୍ ବାଲ୍ କାଟ୍ବା ବେଲେ ଜେନ୍ତି ସେ ଚିମ୍ରାଇଅଇରଇସି,ସେନ୍ତାରି ସେ ପଦେକ୍ ମିସା କାତା କଏ ନାଇ ।33ଲକ୍ମନ୍ ନିନ୍ଦା କଲାବେଲେ ତାକେ ନିଆଇ ମିଲେ ନାଇତାର୍ କୁଟୁମର୍ ଲକର୍ ବିସଇ, କେ କଇ ନାପାରତ୍,କାଇକେବଇଲେ ମଚ୍ପୁରେ ତାର୍ ଜିବନ୍ ସାରିଗାଲା ଆଚେ ।”34ବାଣ୍ଡାର୍ଗରିଆ ପିଲିପ୍କେ ପାଚାର୍ଲା, “ମୁଇ ତକେ ଗୁଆରି କଲିନି । ବବିସତ୍ବକ୍ତା କାର୍ ବିସଇ କଇଲାନି, ମକେ କୁଆ । ତାର୍ ନିଜର୍ ବିସଇ କି ଆରି କାର୍ ବିସଇ ?”35ପିଲିପ୍ ଦରମ୍ ସାସ୍ତରର୍ ଏ ପଦେଅନି ଆରାମ୍ କରି ଜିସୁର୍ ବିସଇର୍ ସୁବ୍ କବର୍ ତାକେ ଜାନାଇଲା ।36ସେମନ୍ ଜାଉ ଜାଉ ଗଟେକ୍ ବନ୍ଦ୍ ଲଗେ କେଟ୍ଲାଇ । ସେ ବାଣ୍ଡାର୍ଗରିଆ କଇଲା,37“ଇତି ପାନି ଆଚେ, କାଇ ଅସୁବିଦା ନ ରଇଲେ ମକେ ଡୁବନ୍ ଦିଆ ।”38ସେ ଲକ୍ ରତ୍ ତେବାଇବାକେ ତିଆର୍ଲା । ପିଲିପ୍ ଆରି ସେ, ପାନି ବିତ୍ରେ ଗାଲାଇ ଆରି ପିଲିପ୍ ତାକେ ପାନିତେଇ ଡୁବନ୍ ଦେଲା ।39ସେମନ୍ ପାନିତେଇଅନି ବାରଇ ଆଇଲା ପଚେ, ମାପ୍ରୁର୍ ଆତ୍ମା ପିଲିପ୍କେ ଆରିଗଟେକ୍ ଜାଗାଇ ମାୟା କରି ଦେଲା, ସେ ଲକ୍ ପିଲିପ୍କେ ଆରି କେବେ ଦେକି ନାପାର୍ଲା, ମାତର୍ ସାର୍ଦାଇ ପୁରୁନ୍ ଅଇ ତାର୍ ବାଟେ ଉଟିଗାଲା ।40ଚନେକ୍ ଗାଲା ପଚେ ପିଲିପ୍ ଦେକ୍ଲାଜେ ସେ ଅସଦର୍ ବଲି ଗଟେକ୍ ଜାଗାଇ କେଟିଆଚେ । ତେଇଅନି ସେ କାଇସେରିଆଇ ଗାଲା ଆରି ବାଟେ ରଇବା ସଅର୍ମନ୍କେ ସୁବ୍ କବର୍ ଜାନାଇଲା ।