ସାଦୁ ଲକର୍ ପାଇ ଦାନ୍
1ଜିଉଦା ମଣ୍ଡଲିର୍ ବିସ୍ବାସିମନ୍କେ ଡାବୁ ସାଇଜ କର୍ବା ବିସଇ ମୁ ଲେକ୍ଲିନି । ମୁ ଗାଲାତିଅ ମଣ୍ଡଲିମନ୍କେ ଜାଇଟା କର୍ବାକେ ଆଦେସ୍ ଦେଲିଆଚି, ସେ ଆଦେସ୍ ଡାଁଟ୍ ସଙ୍ଗ୍ କର୍ବାର୍ଆଚେ ।2ତମର୍ କାମାଇବା ଇସାବେ, ସବୁ ବିସ୍ବାସିମନ୍, ବିସ୍ରାମ୍ ଦିନେ ମଣ୍ଡଲିତେଇ ରୁଣ୍ଡ୍ଲାବେଲେ ଅଲପ୍ ଅଲପ୍ ଡାବୁ ଜମାଇବାର୍ ଆଚେ । ଜେନ୍ତିକି ମୁଇ ଆଇଲାବେଲେ ଆରି ଡାବୁ ତଲ୍ବାକେ ନ ଲାଗେ ।3ମୁଇ ଆଇଲାବେଲେ ତମେ ବାଚିରଇବା ଲକ୍ମନ୍କେ ଗଟେକ୍ ଚିଟି ଲେକିଦେବି ଆରି ସେମନ୍ ଜମାଇଲା ଡାବୁ ଆରି ସେମନ୍କେ ଜାନାଇବା ଚିଟି ଦାରି, ଜିରୁସାଲାମ୍ ଜିବାଇ ।4ଜଦି ମର୍ ଜିବାକେ ଦର୍କାର୍ ଅଇସି ବଇଲେ ସେମନ୍ ମର୍ସଙ୍ଗ୍ ଜାଇପାରତ୍ ।ପାଉଲର୍ ଉପାଇ
5ମାତର୍ ମୁଇ ଏବେ ମାକିଦନିଆଇ ଗାଲିନି । ତେଇଅନି ଜାଇ ଆଇଲେ ତମର୍ ଲଗେ ଆଇବି ।6ମୁଇ ତେଇ ତମର୍ ସଙ୍ଗ୍ କେତେକ୍ ଦିନ୍ ରଇବି । ଅଇପାରେ ସିତ୍ଦିନ୍ ସାର୍ବା ଜାକ । ତାର୍ପଚେ ଜନ୍ତି ଜିବାକେ ମନ୍ କଲିନି, ତେଇ ଜିବାକେ ତମେ ମକେ ସାଇଜ କରିପାରାସ୍ ।7କାଇକେବଇଲେ ଜିବାବେଲେ ବାଟେ ତମର୍ ସଙ୍ଗ୍ ବେଟ୍ ଅଇକରି ଚନେକ୍ସେ ରଇବାକେ ମର୍ ମନ୍ ନାଇ । ମୁଇ ଆସା କଲିନି ମାପ୍ରୁ ମନ୍ କଲେ ମୁଇ ତମର୍ ସଙ୍ଗ୍ ଏତର୍ ବେସି ଦିନ୍ ରଇବି ।8ମାତର୍ ମୁଇ ପେନ୍ଟିକସ୍ଟ୍ ପରବ୍ ଜାକ ଏପିସିଏ ରଇବି,9ଇତି ମର୍ ବିରଦେ ବେସିଲକ୍ ରଇଲେ ମିସା, ସପଲ୍ ଅଇବା କାମ୍ କର୍ବାକେ ମର୍ ପାଇ ଦୁଆର୍ ଉଗାଡି ଅଇଆଚେ ।10ଜଦି ତିମତି ତମର୍ଟାନେ ଆଇଲେ, ତାକେ ଗତିଆ କରି ଡାକିନିଆ । କାଇକେବଇଲେ ସେ ମିସା ମର୍ପାରା ମାପ୍ରୁର୍ କାମ୍ କଲାନି ।11ସେଟାର୍ ପାଇ ତାକେ କେ ମିସା ସାନ୍ ପାରା ଦେକାନାଇ । ମାତର୍ ତାକେ ସାଇଜ କରା, ଜେନ୍ତିକି, ସେ ତମର୍ ଜାଗାଇଅନି ଗାଲାବେଲେ, ସାନ୍ତିସଙ୍ଗ୍ ଜାଇପାର୍ସି । ଆରି ସେ ମର୍ଲଗେ ବାଅଡ୍ସି । ଇତିର୍ ବାଇବଇନିମନର୍ ସଙ୍ଗ୍ ମୁଇ ତାକେ ଜାଗ୍ଲିନି ।12ବାଇ ଆପଲର୍ ବିସଇ ମୁଇ କଇଲିନି । ବିନ୍ ବିସ୍ବାସିମନର୍ ସଙ୍ଗ୍ ତମ୍କେ ବେଟ୍ ଅଇବାକେ ମୁଇ ତାକେ ବେସି ତର୍ ସାର୍ଦା କରାଇଲି, ମାତର୍ ସେ ଏବେ ଜିବାକେ ମୁଲ୍କେ ରାଜି ଅଏନାଇ । ପଚେ ସୁଜଗ୍ ମିଲ୍ଲେ ସେ ତମର୍ଟାନେ ଆଇସି ଆକା ।ସାରାସାରିର୍ କାତା
13ତମେ ଜାଗ୍ରତ୍ ରଇକରି ବିସ୍ବାସେ ଡାଁଟ୍ ରୁଆ । ବପୁ ଅଇକରି ସାଆସେ ରୁଆ ।14ତମେ କର୍ବା ସବୁ କାମ୍ ଆଲାଦେ ସାରାଇବାର୍ ଆଚେ ।15ଏ ବାଇମନ୍, ତମେ ତିପାନ୍ ଆରି ତାର୍ କୁଟୁମ୍ ବିସଇ ଜାନାସ୍ । ସେମନ୍ ଆକାୟାର୍ ପର୍ତୁମ୍ ବିସ୍ବାସିମନ୍ ଆରି ପର୍ମେସରର୍ ଲକ୍ମନର୍ ସେବାଇ ନିଜେ ସର୍ପି ଅଇଲାଇ ଆଚତ୍ । ଏ ବାଇବଇନିମନ୍ ମୁଇ ତମ୍କେ ବାବୁଜିଆ କଲିନି,16ଏନ୍ତାରି ଦାଇତ୍ ନେବା ଲକ୍ମନର୍ ତଲିଆ ରୁଆ । ଆରି ସେମନର୍ ସଙ୍ଗ୍ ସେବା କର୍ବା ଲକ୍ମନର୍ ତଲିଆ ଉଆ ।17ତିପାନା, ପର୍ତୁନାତ୍ ଆରି ଆକାଇ ଇତି ଆଇଲାକେ ମୁଇ ବେସି ସାର୍ଦା ଅଇଲିନି । କାଇକେବଇଲେ ତମେ ନ ରଇଲେ ମିସା ସେମନ୍ ତମର୍ ଜାଗାଇ ରଇଲା ପାରା ।18ତମ୍କେ ଜେନ୍ତି ସାର୍ଦା କରାଇଲାଇ, ମକେ ମିସା ସେନ୍ତି ସାର୍ଦା କରାଇଲାଇ । ଏନ୍ତାରି ଲକ୍ମନ୍କେ ନାମ୍ବାର୍ ଆଚେ ।19ଆସିଆ ଦେସର୍ ମଣ୍ଡଲିମନ୍ ତମ୍କେ ଜୁଆର୍ ଜାନାଇଲାଇନି । ଆକିଲା, ପିରିସ୍କିଲା ଆରି ସେମନର୍ ଗରେ ଉପାସନା କର୍ତେରଇବା ମଣ୍ଡଲି ମାପ୍ରୁର୍ ନାଉଁ ଦାରି ତମ୍କେ ତାକର୍ ମନ୍ ବିତ୍ରେ ଅନି ଜୁଆର୍ ଜାନାଇଲାଇନି ।20ଇତିର୍ ବାଇବଇନିମନ୍ ସବୁ ତମ୍କେ ଜୁଆର୍ ଜାନାଇଲାଇନି । ତମର୍ ତମର୍ ବିତ୍ରେ ଆତେ ଦାରାଦାରି ଅଇ କିରିସ୍ଟର୍ ଆଲାଦେ ସାଲାମ୍ କରି ଜୁଆର୍ବେଟ୍ ଉଆ ।21ମୁଇ ପାଉଲ୍, ଏତ୍କିସେ ଲେକି ଜୁଆର୍ ଜାନାଇଲିନି ।22ଜଦି କେ ମାପ୍ରୁକେ ଲାଡ୍ ନ କରେ, ସେ ଅବିସାପ୍ ପାଅ । ମାରାନାତା, ଆମର୍ ମାପ୍ରୁ ଆସ ।23ମାପ୍ରୁ ଜିସୁର୍ ଜିବନ୍ ଦୁକାନି ତମର୍ଟାନେ ରଅ ।24କିରିସ୍ଟ ଜିସୁକିରିସ୍ଟର୍ ସଙ୍ଗ୍ ମିସିରଇବା ସବୁକେ ମର୍ ଆଲାଦ୍ ରଅ ।