କୁରୁସ୍କାଟେ ମଲା କିରିସ୍ଟର୍ କାତା
1ଏ ବାଇବଇନିମନ୍, ଜେଡ୍କିବେଲେ ମୁଇ ତମର୍ ଲଗେ ପର୍ମେସରର୍ ଟିକିନିକି କାତା ସୁନାଇବାକେ ଆସି ରଇଲି ପଣ୍ଡିତ୍ମନର୍ ପାରା କି ବାସଣ୍ ଦେବା ଲକର୍ପାରା ବଡ୍ ବଡ୍ କାତା କଇ ନ ରଇଲି ।2କାଇକେବଇଲେ କୁରୁସ୍ କାଟେ ମରିରଇବା ଜିସୁ କିରିସ୍ଟକେ ଚାଡି ଆରି ବିନ୍ ବିସଇ ତମ୍କେ ନ କଇ ବଲି ମୁଇ ଟିକ୍ କଲି ।3ସେବେଲେ ମୁଇ ତମର୍ ଲଗେ ଦୁର୍ବଲ୍ ଅଇ ଡରିକରି ରଇଲି ଆରି ତର୍ତରି ଗଜ୍ଗଜି ରଇଲି ।4ଜେନ୍ତିକି ତମର୍ ବିସ୍ବାସ୍ ମୁନୁସର୍ ଗିଆନ୍ ଉପ୍ରେ ନ ରଇକରି ପର୍ମେସରର୍ ବପୁ ଉପ୍ରେ ବାନ୍ଦିଅଇ ରଅ ।5ତେବର୍ପାଇ ମର୍ ସିକିଆ ଆରି ମୁଇ ସୁନାଇବା ବାକିଅ, ମର୍ ନିଜର୍ ଗିଆନେ ଅନି ନ ରଇଲା । ଚାଲାକି କାତା କଇକରି ମୁଇ ସୁନାଇଲାଟା ତମ୍କେ ବିସ୍ବାସ୍ କରାଇନାଇ । ମାତର୍ ପର୍ମେସରର୍ ଆତ୍ମା ଆରି ତାର୍ ବପୁ ସଙ୍ଗ୍ ମୁଇ କଇଲା ବିସଇ ସତ୍ ବଲି ଜାନାପଡ୍ଲା ।ପର୍ମେସରର୍ ଗିଆନ୍
6ଏଲେମିସା ଆମେ ଜେଡେବଲ୍ ଆତ୍ମାଇ ବଡିରଇବା ବିସ୍ବାସିମନର୍ ସଙ୍ଗ୍ ରଇଲାବେଲେ ଗିଆନର୍ କାତା କଇଲୁନି । ମାତର୍ ସେଟା ଏ ଜୁଗର୍ ଗିଆନ୍ ନଏଁ କି ଏ ଜୁଗର୍ ନସ୍ଟ ଅଇଜାଇରଇବା ନେତାମନର୍ ଗିଆନ୍ ନଏଁ ।7ନାଇ, ଜନ୍ ଗିଆନର୍ ବିସଇ ଆମେ କଇଲୁନି, ସେଟା ପର୍ମେସରର୍ ଟିକିନିକି ଗିଆନର୍ କାତା । ପୁର୍ବେ ପର୍ମେସର୍ ତାର୍ ଜଜ୍ନା କାକେ ମିସା ଜାନାଏ ନାଇ । ସେ ଜଜ୍ନା ଇସାବେ, ପଚ୍କେ ଆମର୍ ମଇମାର୍ପାଇ ସେ ବାଚିରଇଲା ।8ଏ ଜୁଗର୍ ଅଦିକାରିମନ୍କେ ମିସା ସେଟା ବୁଜତ୍ନାଇ । କାଇକେବଇଲେ ସେମନ୍ ସେଟା ଜାନିରଇଲେ ଡାକ୍ପୁଟା ମାପ୍ରୁକେ କୁର୍ସେ ମାରି ନ ରଇତାଇ ।9ଜେନ୍ତାରି କି ସାସ୍ତରେ ଲେକା ଆଚେ,ଜନ୍ଟାକି କାର୍ ଆଁକି କେବେ ଦେକେନାଇ,କାର୍ କାନ୍ କେବେ ସୁନେ ନାଇ ଆରି କେ ମିସା କେବେ ବାବି ନ ରଅତ୍, ସେ ସବୁ ବିସଇ,ପର୍ମେସର୍ ଜନ୍ ଲକ୍ମନ୍କେ ଆଲାଦ୍ କଲାନି,ତାକର୍ପାଇ ତିଆର୍ କଲାଆଚେ ।10ମାତର୍ ଆମ୍କେସେ ପର୍ମେସର୍ ତାର୍ ଟିକିନିକି ବିସଇ ଜାନାଇଆଚେ । ସେ ସୁକଲ୍ ଆତ୍ମାସେ ସବୁ ବିସଇ ସିକାଇସି ଆରି ତାର୍ ବିତ୍ରେ ରଇବା ଟିକିନିକି ଚିନ୍ତା ମିସା କର୍ସି ।11ମୁନୁସ୍ କର୍ବା ଚିନ୍ତା ସବୁ ତାର୍ ବିତ୍ରେ ରଇବା ଆତ୍ମାକେ ଚାଡ୍ଲେ ଆରି କେ ମିସା ନାଜାନତ୍ । ସେନ୍ତିସେ ପର୍ମେସରର୍ ସବୁ ଚିନ୍ତା କଲାଟା ତାର୍ ଆତ୍ମାକେ ଚାଡିଦେଲେ ଆରି କେ ମିସା ନାଜାନତ୍ ।12ଏ ଜଗତର୍ ଲକ୍ମନ୍ ପାଇରଇବା ଆତ୍ମା ପାରା ଆମେ ପାଉନାଇ । ମାତର୍ ପର୍ମେସରର୍ ଆତ୍ମା ପାଇଆଚୁ । ଜେନ୍ତାରିକି ଜନ୍ ସବୁ ବିସଇ ଆମ୍କେ ସେ ଦେଲାଆଚେ, ସେଟା ସବୁ ଆମେ ଜାନ୍ବୁ ।13ତେବେ ସେ ସବୁ ବିସଇ ମିସା ଆମେ ଜଗତର୍ ଗିଆନ୍ ଇସାବେ ସିକାଉନାଇ, ମାତର୍ ଜନ୍ ବିସଇ ଆମ୍କେ ପର୍ମେସରର୍ ସୁକଲ୍ ଆତ୍ମା ସିକାଇଲା ଆଚେ, ସେ ବିସଇ ଆକା ସିକାଇଲୁନି । ଜନ୍ ଲକ୍ମନ୍ ସୁକଲ୍ ଆତ୍ମା ପାଇଆଚତ୍, ସେ ଲକ୍ମନ୍କେ ଏ ଆତ୍ମାର୍ ବିସଇ ସିକାଇଲୁନି ।14ମାତର୍ ସୁକଲ୍ଆତ୍ମା ନ ପାଇ ରଇବା ଲକ୍, ଆତ୍ମାର୍ ବିସଇ ନ ମାନେ, ମାତର୍ ସେଟାମନ୍ ତାର୍ପାଇ ଗଟେକ୍ କାଇଟା ନାଜାନ୍ବା ବକୁଆ ପାରା, ଆରି ସେ ସେଟା ବୁଜି ନାପାରେ, କାଇକେବଇଲେ ସେ ସବୁ ବିସଇ ସୁକଲ୍ ଆତ୍ମା ସିକାଇଲେ ସେ ବୁଜିଅଇସି ।15ମାତର୍ ଜନ୍ଲକ୍ମନ୍ ଆତ୍ମା ପାଇଆଚତ୍, ସେ ସବୁ ବିସଇର୍ ମୁଲିଅ, ସତ୍ ବାବେ ବିଚାର୍ କର୍ସି । ଏଲେ ମିସା ତାକେ କେ ବିଚାର୍ ନ କରତ୍ ।16ସାସ୍ତରେ ଲେକା ଅଇଲାପାରା କେ ମିସା ମାପ୍ରୁର୍ ମନର୍ କାତା ଜାନି ନାପାରତ୍, କି କେ ମିସା ତାକେ ସିକାଇ ନାପାରତ୍ । ମାତର୍ ଆମେ କିରିସ୍ଟର୍ ମନ୍ ପାଇଆଚୁ ।