୨ କରିନ୍ତିୟ4kfc_pwf
1ମାପୁରୁଦି ଦୟା କିଜି ମାଙ୍ଗିଁ ଇୟା ସେବା ପାଣି ସିତିମାନିଙ୍ଗ୍ ମାଡ଼ୁ ୱେଡ଼ିକାସିଲି ଲୋକା ୱାଜା କିଇକା ।2ସେମାର୍ତି ମାରି ଆରେତିପାଣି କିତି ପାଣି ୱିଜୁ ମାଡ଼ୁ ଡ଼ିସିନିକା । ମାପ୍ ଟକେ କିଏପ୍ ମାରି ମାପୁରୁଦି ବାକ୍ୟଦିଙ୍ଗ୍ ତାଗ୍ଇ ଅର୍ତ କିଏପ୍ । ମାତର ତରାନି ଇସାବ୍ତାନ୍ ମାପୁରୁଦି ଆଗ୍ଡ଼ି ଲୋକା ବୁଦି ଲାକୁତୁ ମାପ୍ ନିଜେ ନିଜେଦି ସତ୍ ପାର୍ମାଣ୍ କିନି ଉଣ୍ତିଙ୍ଗ୍ ଚେଷ୍ଟାକିଜିନାପ୍;3ମାତର ମା ମାଡ଼ାନ୍ ପ୍ରଚାର୍ ଆତିମାନି ସୁସମାଚାର୍ ଜଦି ମାର୍ଗିନାମାନାତ୍, ଆର୍ତିଙ୍ଗ୍ ଆରେତି ନାସ୍ଟୁଆନିଲୋକା ଉଣ୍ତିଙ୍ଗ୍ ଆକା ମାର୍ଗିନାମାନାତ୍ ।4ୱାର୍ ବିସ୍ବାସ୍ କିଏରେ, ଇରିଙ୍ଗ୍ ୱାରି ମନ୍ତିଙ୍ଗ୍ ଇୟା ଦୁନିଆଦି ଦିୟାମ୍ କାଣା କିତାମାନାତ୍ । ଇସାବ୍ତାନ୍ ମାପୁରୁଦି ମୁର୍ତିଦି କ୍ରିସ୍ତଦି ମହିମାନ୍ନିତ ସୁସମାଚାର୍ତି ଜାୟ୍ ୱାରି ଲାକୁତୁ ସଲ୍ଏତ୍ନି ।5ମାପ୍ ନିଜେଦିଙ୍ଗ୍ ପ୍ରଚାର୍ କିଏପ୍, ମାତର୍ କ୍ରିସ୍ତଦି ପ୍ରବୁ ଇଜି ମାରି ଜିସୁଦି ଉଣ୍ତିଙ୍ଗ୍ ନିଜେ ନିଜେଦିଙ୍ଗ୍ ମି ସେବାକିନିକା ଇଜି ପ୍ରଚାର୍ କିନାପ୍,6ଇରିଙ୍ଗ୍ ଆମା ମାପୁରୁ ଇର୍ଆମାନାନ୍, “ସିକାଟିଦି ଲୋଇରାନ୍ ଜାୟ୍ତିକା ଆନିକା,” ଆୟା ମାପୁରୁ କ୍ରିସ୍ତଦି ମୋକମ୍ତାନ୍ ସାକ୍ତିଦି ମହିମା ସୁଡ଼ୁନି ଉଣ୍ତିଙ୍ଗ୍ ମା ଜିବନ୍ତୁ ଜାୟ୍ କିତାମାନାନ୍ ।7ମାତର୍ ମାଡୁ କେବଲ ମା ସାମାନ୍ତି ସିକିଲା ସାଟିଦୁ ଇୟା ମୁସ୍କୁପୁର୍ତି ଦନ୍ସମ୍ପତି ପୟ୍ତିମାନିକା । ଇବେଣ୍କୁ ପାର୍ମାଣ୍ ଆତାମାନାତ୍ ଜେ, ଇୟାୱାଜା କାବାଆନି ସାକ୍ତି ମାଦି ଆଏତ୍, ମାତର୍ ମାପୁରୁଦି ।8ମାପ୍ ୱିଜୁ ଦୁଃକ୍ କାଷ୍ଟୁ ପୋଇଜିନାପ୍, ମାତର୍ ନିରାସ୍ ଆଏପ୍ । ବେଡ଼ା ବେଡ଼ାଦୁ ତିଲାଜିନାପ୍ ମାତର୍ ନିରାସ୍ ଆଏପ୍ ।9ମାପ୍ ଦୁଃକ୍କାସ୍ଟୁ ପୟ୍ତାପ୍, ମାତର୍ ମାପୁରୁ ମାଙ୍ଗିଁ ଏସ୍କାଙ୍ଗ୍ ବା ଡ଼ିସ୍ଏନ୍ । ଏସ ବେଡ଼ାଦୁ ମାପ୍ କାସ୍ଟୁ ପୟ୍ତାମାନାପ୍, ମାତର୍ ଦ୍ୱଂସ ଆଏପ୍ ।10ଜିସୁଦି ଜିବନ୍ ଏଣ୍ତେସ୍ ମାମାନୁ ୱେଙ୍ଗିଁନାତ୍, ଆୟାଉଣ୍ତିଙ୍ଗ୍ ମାଡୁ ୱିଜୁଦିନ୍ ମା ମେନ୍ଦଲ୍ତୁ ଜିସୁଦି ସାନିକା ପିଡ଼ିଜିନାପ୍ ।11ଜିସୁଦି ଜିବନ୍ତିଙ୍ଗ୍ ଇୟା ସାତି ମେନ୍ଦଲ୍ତାନ୍ ୱେକ୍ନି ଉଣ୍ତିଙ୍ଗ୍ କ୍ରିସ୍ତଦି ଉଣ୍ତିଙ୍ଗ୍ ୱିଜୁଦିନ୍ତି ଜିବନ୍ ମାଡୁ ସାନି ମାନୁ ଆର୍ତି ମାନିକା ।12ମାରି ଇୟାୱାଜା ଦାନ୍, ମାମାନୁ ସାନିକା ମାରି ମି ଲୋଇ ଜିବନ୍ତି ପାଣି କିଜି ସାଲାନିକା ।13ଦର୍ମସାସ୍ତ୍ରଦୁ ରାସାତା ମାନାତ୍, “ନାନ୍ ବିସ୍ବାସ୍ କିନି ଉଣ୍ତିଙ୍ଗ୍ ୱାର୍ଗିତା ।” ମାଡୁ ଆୟା ବିସ୍ବାସ୍ତି ଆତ୍ମା ପୟ୍ତିମାନିକା । ମାଡୁ ବିସ୍ବାସ୍ କିଜିନିକା, ଆଦେଙ୍ଗ୍ଁ ୱେର୍ସିନାପ୍ ।14ମାପୁ ନେସ୍ନିକା, ମାପୁରୁ ପ୍ରବୁ ଜିସୁଙ୍ଗୁଁ ସାତିମାଣୁକୁ ଜିବନ୍ କିତାମାନାନ୍ । ଆୟା ମାପୁରୁ, ଜିସୁଦି ୱାଲେ ମାଙ୍ଗିଁ ବା ଜିବନ୍ କିନାନ୍ ମାରି ମି ୱାଲେ ମାଙ୍ଗିଁ ୱାନି ଲାକ୍ତୁ ଅନାନ୍ ।15ମି ନେଗି ଉଣ୍ତିଙ୍ଗ୍ ଇୟାୱିଜୁ ଗଟାଜିନାତ୍ । ମାପୁରୁଦି ଦୟା ମାରି ନାଣ୍ତଦାନ୍ ନାଣ୍ତ ପିର୍ଜି ଲୋକାଙ୍ଗ୍ ମୁଟୁତାତ୍, ମାରି ଗାଦିଲୋକ୍ ନେଗି ମୋନ୍ତାନ୍ ମାପୁରୁଦି ଗୌରବ୍ କିନାର୍ ।