1ଞେନ୍ ପାଓଲନ୍, ଅନୁର୍ମର୍ ଇସ୍ୱରଲେନ୍ ଡ ଇନ୍ଲେଞ୍ଜି ଆରିଙ୍ଡର୍ତନ୍ବନ୍ ଜିସୁ କ୍ରିସ୍ଟନ୍ ଆ ବନାଁୟ୍ବର୍ ଅମ୍ମେଲେ ଞେନ୍ ଅବୟ୍ ଅନାପ୍ପାୟ୍ ଞଙ୍ନେମର୍,2ଡରମ୍ମ ଡାଙ୍ଗଡ଼ାଅନ୍ଞେନ୍ ତିମତିନ୍ ଆମଙ୍ କେନ୍ ଆ ସିଟି ଇଡ୍ଲେ ଆପ୍ପାୟ୍ତାୟ୍, ଆପେୟ୍ ଇସ୍ୱରନ୍ ଡ ପ୍ରବୁ କ୍ରିସ୍ଟ ଜିସୁନ୍ ଆମଙ୍ ସିଲଡ୍ ସନାୟୁମନ୍, କନାର୍କାରମନ୍ ଡ ସନବ୍ୟୁନ୍ ଅମଙ୍ନମ୍ ଅଡ଼ୋଆୟ୍ତୋ ।
କଣ୍ଡାୟ୍ ଞନଙଞ୍ଜି ସିଲଡ୍ ଆବ୍ବୟ୍ଲନ୍ ଡକୋନାବା
3ଞେନ୍ ମାକିଦନିଆନ୍ ଅରିୟେନ୍ ଆଡିଡ୍ ଆମନ୍ଆଡଙ୍ ଏଙ୍ଗାଲେ ବର୍ରମ୍, ଏତ୍ତେଲେ ଆମନ୍ ଏପିସିଲୋଙନ୍ ଡକୋନା । ତେତ୍ତେ ଲାଙ୍ଲେଡ୍ ମନ୍ରାଞ୍ଜି ମନଙ୍ତଡନ୍ ଆ ବର୍ନେଜି ଞନଙନ୍ ତିୟ୍ତଜି, ତିଆସନ୍ ଏତ୍ତେଲେ ମନଙ୍ତଡନ୍ ଆ ବର୍ନେଜି ଞନଙନ୍ ଏତିୟ୍ଡଙ୍ ଗାମ୍ଲେ ତି ଆ ମନ୍ରାଜିଆଡଙ୍ ବରାଜି ।4ଆନିଞ୍ଜି ସୋବ୍ସୋବ୍ବରଞ୍ଜି ଡ ପୁର୍ବା ଜୋଜୋଞ୍ଜି ଆ କେଜ୍ଜାବର୍ ଅମ୍ଡଙ୍ଲେ ଡକୋତଞ୍ଜି, ତିଆସନ୍ କେନ୍ଆତେଜି ଅନମ୍ରେଙନ୍ ଆସନ୍ ଆନିଞ୍ଜିଆଡଙ୍ ଞଙ୍ଞଙାଜି; ଇନିଆସନ୍ଗାମେଣ୍ଡେନ୍ ତି ଆ ବର୍ନେଜି ଇସ୍ୱରନ୍ଆଡଙ୍ ଡର୍ନେନ୍ ଆସନ୍ ଅବୟ୍ ଡନଙ୍ଡଙନ୍ ଅନ୍ତମ୍ ଡେତେ, ଆରି ତିଆତେଜିଲୋଙ୍ ଅଲ୍ଡୁଲ୍ବାଞନ୍ ଡୁଙ୍ତନାୟ୍ ।5ମଡ଼ିର୍ ଉଗରନ୍, ମନଙ୍ ବିବେକନ୍ ଡ ଏର୍ଇସ୍କତ୍ତାନ୍ ଆ ଡର୍ନେଲୋଙ୍ ସିଲଡ୍ ଅଙ୍ଗା ଡନୁଙ୍ୟମ୍ ଡୁଙ୍ତନାୟ୍, ତିଆତେ ଆସନ୍ କେନ୍ ଞନଙନ୍ ତିୟ୍ତାୟ୍ ।6ଲାଙ୍ଲେଡ୍ ମନ୍ରାଞ୍ଜି କେନ୍ ଆ ବର୍ନେଜି ଏର୍ଜନନାନ୍ ଇନ୍ନିଙ୍ ବରାଁୟ୍ବାଁୟ୍ତଡନ୍ ଆ ବର୍ନେଲୋଙ୍ ମଗାଡ୍ତଜି କି ତଙରନ୍ ଆଡ଼ତଜି ।7ଆନିଞ୍ଜି ମୋସାନ୍ ଆ ବନାଁୟ୍ବର୍ ଆ ଞନଙ୍ତିୟ୍ମର୍ ଏମ୍ମେନେନ୍ ଆସନ୍ ଲଡୟ୍ତଜି, ବନ୍ଡ ଅଙ୍ଗାତେ ବର୍ତଞ୍ଜି ଆରି ଅଙ୍ଗା ବର୍ନେଲୋଙ୍ ଆନିଞ୍ଜି ଞନଙନ୍ ତିୟ୍ତଜି, ତିଆତେ ନିୟ୍ ଆନିଞ୍ଜିଡମ୍ ଅଃଗନ୍ଲୁଡେଜି ।8ଇନ୍ଲେଞ୍ଜି ଜନା ବନାଁୟ୍ବରନ୍ ମନଙ୍ ଞଣ୍ଡ୍ରମ୍ଲନ୍ବୋ ଡେନ୍ ତିଆତେ ମନଙ୍ ଡେତେ ।9କେନ୍ ବନାଁୟ୍ବରନ୍ ଡରମ୍ମମରଞ୍ଜି ଆସନ୍ ତନିୟନ୍ ଅଃଡ୍ଡେଲୋ, ଆର୍ପାୟ୍ ଆଲ୍ଲେମରନ୍, ଏର୍ଡରମ୍ମମରନ୍ ଡ ଇର୍ସେମରନ୍, ଏର୍ମଡ଼ିର୍ମରନ୍ ଡ ଡରମ୍ମନ୍ ଆର୍ନିଣ୍ଡୟ୍ତେଞ୍ଜି ଆ ମନ୍ରାଜି, ଆପେୟନ୍ଆଡଙ୍ ଆସ୍ରମ୍ବବ୍ତେଞ୍ଜି ଆ ମନ୍ରାଜି ଡ ଅୟୋଙନ୍ଆଡଙ୍ ଆସ୍ରମ୍ବବ୍ତେଞ୍ଜି ଆ ମନ୍ରାଜି, ମନ୍ରାନ୍ ଆସ୍ରମ୍ବବ୍ତେଞ୍ଜି ଆ ମନ୍ରାଜି,10ଜୋଣ୍ଡଡ଼ାମରଞ୍ଜି, ଓବ୍ବାମରନ୍ ଡ ଓବ୍ବାମରନ୍ ବାତ୍ତେ ଆଡ୍ରକୋତଞ୍ଜି ଆ ମନ୍ରାଜି, ମନ୍ରାନ୍ଆଡଙ୍ ରାଉଲନ୍ ଆପ୍ରାଙ୍ତେଞ୍ଜି ଆ ମନ୍ରାଜି, ପାତ୍ୟାମରଞ୍ଜି, କଣ୍ଡାୟ୍ ସାକିନ୍ ଆତ୍ରିୟ୍ତେଞ୍ଜି ଆ ମନ୍ରାଜି ଆସନ୍, ଆରି ମନଙ୍ ଞନଙନ୍ ଆ ବିରୁଦଲୋଙ୍ ଇନିଜି ଆ ପରାନ୍ସାତ୍ତି କାବ୍ବାଡ଼ାଜି ଡକୋ ତି ଅଡ଼୍କୋନ୍ ଆସନ୍ ବନାଁୟ୍ବରନ୍ ଗନବ୍ରିନ୍ ଡେଏନ୍ ।11କେନ୍ ଆ ମନଙ୍ବର୍ ଇସ୍ୱରନ୍ ଆ ଗନୁଗୁ ପନେମେଙ୍ ଆସନ୍ ଅନପ୍ପୁଙ୍ବରନ୍ ଆସନ୍ ଅସିଲୋଙ୍ଞେନ୍ ସନୋରୋପ୍ପାୟନ୍ ଡେଏନ୍ ।ଇସ୍ୱରନ୍ ଆ ସନାୟୁମ୍ ଆସନ୍ ସନେଙ୍କେନ୍
12କାବ୍ବାଡ଼ାନ୍ ଲନୁମନ୍ ଆସନ୍ ଞେନ୍ ଆତ୍ରିୟ୍ଲିଞଞ୍ଜି ଆ ବୋର୍ସା ବାତ୍ତେ ପ୍ରବୁ ଜିସୁ କ୍ରିସ୍ଟନ୍ଆଡଙ୍ ସନେନ୍ସେନ୍ ଡେଏତୋ, ଆନିନ୍ ପ୍ରବୁନ୍ ଆ କାବ୍ବାଡ଼ା ଲୁମ୍ଲୁମନ୍ ଆସନ୍ ବାଁୟ୍ଲିଁୟ୍ ।13ଆମ୍ମୁଙ୍ମା ଞେନ୍ ଡୋସାମର୍ ଆରି ରନବ୍ବୁମର୍ ଡକୋଲିଁୟ୍ ବନ୍ଡ ଞେନ୍ ଏର୍ଡର୍ନେମର୍ ତିଆସନ୍ ଞେନ୍ ଅଗିଆନମରନ୍ ଆ କାବ୍ବାଡ଼ା ଲୁମ୍ଲାୟ୍ ଗାମ୍ଲେ ସନାୟୁମନ୍ ଞାଙ୍ଲାୟ୍ ।14ଆରି ପ୍ରବୁ ଜିସୁ କ୍ରିସ୍ଟଲେନ୍ ଆ ସନାୟୁମ୍ ଅମ୍ମେଲେ ଡର୍ନେଲୋଙନ୍ ଡ ଡନୁଙ୍ୟମ୍ଲୋଙନ୍ ଞେନ୍ ଆଜିବାଡ୍ ।15ଇର୍ସେମରଞ୍ଜିଆଡଙ୍ ଅନୁରନ୍ ତନିୟନ୍ ଆସନ୍ କ୍ରିସ୍ଟ ଜିସୁନ୍ କେନ୍ ଆ ପୁର୍ତି ଇୟ୍ଲାୟ୍, କେନ୍ ଆ ବର୍ନେ ଆଜାଡ଼ିଡମ୍ ଆରି ଡର୍ନେଡାଗୋ, ତି ଇର୍ସେମରଞ୍ଜି ଆମଙ୍ଲୋଙ୍ ସିଲଡ୍ ଞେନ୍ ସୋଡ଼ା ଇର୍ସେମର୍ ।16ଆନାଜି ପୁର୍ବାଃତେ ଅଃନ୍ନଞିଡେନ୍ ଆନମେଙ୍ ଆଞନାଙ୍ ଆସନ୍ ଜିସୁ କ୍ରିସ୍ଟନ୍ ଆମଙ୍ ଡର୍ତଞ୍ଜି ଆମଙଞ୍ଜି ଅନବ୍ଜଙନ୍ ଆସନ୍ ଞେନ୍ ଅବୟ୍ ଇର୍ସେମର୍ ଡେଲିଁୟ୍ ଜନଙ୍ଡେନ୍ ଇସ୍ୱରନ୍ ଞେନ୍ଆଡଙ୍ କାନକାରମ୍ ଗାମ୍ଲେ ଡୁଙ୍ୟମ୍ଲିଁୟ୍ ।17ଅଃନ୍ନଞିଡେନ୍, ଅଃଗିୟ୍ତାଏନ୍, ଆବୟଡମନ୍ ଆ ଇସ୍ୱର, ଆଏଡ଼ର୍ ରାଜା, ଆନିନ୍ଆଡଙ୍ ଆଏଡ଼ର୍ ମନାନ୍ନେନ୍ ଡ ଗନୁଗୁ ପନେମେଙନ୍ ଡେଏତୋ । ଆମେନ୍ ।18ଏ ଡାଙ୍ଗଡ଼ାଅନ୍ ତିମତି, ବର୍ନେନମ୍ଜି ଆମ୍ମୁଙ୍ମା ଆରବ୍ଜନାଏଞ୍ଜି ଇସ୍ୱରନ୍ ଆ ବର୍ନେ ଅନ୍ତମ୍ ଞେନ୍ ଆମନ୍ଆଡଙ୍ ବାଁୟ୍ଲମ୍, ଇସ୍ୱରନ୍ ଆମଙ୍ ସିଲଡ୍ ଆଜିର୍ରାଞନ୍ ଆ ବର୍ନେ ଅତିଆରନ୍ ଅନ୍ତମ୍ ଞଣ୍ଡ୍ରମ୍ଲନ୍ ଆମନ୍ ଅନମେଙ୍ ଅଲ୍ଜୁଜ୍ଜେଲୋଙନ୍ ଡକୋନା ।19ଡର୍ନେନ୍ ଡ ମଡ଼ିର୍ ବିବେକନ୍ ଞମ୍ଲେ ଡକ୍କୋଆ, ଆମନ୍ ଲାଙ୍ଲେଡ୍ ମନ୍ରାଞ୍ଜି ତିଆତେ ଆରମ୍ରେଙେଞ୍ଜି ସିଲଡ୍ଲ୍ଲନ୍ ଡର୍ନେ ଡୋଙ୍ଗାନ୍ ଲଗଡେନ୍ ।20ଆନିଞ୍ଜିଲୋଙ୍ ସିଲଡ୍ ଉମନାୟନ୍ ଡ ଆଲେକ୍ଜାଣ୍ଡାରନ୍ ଏତ୍ତେଗୋ ଡେଏଞ୍ଜି, ଞେନ୍ କେନ୍ ବାଗୁଞ୍ଜି ପନବ୍ରଡନ୍ ଞାଙେତଜି ଗାମ୍ଲେ ସନୁମନ୍ ଆସିଲୋଙ୍ ସୋରୋପ୍ପାୟ୍ଲାଜି, ଏତ୍ତେଲ୍ଡେନ୍ ଆନିଞ୍ଜି ଇସ୍ୱରନ୍ଆଡଙ୍ ଅଃନ୍ନିଣ୍ଡୟେଜି ।