କିରିସ୍ଟ ଆରିତରେକ୍ ଉଟ୍ଲାଟା
1ଏ ବାଇବଇନିମନ୍, ମୁଇ ତମର୍ ଲଗେ ଜନ୍ ସୁବ୍କବର୍ ଜାନାଇରଇଲି ସେଟା ତମ୍କେ ଏତାଇଦେବି ବଲି ମନ୍ କଲିନି । ସେଟା ତମେ ମାନି ରଇଲାସ୍ ଆରି ତେଇସେ ତମର୍ ବିସ୍ବାସ୍ ଡାଁଟ୍ ଆଚେ ।2ଜଦି ଏ ସୁସମାଚାର୍ ତମେ ଡାଟ୍ ସଙ୍ଗ୍ ଦାରିରଇସା, ତେବେ ଉଦାର୍ ପାଇସା, ନଇଲେ ତମେ ବେକାର୍ ବିସ୍ବାସି ଅଇ ଆଚାସ୍ ।3କାଇକେବଇଲେ ଜନ୍ ସିକିଆ ମୁଇ ପାଇରଇଲି, ତେଇଅନି ଏ ବଡ୍ ସିକିଆ ତମ୍କେ ସିକାଇ ରଇଲି । ସାସ୍ତର୍ ଇସାବେ କିରିସ୍ଟ ଆମର୍ ପାପ୍ କେମା ଅଇବାକେ ମରିଗାଲା ।4ତାକେ ତପିରଇଲାଇଜେ, ସାସ୍ତର୍ ଇସାବେ ତିନ୍ଦିନ୍ ନ ଅଇତେ ତାକେ ପର୍ମେସର୍ ଜିବନ୍ କରି ଉଟାଇଲା ।5ସେ ପିତର୍ ଆରି ତାର୍ ବାର୍ଟା ପେରିତ୍ ସିସ୍ମନ୍କେ ଦର୍ସନ୍ଦେଲା ।6ତାର୍ ପଚେ ତର୍ ସଙ୍ଗ୍ ଜାଇତେରଇବା ଏକାତର୍ ପାଁଚ୍ସଅ ଲଗେଅନି ଅଦିକ୍ ବାଇମନ୍କେ ଦର୍ସନ୍ ଦେଲା । ସେମନର୍ ବିତ୍ରେ ଅନି କେତେଲକ୍ ମରିଗାଲାଇ ଆରି ବେସି ଲକ୍ ଆଜିକେ ଜାକ ଜିବନ୍ ଆଚତ୍ ।7ତାର୍ପଚେ ସେ ଜାକୁବ୍କେ ଆରି ସବୁ ପେରିତ୍ମନ୍କେ ଦର୍ସନ୍ ଦେଲା ।8ସେ ଦର୍ସନ୍ ଦେଲା ଲକ୍ମନର୍ ବିତ୍ରେ ସାରାସାରି ମୁଇ ରଇଲି । ସବୁର୍ ପଚେ, ଦିନ୍ ନ କେଟ୍ତେ, ଜନମ୍ ଅଇଲା ପିଲା ପାରା ମକେ ମିସା ଦର୍ସନ୍ ଦେଲା ।9ସବୁ ପେରିତ୍ ସିସ୍ମନର୍ ବିତ୍ରେ ଅନି ମୁଇସେ ସାନ୍ । ପେରିତ୍ ବଲି ଡାକାଇ ଅଇବାକେ ମର୍ ଅଦିକାର୍ ନାଇ । କାଇକେବଇଲେ ପର୍ମେସରର୍ ମଣ୍ଡ୍ଲିର୍ ବିସ୍ବାସିମନ୍କେ ମୁଇ କସ୍ଟ ଦେଇତେ ରଇଲି ।10ଅଇଲେ ମିସା, ପର୍ମେସରର୍ ଜିବନ୍ ଦୁକାଇଲାଟାନେଅନି ମୁଇ ଏବେ ଏନ୍ତାରି ଆଚି । ତାର୍ ଜିବନ୍ ଦୁକାଇଲାଟା ମକେ ଦାରି ଆଚେ ବଲି ଜାନା ପଡ୍ଲାନି । କାଇକେବଇଲେ ମର୍ ସଙ୍ଗର୍ ପେରିତ୍ ମନର୍ଟାନେଅନି ମୁଇ ଅଦିକ୍ କାମ୍ କରିଆଚି । ମାତର୍ ସେଟା ମର୍ ନିଜର୍ ବପୁସଙ୍ଗ୍ ନାଇ, ପର୍ମେସର୍ ଜିବନ୍ ଦୁକାଇ ମକେ ସାଇଜ କଲା ।11ଅଇଲେ ମିସା ମୁଇ ସୁବ୍କବର୍ ଜାନାଇଲେ କି ସେମନ୍ ଜାନାଇଲେ ମିସା କିଚି ବିନ୍ ନାଇ । କାଇକେବଇଲେ ଆମେ ସବୁ ଜାନାଇବାଟା ଗଟେକ୍ ବିସଇସେ । ସେଟା ତମେ ବିସ୍ବାସ୍ କରିଆଚାସ୍ ।ଆମେ ଆରିତରେକ୍ ଉଟ୍ବା ବିସଇ
12ଜଦି କିରିସ୍ଟକେ ପର୍ମେସର୍ ମଲାତେଇଅନି ଜିବନ୍ କରି ଉଟାଇଆଚେ ବଲି ଆମେ ସିକାଇଲୁନି, ତେବେ କାଇକେ ତମର୍ ବିତ୍ରେ କେତେଲକ୍, ମଲା ଲକ୍ମନର୍, ଆରି ତରେକ୍ ଜିବନ୍ ଅଇବାଟା ନଏଁ, ବଲି କଇଲାସ୍ନି ?13ମଲା ଲକ୍ମନ୍ ଆରିତରେକ୍ ଜିବନ୍ ନ ଅଇବାଟା ଜଦି ସତ୍, ତେବେ କିରିସ୍ଟକେ ମିସା ଜିବନ୍ କରାଇ ଉଟାଏ ନାଇ ।14ଆରି, ଜଦି କିରିସ୍ଟକେ ମଲାତେଇ ଅନି ଉଟାଏ ନାଇ, ତେବେ ଆମେ ଜାନାଇବାଟା ଚୁଚାଇସେ, ତମେ ବିସ୍ବାସ୍ କର୍ବାଟା ମିସା ଚୁଚାଇସେ ।15ସେତ୍କିସେ ନଏଁ, ଆମେ ପର୍ମେସରର୍ ବିସଇର୍ ମିଚ୍ ସାକି ଦେଇତେରଇଲୁ ବଲି ଜାନାପଡ୍ସି । କାଇକେବଇଲେ ଆମେ କିରିସ୍ଟକେ ଜିବନ୍ କରାଇ ଉଟାଇ ଆଚେ ବଲି କଇରଇଲୁ । ମାତର୍ ମଲାଲକ୍ ଜିବନ୍ ଅଇ ନ ଉଟତ୍, ସେଟା ଜଦି ସତ୍, ସେନ୍ତାର୍ଆଲେ ପର୍ମେସର୍ କିରିସ୍ଟକେ ଜିବନ୍ କରାଇ ଉଟାଏ ନାଇ ।16ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ, କିରିସ୍ଟକେ ମିସା ଉଟାଏ ନାଇ ।17ଜଦି କିରିସ୍ଟକେ ଉଟାଏ ନାଇ, ତେବେ ତମର୍ ବିସ୍ବାସ୍ କର୍ବାଟା ଚୁଚାଇସେ । ଆରି ତମେ ଏବେ ଜାକ ନିଜର୍ ନିଜର୍ ପାପେ ଆଚାସ୍ ।18ସେନ୍ତାରିସେ ଜନ୍ ଲକ୍ କିରିସ୍ଟକେ ବିସ୍ବାସ୍ କରି ମରିଗାଲାଇ ଆଚତ୍, ସେମନ୍ ରକିଆ ଅଅତ୍ ନାଇ, ମାତର୍ ନସ୍ଟ ଅଇଆଚତ୍ ।19ଜଦି କିରିସ୍ଟର୍ ଟାନେ ଆମର୍ ଆସା କରିରଇବାଟା ଏ ଜଗତର୍ ଜିବନ୍ ସଙ୍ଗ୍ ସାର୍ସି, ତେବେ ସବୁଲକର୍ ତେଇଅନି ଆମର୍ କେଡେକ୍ କାକୁର୍ତିର୍ କରମ୍ ।20ମାତର୍ କିରିସ୍ଟକେ ମଲାତେଇଅନି ଉଟାଇଆଚେ, ଏଟା ଅଇଲାନି ସତ୍ ଆରି ଏନ୍ତାରିସେ ସବୁ ମଲା ଲକ୍ମନ୍କେ ପର୍ମେସର୍ ଜିବନ୍ କରି ଉଟାଇସି, ଏଟା ଆମେ ଜାନୁ ।21କାଇକେବଇଲେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍ ମର୍ବାର୍ଆଚେ । ସେନ୍ତାରିସେ ଗଟେକ୍ ଲକର୍ ଲାଗି ଗୁଲାଇ ଲକ୍କେ ମଲାତେଇଅନି ଉଟାଅଇସି ।22ଜେନ୍ତି ଆଦମର୍ ବଁସେଅନି ଆଇଲା ଲକ୍ମନ୍ ମର୍ବାଇ, ସେନ୍ତାରିସେ କିରିସ୍ଟର୍ତେଇ ରଇଲା ସବୁଲକ୍ ଜିବନ୍ ଅଇ ଉଟ୍ବାଇ ।23ମାତର୍ ଗଟେକ୍ ଗଟେକ୍ ଲକ୍ ଆଗାପଚା ଇସାବେ ଉଟ୍ବାଇ । ପର୍ତୁମ୍ କିରିସ୍ଟ ତାର୍ପଚେ ସେ ଆଇବା ଦିନେ ଜେତ୍କି ଲକ୍ ସବୁ ତାର୍ଲଗେ ରଇଲାଇ ।24ତାର୍ପଚେ ଜୁଗର୍ ସାରାସାରି ଦିନ୍ କେଟ୍ସି । ସେଡ୍କିବେଲେ ସବୁ ସାସନ୍କାରିଆମନ୍କେ, ଅଦିକାର୍ ଆରି ବପୁ ରଇଲା ଲକ୍ମନ୍କେ ସେ ଆରାଇସି ଆରି ବାବା ପର୍ମେସର୍କେ ସେ ରାଇଜ୍ ସର୍ପି ଦେଇସି ।25କାଇକେବଇଲେ ପର୍ମେସର୍ ତାର୍ ସବୁ ସତ୍ରୁମନ୍କେ ଆରାଇ, ତାର୍ ପାଦ୍ତଲେ ଆନ୍ବାଜାକ କିରିସ୍ଟ ସାସନ୍ କର୍ବାର୍ ଆଚେ ।26ସାରାସାରି ପଚେ ସତ୍ରୁମନ୍ ମିସା ଆରିଜିବାଇ ।27ଜେନ୍ତି କି ସାସ୍ତରେ ଲେକା ଅଇଲାଆଚେ, ପର୍ମେସର୍ ସବୁ ବିସଇ ତାର୍ ପାଦ୍ତଲେ ସଙ୍ଗଇଆଚେ । ସବୁ ବିସଇ ବଲି, କଇବା ବେଲେ ତାର୍ ଅରତ୍ ଅଇଲାନି, ପର୍ମେସର୍କେ ଚାଡି ସବୁ ବିସଇ । ସେ ଆକା ସବୁ ବିସଇ କିରିସ୍ଟର୍ ତଲିଆ କରି ସଙ୍ଗଇଆଚେ ।28ସବୁ ବିସଇ କିରିସଟର୍ ତଲେ ସଙ୍ଗଇଲା ପଚେ, ନିଜେ କିରିସ୍ଟ ଜେ କି ପଅ, ସେ ପର୍ମେସରର୍ ତଲିଆ ଅଇ ରଇସି । ସବୁ ବିସଇ ପର୍ମେସର୍ ତାର୍ ତଲିଆ କରି ସଙ୍ଗଇଆଚେ ଆରି ପର୍ମେସର୍ ପୁରାପୁରୁନ୍ ସବୁର୍ ଉପ୍ରେ ସାସନ୍ କର୍ସି ।29ମଲାଲକ୍କେ ଆରିତରେକ୍ ନ ଉଟାଏ, ଜଦି ଏଟା କେନ୍ତାର୍ ଜେ ମଲା ଲକ୍ମନର୍ ପାଇ ତାର୍ ମଇତର୍ମନ୍ ଡୁବନ୍ ନେଲାଇନି ? ତେବେ ସେମନ୍କେ କାଇଟା ମିଲ୍ସି ? ଜଦି ମଲାଲକ୍ମନ୍କେ ନ ଉଟାଅତ୍, ସେନ୍ତାର୍ ଆଲେ କାଇକେ ଏମନ୍ ମଲା ଲକ୍ମନର୍ପାଇ ଡୁବନ୍ ନେଲାଇନି ?30ଆରି ଆମେ ମିସା କାଇକେ ସବୁ ବେଲେ ଆମର୍ ଜିବନ୍ ବିପଦେ ପାକାଇତେ ରଇବୁ ?31ଏ ମର୍ ବାଇବଇନିମନ୍ ଦିନ୍କେ ଦିନ୍, ଲକ୍ମନ୍ ମକେ ମରାଇବାକେ ଚେସ୍ଟା କଲାଇନି । ମୁଇ ଏଟା କାଇକେ କଇଲିନି ବଇଲେ, ତମର୍ଟାନେ ମର୍ ଜନ୍ ବଡ୍ପନ୍ ଆଚେ, ଆରି ଆମର୍ ମାପ୍ରୁ ଜିସୁକିରିସ୍ଟର୍ ଟାନେ ଆମର୍ ଜିବନ୍ ମିସିରଇଲାଜେ ମୁଇ କଇଲିନି ।32ଏପିସି ସଅରେ ମୁଇ ବେସି କସ୍ଟ ପାଇଲି । କାଇକେବଇଲେ ଜନ୍ ଲକ୍ମନ୍ ମକେ ବିରଦ୍ କଲାଇ, ସେମନର୍ ସଙ୍ଗ୍ ଡଙ୍ଗ୍ରେ ରଇବା ପସୁମନର୍ ପାରା ଜୁଜିରଇଲି । ତେଇ ଆମେ ଜେନ୍ତି କସ୍ଟ ପାଇତେରଇଲୁ, ସେନ୍ତାରି ଅଇଲାକେ ଆମ୍କେ କାଇ ଲାବ୍ ମିଲ୍ଲା ? ଜଦି ମଲା ଲକ୍ମନ୍କେ ନ ଉଟାଏ, ତେବେ ଏନ୍ତାରି କଇବାଟା ନିକ ରଇସି । “ଆସା ଆମେ ବଜିକରି କାଉଁ, କାଇକେବଇଲେ ଆମେ କାଲିକେ ମର୍ବାର୍ ଅଇସିବେ ।”33ନାଡାଇ ଉଆନାଇ, କାରାପ୍ ଲକ୍ମନର୍ ସଙ୍ଗ୍, ସାଙ୍ଗ ଅଇଲେ ସେମନ୍ ତମର୍ ନିକ ଚଲାଚଲ୍ତି କର୍ବାଟା ନସାଇ ଦେବାଇ ।34ଟିକ୍ସଙ୍ଗ୍ ଚିନ୍ତା କରା । ତମର୍ ପାପର୍ ଚଲାଚଲ୍ତି କର୍ବାଟା ଚାଡିଦିଆସ୍ । କାଇକେବଇଲେ ପର୍ମେସର୍କେ ନାଜାନ୍ଲା କେତେକ୍ ଲକ୍ ତମର୍ ବିତ୍ରେ ଆଚତ୍ । ଏଟା ମୁଇ ତମ୍କେ ଲାଜ୍ କରାଇବାକେ କଇଲିନି ।ଆରିତରେକ୍ ଜିବନ୍ ଅଇବା ଗାଗଡ୍
35କେତେଲକ୍ ପାଚାର୍ବାଇ, “ମଲା ଲକ୍ମନ୍କେ କେ ଜିବନ୍ ଦେଇ ଉଟାଇସି ? ଆରି ସେମନର୍ ଗାଗଡ୍ କେନ୍ତାର୍ ରଇସି ?” ଜେ ଏନ୍ତାରି ପର୍ସନ୍ ପାଚାର୍ସି, ସେ ବକୁଆଟା ।36ତମେ ଜାନାସ୍ । ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ମୁଞ୍ଜିର୍ ଉପ୍ରର୍ ଚପା କୁଇଜାଇସି, ମାତର୍ ବିତ୍ରର୍ଟା ଆଁକର୍ସି ।37ଜେଡେବେଲେ ଗଟେକ୍ ମୁଞ୍ଜି ରପା ଅଇସି, ସେଟା ଦାନ୍ ଅ, କି ଆରି କାଇ ମୁଞ୍ଜି ଅ, ମୁଞ୍ଜିସେ ରପି ଅଇସି । ପଚେ ବଡିରଇବା ବୁଟା ନ ରପତ୍ ।38ପର୍ମେସର୍ ନିଜର୍ ମନ୍ କଲା ଇସାବେ ମୁଞ୍ଜିତେଇଅନି ଆଁକ୍ରି ଗଚ୍ ଅ, ବଲି ଟିକ୍ କଲା । ଆରି ସେ ବିନ୍ ବିନ୍ ରକାମର୍ ମୁଞ୍ଜି ବଡ୍ବାକେ ଦେଲା, ଜେନ୍ତିକି ଗଟେକ୍ ଗଟେକ୍କେ ତାର୍ ଗାଗଡର୍ ରୁପ୍ ବାଦ୍ଲାଇସି ।39ଜିବନ୍ ରଇବା ସବୁ ଗାଗଡ୍ ସମାନ୍ ନଏଁ । ଲକ୍ମନ୍କେ ଗଟେକ୍ ରକାମ୍ ଗାଗଡ୍, ପସୁ ଚଡଇ ଆରି ମାଚ୍ମନ୍କେ ବିନ୍ ବିନ୍ ରକାମ୍ ଗାଗଡ୍ ଆଚେ ।40ସେନ୍ତିସେ ସର୍ଗେ ରଇବାଟାମନ୍ ଆରି ଦର୍ତନି ରଇବାଟାମନ୍ ଆଚତ୍ । ଜେନ୍ତିକି ସର୍ଗେ ରଇବାଟାମନର୍ ସୁନ୍ଦର୍ ଗଟେକ୍ ରକାମ୍, ଦର୍ତନି ରଇବାଟାମନର୍ ବିନ୍ ବିନ୍ ରକାମ୍ ।41ବେଲ୍ ତାର୍ ନିଜର୍ ଇସାବେ ସୁନ୍ଦର୍ ଆଚେ । ସେନ୍ତାରିସେ ଜନ୍ ତାରାମନ୍ ମିସା ନିଜର୍ ନିଜର୍ ଇସାବେ ସୁନ୍ଦର୍ ଆଚତ୍ ।42ସେନ୍ତାରିସେ ଆମର୍ ଗାଗଡ୍ ଆରି ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ଦୁଇଟାଜାକ ବିନ୍ ଆଚେ । କାଇକେବଇଲେ ଆମର୍ ଗାଗଡ୍ ଏବେ ମରିକରି କୁଇଜାଇସି । ମାତର୍ ଜନ୍ ଗାଗଡ୍ ପର୍ମେସର୍ ଉଟାଇସି, ସେଟା କେବେ ନ ମରେ ।43ସେଟା ତପ୍ଲାବେଲେ ଦୁର୍ବଲ୍ ଅଇ ସୁନ୍ଦର୍ ନ ରଏ । ମାତର୍ ଉଟାଇଲାବେଲେ ସୁନ୍ଦର୍ ରଇକରି ଡାଁଟ୍ ରଇସି ।44ତପ୍ଲା ବେଲେ ଅବ୍କା ଗାଗଡ୍, ମାତର୍ ଉଟାଇଲାବେଲେ ଆତ୍ମାର୍ ଗାଗଡ୍ ଅଇସି । ଅବ୍କା ଗାଗଡ୍ ଆଚେ ବଇଲେ ଆତ୍ମାର୍ ଗାଗଡ୍ ମିସା ରଇବାର୍ ଆଚେ ।45ଜେନ୍ତାରିକି ଲେକା ଅଇଲାଆଚେ, ପର୍ତୁମ୍ ମୁନୁସ୍ ଜେ କି ଆଦମ୍, ତାକେ ତିଆର୍ କରି ଜିବନ୍ ଦେଇରଇଲା, ମାତର୍ ସାରାସାରିପଚର୍ ଆଦମ୍ ନ ସାର୍ବା ଜିବନ୍ ଦେବା ଆତ୍ମା ଅଇଲା ।46ମାତର୍ ଆତ୍ମାର୍ ଗାଗଡ୍ ପର୍ତୁମ୍ ନ ଆସେ । ଚୁଚାଇ ଗାଗଡ୍ ଆଇସି, ତାର୍ପଚେ ଆତ୍ମାର୍ ଗାଗଡ୍ ।47ପର୍ତୁମ୍ ଆଦମ୍ ମାଟିସଙ୍ଗ୍ ତିଆର୍ ଅଇ ଏ ଦର୍ତନି ଆଇଲା । ମାତର୍ ପଚର୍ ଆଦମ୍ ସର୍ଗେ ଅନି ଆଇଲା ।48ଜନ୍ ଲକ୍ମନ୍ ଏ ଦର୍ତନିର୍, ସେମନ୍ ଜେ କି ମାଟି ସଙ୍ଗ୍ ତିଆର୍ ଅଇରଇଲା, ତାର୍ପାରା । ଆରି ଜନ୍ ଲକ୍ ସର୍ଗର୍, ଜେ କି ସର୍ଗେ ଅନି ଆଇଲା, ତାର୍ପାରା ।49ଜେନ୍ତିକି ଆମେ ଜନ୍ଲକ୍ ମାଟିସଙ୍ଗ୍ ତିଆର୍ ଅଇରଇଲା, ତାର୍ ବାନିମୁର୍ତି ଆଚୁ, ସେନ୍ତାରିସେ ଜେ ସର୍ଗେଅନି ଆଇଲା ତାର୍ ପାରା ବାନିମୁର୍ତି ଦାର୍ବୁ ।50ଏ ବାଇବଇନିମନ୍, ମୁଇ କଇବା ଅରତ୍ ଅଇଲାନି ବନି ମାଉଁସ୍ ରଇବା ଗାଗଡ୍ ପର୍ମେସରର୍ ରାଇଜେ ମିସିନାପାରତ୍ । ଆରି ଜନ୍ ଗାଗଡ୍ ମର୍ବାଇ, ସେମନ୍କେ ନ ସାର୍ବା ଜିବନ୍ ଦେଇ ନଏଁ ।51ସୁନା, ମୁଇ ତମ୍କେ ଗଟେକ୍ ଆଗ୍ତୁ ନ ଜାନାଇରଇବା ବିସଇ କଇବି । ଆମେ ସବୁଲକ୍ ନ ମରୁ, ମାତର୍ ଆମର୍ ଗାଗଡ୍ ସବୁ ବାଦ୍ଲି ଜାଇସି ।52ଗଟେକ୍ ଲକ୍ ଆଁକି ମିଟ୍କା ମାର୍ଲା ବିତ୍ରେ ସେଟା ଗଟ୍ସି । ସାରାସାରିର୍ ମଇରି ବାଜ୍ଲା ବେଲେ ମଲା ଲକ୍ମନ୍ ଜିବନ୍ ଅଇ ଉଟ୍ବାଇ । ସେମନ୍ ଆରି କେବେ ମିସା ନ ମରତ୍ ଆରି ଆମେ ସବୁ ବଦ୍ଲି ଜିବୁ ।53କାଇକେବଇଲେ ଆମର୍ ଏ ମର୍ବା ଗାଗଡ୍ ନ ମର୍ବା ଗାଗଡ୍ ଅଇ ବାଦ୍ଲିଜାଇସି ।54ସେଟା ଅଇଲାବେଲେ ଜନ୍ଟା କି ସାସ୍ତରେ ଲେକା ଅଇରଇଲା, ସେଟା ପୁରାପୁରୁନ୍ ଅଇସି ମରନ୍ ଆରିଜାଇକରି, ଜିତ୍ବାଟା ପୁରାପୁରୁନ୍ ଅଇଲା ।55ତେବେ ଆମେ କଇ ପାର୍ବୁ,ଅଇରେ ମରନ୍ ! ତୁଇ କେନେ ଜିତ୍ଲୁସ୍ ?ଅଇରେ ମରନ୍ ! କେନେ ତର୍ ବପୁ ?56ଆମର୍ ପାପେଅନି ଆମ୍କେ ବାଦ୍ବା ବପୁ ମରନ୍ ପାଇଲା ଆଚେ । ଆରି ପର୍ମେସରର୍ ନିୟମ୍ ନ ମାନ୍ଲାତେଇଅନି ପାପ୍ ବପୁ ପାଇସି ।57ମାତର୍ ଆମେ ପର୍ମେସର୍କେ ଦନିଅବାଦ୍ ଦେଲୁନି । କାଇକେବଇଲେ ଆମର୍ ମାପ୍ରୁ ଜିସୁ କିରିସ୍ଟ କଲା କାମେଅନି ପାପ୍କେ ଆରି ମରନ୍କେ ଆରାଇବା ବପୁ ସେ ଆମ୍କେ ଦେଲାଆଚେ ।58ସେଟାର୍ପାଇ ଏ ମର୍ ଆଲାଦର୍ ବାଇବଇନିମନ୍, ଡାଁଟ୍ ଅଇକରି ରୁଆ । ମାପ୍ରୁ ଜିସୁକିରିସ୍ଟର୍ ସେବା କାମ୍ ଆବଡ୍ ଅଇକରି କରା । କାଇକେବଇଲେ ତମେ ଜାନାସ୍, ତାର୍ପାଇ ଜନ୍ କାମ୍ ସବୁ କର୍ସା, ସେଟା ସବୁ ଲଡାକେ ଆଇସି ।