ଜିବନ୍ ପାକ୍ନା ଆରି ସୁକଲ୍ କୁଟୁମ୍
1ତମେ ନୁଆ ଜିବନ୍ ପାଇଲାର୍ପାଇ ସବୁ କାରାପ୍ ବିସଇର୍ଟାନେଅନି ଦୁରିକେ ରୁଆ । ସବୁ ରକାମ୍ ମିଚ୍ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍ ।2ଏବେ ଜନମ୍ ଅଇଲା କଅଁଲା ପିଲାମନ୍ ଦୁଦ୍ କାଇବାକେ ଜେନ୍ତାରି ମନ୍ କର୍ବାଇ, ସେନ୍ତାରିସେ ତମେ ଆତ୍ମାର୍ ଦୁଦ୍ କାଇବାକେ ମନ୍ କରା । ସେଟା ଅଇଲାନି ପର୍ମେସରର୍ ସତ୍ ବାକିଅ । ସେଟା କାଇବାକେ ମନ୍ କଲେ, ତମର୍ ମୁକ୍ତି ସିଦ୍ ଅଇବାଜାକ ତମେ ବିସ୍ବାସେ ଅଦିକ୍ ଅଦିକ୍ ବଡି ଆଇସା ।3ସାସ୍ତରେ ଲେକା ଅଇଲାପାରା “କାଇକେ ବଇଲେ, ମାପ୍ରୁ ଜିବନ୍ ଦୁକାଇ ଦୟା କଲାଟା ତମେ ଜାନିସାରାଇ ଆଚାସ୍ ।”4ତେବର୍ପାଇ କିରିସ୍ଟର୍ ଲଗେ ଆସା । ସେ, ଗର୍ ଡାଟ୍ କର୍ବା ଜିବନ୍ ପାକ୍ନା ପାରା ଆଚେ । ଏ ପାକ୍ନା, କାଇ ମୁଲିଅ ନାଇ ବଲି, ଲକ୍ମନ୍ ଚାଡିଦେଇରଇଲାଇ । ମାତର୍ ପର୍ମେସର୍ ସେଟାକେସେ, ବେସି ମୁଲିଅ ରଇବାଟା ବଲି ବାଚିଆଚେ ।5ତାର୍ ଲଗେ ଆଇଲାର୍ପାଇ ତମେ ଜିବନ୍ ରଇବା ପାକ୍ନାପାରା ଅଇଆଚାସ୍ । କାଇକେବଇଲେ, ତମ୍କେ ଜଡିକରି ଗଟେକ୍ ଆତ୍ମା ରଇବା ମଣ୍ଡଲି ତିଆର୍ ଅଇଲାନି । ଆରି ପର୍ମେସରର୍ ସୁକଲ୍ ରଇବା ପୁଜାରି ଇସାବେ ତମେ ତାକେ ସେବା କଲାସ୍ନି । ଜିସୁକିରିସ୍ଟର୍ ଲାଗି ଏ ଆତ୍ମାର୍ ସେବା ପର୍ମେସର୍କେ ସାର୍ଦା କରାଇସି ।6ସାସ୍ତରେ କଇଲାପାରା“ଦେକା, ମୁଇ ସବୁର୍ତେଇଅନି ଅଦିକ୍ ମୁଲିଅ ରଇବା ପାକ୍ନା ବାଚ୍ଲିଆଚି,ସେଟା ଗର୍ କନର୍ ମୁଲ୍ପାକ୍ନା ଇସାବେ ସିୟନେ ସଙ୍ଗଇଆଚିକେ ଜଦି ତାକେ ବିସ୍ବାସ୍ କର୍ବାଇ, ସେ କେବେ ଲାଜ୍ ନଏଁ ।”7ତମେ ବିସ୍ବାସି ଲକ୍ମନର୍ପାଇ, ଏ ପାକ୍ନା ବେସି ମୁଲିଅ ରଇବାଟା । ମାତର୍ ଜେତ୍କି ଲକ୍ ବିସ୍ବାସ୍ କରତ୍ ନାଇ, ସାସ୍ତରେ ଲେକା ଅଇଲା ବିସଇ ସେମନ୍ ମନେ ରକ୍ବାର୍ ଆଚେ ।“ଗର୍ ତିଆର୍ କରୁମନ୍ ଜନ୍ ପାକ୍ନା ଚାଡିଦେଇରଇଲାଇ,ସେ ପାକ୍ନାକେସେ ପର୍ମେସର୍ ସବୁର୍ଟାନେ ଅନି ମୁଲିଅ ରଇବା ପାକ୍ନା କଲାଆଚେ ।”8ସାସ୍ତରେ ଲେକା ଅଇଲା ଆରି ଗଟେକ୍ ବିସଇ ମିସା ସେମନ୍ ଏତାଇବାର୍ ଆଚେ ।“ଏ ପାକ୍ନା କେତେ ଲକର୍ପାଇ ବାଦା ଆନ୍ସି ।ତେଇ ବେସି ଲକ୍ ଜଟିଆଇ ଅଇ ଅଦର୍ବାଇ ।”“ସେମନ୍ ପର୍ମେସରର୍ ବାକିଅ ବିସ୍ବାସ୍ ନ କଲାର୍ପାଇ ଜଟିଆଇ ଅଇ ଅଦର୍ବାଇ । ଏଟା ତାକର୍ପାଇ ପର୍ମେସରର୍ ଜଜ୍ନା ରଇଲା ।”9ମାତର୍ ତମେ, ବାଚି ଅଇରଇବା ପର୍ମେସରର୍ କୁଟୁମ୍ । ଆରି ଆମର୍ ରାଜାର୍ ପୁଜାରି ଦଲ୍ । ପର୍ମେସରର୍ ଚକିତ୍ ଅଇଜିବା କାମ୍ ଜାନାଇବାକେ ସେ ବାଚିରଇବା ତାର୍ ନିଜର୍ ଲକ୍ ଅଇଆଚାସ୍ । ଆନ୍ଦାର୍ ବିତ୍ରେ ଅନି ତାର୍ କାବା ଅଇଜିବା ଉଜଲେ ଜିବାକେ ସେ ତମ୍କେ ଡାକି ଆଚେ ।10ଆଗେ ତମେ ତାର୍ ନିଜର୍ ଲକ୍ ନ ରଇଲାସ୍ । ମାତର୍ ଏବେ ତାର୍ ନିଜର୍ ଲକ୍ ଅଇଆଚାସ୍ । ଆଗେ ତାର୍ ଦୟା ପାଇ ନ ରଇଲାସ୍, ମାତର୍ ଏବେ ପାଇଆଚାସ୍ ।ପର୍ମେସରର୍ ଗତି ଦାଙ୍ଗ୍ଡା
11ଏ ମର୍ ମଇତର୍ମନ୍, ତମେ ଏ ଜଗତେ ବିଦେସି ପାରା ଆଚାସ୍ ଆରି ଚନେକର୍ ପାଇସେ ଇତି ରଇଲାସ୍ନି । ତମର୍ ଗାଗ୍ଡେ ରଇବା ପାପର୍ ଗୁନ୍ଚଲନେ ଅନି ଆଇବା ସବୁ ରକାମ୍ କାରାପ୍ ମନ୍କର୍ବା ଟାନେଅନି ଦୁରିକେ ରୁଆ ।12ତମର୍ ନଅରେ ରଇବା ବିସ୍ବାସ୍ ନ କର୍ବା ଲକ୍ମନ୍ ଦେକ୍ବା ଇସାବେ ତମର୍ ଚଲାଚଲ୍ତି ନିକ ରଇବାର୍ଆଚେ । ସେନ୍ତାରି ରଇଲେ ସେମନ୍ ତମର୍ ବିରୁଦେ ନିନ୍ଦା କାତା କଇଲେ ମିସା, ତମେ କରିରଇବା ନିକ କାମ୍ ଦେକିକରି ପର୍ମେସର୍ ବାଉଡିଆଇବା ଦିନେ ତାକେ ଡାକ୍ପୁଟା କର୍ବାଇ ।13ତମର୍ ଉପ୍ରେ ଅଦିକାର୍ କର୍ବା ଲକ୍ମନ୍କେ ଆମର୍ ମାପ୍ରୁର୍ ଲାଗି ମାନିକରି ରୁଆ । ସବୁର୍ଟାନେଅନି ଅଦିକାର୍ ରଇବା ସାସନ୍କାରିଆକେ ମିସା ମାନିକରି ରୁଆ ।14ସବୁର୍ଟାନେଅନି ବଡ୍ ସାସନ୍କାରିଆ, ଜେ କି କାରାପ୍ କାମ୍ କର୍ବା ଲକ୍ମନ୍କେ ଡଣ୍ଡ୍ ଦେବାକେ ଆରି ନିକ କାମ୍ କର୍ବା ଲକ୍ମନ୍କେ ଡାକ୍ପୁଟା କର୍ବାକେ ପାଟାଇଆଚେ, ତାକେ ମିସା ମାନିକରି ରୁଆ ।15କାଇକେବଇଲେ, ତମେ କରିରଇବା ନିକ କାମର୍ଲାଗି କାଇ ଲଡାକେ ନ ଆଇବା କାତା କଇବୁଲ୍ବା ଲକ୍ମନ୍କେ ଚୁପ୍ କରାଇବାକେ ପର୍ମେସର୍ ମନ୍ କଲାନି ।16ତମେ ମୁକଲ୍ଲା ଲକ୍ମନ୍ ବଲି ତମର୍ ଜିବନର୍ ଚଲାଚଲ୍ତିତେଇ ଦେକାଆ । ମାତର୍ ଆମ୍କେ ମୁକ୍ତି ମିଲ୍ଲାଆଚେ ବଲି କାଇଟା ମିସା କର୍ବୁ ବଲି ନ ବାବିକରି ପର୍ମେସର୍କେ ସେବା କରା ।17ସବୁ ଲକ୍ମନ୍କେ ସନ୍ମାନ୍ ଦିଆସ୍ । ବିସ୍ବାସି ବାଇବଇନିମନ୍କେ ଆଲାଦ୍ କରା । ପର୍ମେସର୍କେ ମାନିକରି ରୁଆ । ଆରି ସବୁର୍ ଉପ୍ରର୍ ସାସନ୍କାରିଆକେ ସନ୍ମାନ୍ ଦିଆସ୍ ।କିରିସ୍ଟର୍ ଦୁକ୍ବଗର୍ ସିକିଆ
18ତମର୍ ବିତ୍ରେ ଜେତ୍କି ଲକ୍ ଗତିଦାଙ୍ଗ୍ଡା ଅଇଆଚାସ୍, ତମର୍ ସାଉକାର୍ମନର୍ କାତା ମାନିକରି ରୁଆ ଆରି ସେମନ୍କେ ପୁରାପୁରୁନ୍ ସନ୍ମାନ୍ ଦିଆସ୍ । ଦରମ୍ ରଇବା ସାଉକାର୍ମନ୍ ରଇଲେ, କି ଟେରା ରଇବା ସାଉକାର୍ମନ୍କେ ମିସା ଏନ୍ତାରି କର୍ତେରୁଆ ।19ତମର୍ କାଇ ବୁଲ୍ ନ ରଇଲେ ମିସା ମୁର୍ଚିକରି ରଇଲେ, ତେଇ ପର୍ମେସର୍ ସାର୍ଦା ଅଇସି । କାଇକେବଇଲେ ତମେ ତାର୍ ମନ୍ କଲାଟା ସିଦ୍ କଲାସ୍ନି ।20ଜଦି ବୁଲ୍ କଲାର୍ପାଇ ଦୁକ୍କସ୍ଟ ମୁର୍ଚି କରି ଡଣ୍ଡ୍ ପାଇଲେ, ତେଇ ତମେ କଲା କରମ୍ସେ ପାଇଆଚାସ୍ । ମାତର୍ ସତ୍କାମ୍ କରି ଦୁକ୍ କସ୍ଟ ମୁରଚ୍ଲେ, ସେଟା ପର୍ମେସର୍କେ ସାର୍ଦା କରାଇସି ।21ସେନ୍ତାରି ଚଲାଚଲ୍ତି କର୍ବାକେ ପର୍ମେସର୍ ତମ୍କେ ଡାକ୍ଲାଆଚେ । କିରିସ୍ଟ ତମର୍ପାଇ ଦୁକ୍କସ୍ଟ ମୁର୍ଚି କରି, ତମେ ଚଲାଚଲ୍ତି କର୍ବାଟା ଦେକାଇଆଚେ ।22ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।23ଲକ୍ମନ୍ ତାକେ କିଜାଇଲାବେଲେ ସେ ନିନ୍ଦା କାତାକଇ ଟଣ୍ଡ୍ ଲାଗାଏ ନାଇ । ତାକେ ଦୁକ୍ କସ୍ଟ ଦେଲାକେ ସେ ଦମ୍କାଏ ନାଇ । ମାତର୍ କାଇ ଅନିଆଇ ନ କର୍ବା ପର୍ମେସର୍କେ ସବୁ ବିସଇ ଚାଡିଦେଲା ।24ଆମେ ପାପ୍ କଲାର୍ପାଇ ପାଇବା ଡଣ୍ଡ୍ କୁରୁସ୍କାଟେ ମରିକରି କିରିସ୍ଟ ନିଜେ ବଇନେଲା । ପାପ୍ କର୍ବାଟା ଚାଡିକରି ଦରମ୍ ଚଲାଚଲ୍ତି କର୍ବାକେ ସେ ଏନ୍ତାରି କଲା । ତାର୍ ଗାଗ୍ଡେ ମାରି ରଇବା ଗାଉର୍ ଲାଗି ଆମେ ନିକ ଅଇଆଚୁ ।25ଆଗ୍ତୁ ତମେ ବାଟ୍ ବାନା ଅଇଲା ମେଣ୍ଡାପାରା ରଇଲାସ୍, ମାତର୍ ଏବେ ସେ ତମ୍କେ ଡାକି ଆନିଆଚେ । ସେ ଆକା ତମ୍କେ ଜତନ୍କରି ତମର୍ ଆତ୍ମାମନ୍କେ ଜାଗ୍ଲାନି ।